Posted inଖେଳ

କଟକରେ ସେପ୍ଟେମ୍ବର ୨୭ରୁ ୩୦ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚ

ଭୁବନେଶ୍ୱର, ୨୪।୮ (କ୍ରୀଡ଼ା ପ୍ରତିନିଧି): ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଆଗାମୀ ସଂସ୍କରଣ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଅନୁଷ୍ଠିତ ହେବ। ଏହା ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ବିଶ୍ୱର କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କୁ ନେଇ ହେଉଥିବା ଏହି ଲିଗ୍‌ର ଏକ ପର୍ଯ୍ୟାୟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। କଟକରେ ମ୍ୟାଚଗୁଡ଼ିକ ସେପ୍ଟେମ୍ବର ୨୭ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲିଗ୍‌ର ପ୍ରଥମ ପର୍ଯ୍ୟାୟ କୋଲକାତାରୁ ଆରମ୍ଭ ହେବ। ଏହା ଇଡେନ ଗାର୍ଡେନ୍ସରେ ସେପ୍ଟେମ୍ବର ୧୬ରୁ ୧୮ ପର୍ଯ୍ୟନ୍ତ ଖେଳାଯିବ। ଏହା ମଧ୍ୟରେ ଏକ ସ୍ବତନ୍ତ୍ର ମ୍ୟାଚ ମଧ୍ୟ ସାମିଲ ରହିବ। ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ମ୍ୟାଚ ଇଣ୍ଡିଆନ ମହାରାଜାସ ଓ ଓ୍ବାଲର୍‌ଡ ଜାଏଣ୍ଟ୍ସ ମଧ୍ୟରେ ଖେଳାଯିବ। ପ୍ରତିଯୋଗିତାର ଅନ୍ୟତମ ଦଳ ହେଉଛି ଏସିଆ ଲାୟନ୍ସ। କୋଲକାତା, ନୂଆଦିଲ୍ଲୀ ଓ କଟକରେ ୩ଟି ଲେଖାଏ ଏବଂ ଲକ୍ଷ୍ନୌ ଓ ଯୋଧପୁରରେ ୨ଟି ଲେଖାଏ ମ୍ୟାଚ ଖେଳାଯିବାର ଯୋଜନା ରହିଛି। ଲକ୍ଷ୍ନୌରେ ସେପ୍ଟେମ୍ବର ୨୧ ଓ ୨୨, ନୂଆଦିଲ୍ଲୀରେ ୨୪ରୁ ୨୬, ଯୋଧପୁରରେ ଅକ୍ଟୋବର ୧ ଓ ୩ରେ ମ୍ୟାଚ ଖେଳାଯିବ। ଅକ୍ଟୋବର ୫ ଓ ୭ରେ ପ୍ଲେ-ଅଫ୍‌ ଏବଂ ୮ରେ ଫାଇନାଲ ଖେଳାଯିବାକୁ ଥିଲେ ହେଁ ଏହାର ଭେନ୍ୟୁ ନିର୍ଦ୍ଧାରଣ ହୋଇନାହିଁ। ଟି୨୦ ଫର୍ମାଟରେ ଏହି ଲିଗ୍‌ରେ ମୋଟ ୧୫ଟି ମ୍ୟାଚ ଅନୁଷ୍ଠିତ ହେବ। ଆଗାମୀ ସିଜନରେ ପାକିସ୍ତାନର କୌଣସି ଖେଳାଳି ଖେଳିବେ ନାହିଁ। ଏଥିରେ ଭାରତର ଅଧିକାଂଶ ଲିଜେଣ୍ଡ୍ସ ଖେଳିବେ। ଅଧିକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଆଣିବାକୁ ଯୋଜନା କରାଯାଉଛି। ଲିଗ୍‌ର ଫାଇନାଲ ଡେରାଡୁନ୍‌ରେ ହେବା ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri