୨୦୨୩ ଶେଷ ସୁଦ୍ଧା ୮୦,୦୦୦ଅଙ୍କ ଛୁଇଁବ ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଶେୟାର ବଜାରର କାରବାର ଓ ନିବେଶ ଆସନ୍ତା ବର୍ଷ ପ୍ରାୟ ୩୦% ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ଏପରିକି ଚଳିତ ବର୍ଷ ଠାରୁ ଆସନ୍ତା ବର୍ଷର ନିବେଶ ମଧ୍ୟ ବୃଦ୍ଧି ଘଟିବ ବୋଲି ବ୍ରୋକରେଜ ହାଉସ ମୋର୍ଗନ ଷ୍ଟେନଲୀ ପକ୍ଷରୁ କୁହାଯାଇଛି। କାରଣ କ୍ରମାଗତ ଭାବେ ଷ୍ଟକ ମାର୍କେଟ୍‌ର ଫଳାଫଳ ଉଭୟ ସେନସେକ୍ସ ଏବଂ ନିଫ୍ଟି ଭଲ ରହିବା ସାଙ୍ଗକୁ ରେକର୍ଡସ୍ତରରେ ପହଞ୍ଚତ୍ଛି। ଏପରିକି ଶେୟାର ବଜାରର ନିବେଶକମାନେ ମଧ୍ୟ ଭଲ ଲାଭ ପାଉଥିବା ମୋର୍ଗନ ଷ୍ଟେନଲୀ ପକ୍ଷରୁ ଉଲ୍ଲେଖ କରାଯାଇଛି। ସେହିଭଳି ଭାରତୀୟ ଶେୟାର ବଜାରରେ କ୍ରମାଗତ ୪ର୍ଥ ବର୍ଷ ପାଇଁ ଭଲ ନିବେଶ ଦେଖିବାକୁ ମିଳିପାରେ ବୋଲି ମୋର୍ଗନ ଷ୍ଟେନଲୀ ପକ୍ଷରୁ ଆକଳନ କରାଯାଇଛି। ବିଏସଇ ସେନସେକ୍ସ ୨୦୨୩ ଶେଷ ସୁଦ୍ଧା ୮୦,୦୦୦ ଅଙ୍କରେ ପହଞ୍ଚତ୍ବ ବୋଲି ମୋର୍ଗନ ଷ୍ଟେନଲୀ ଆକଳନ କରିଛି, ସୂଚନା ଅନୁଯାୟୀ ଯଦି ଭାରତକୁ ଗ୍ଲୋବାଲ ବଣ୍ଡ ସୂଚକାଙ୍କରେ ସାମିଲ କରାଯାଏ। ତେବେ ଆସନ୍ତା ୧୨ମାସ ମଧ୍ୟରେ ପ୍ରାୟ ୨୦ବିଲିୟନ ଡଲାର ଭାରତରେ ନିବେଶ ହୋଇପାରେ ବୋଲି ଆଶା କରାଯାଉଛି। ସେହିପରି ମୋର୍ଗନ ଷ୍ଟେନଲୀ ୨୦୨୨ ରେ ମଧ୍ୟ ଭାରତ ସେଥିରେ ସାମିଲ ହେବା ନେଇ ମଧ୍ୟ ଆଶା ବ୍ୟକ୍ତ କରିଥିଲେ କିନ୍ତୁ ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ କଟକଣା ଲାଗି ତାହା ହୋଇପାରିନଥିଲା। ଏପରିକି ସଂସ୍ଥାର ରିପୋର୍ଟ ଅନୁସାରେ ସେଥିରେ ଆହୁରି ବିଳମ୍ବ ଘଟିପାରେ ବୋଲି ଆଶଙ୍କା କରାଯାଇଛି। ଅପରପକ୍ଷରେ ବଣ୍ଡ ସେଟଲମେଣ୍ଟର ନିୟମ ଏବଂ ଟ୍ୟାକ୍ସ ଜଟିଳତା ପରି ପ୍ରସଙ୍ଗର ସମାଧାନକୁ ଗୁରୁତ୍ୱର ସହ ନେବା ଏବଂ ପ୍ରଥମେ ସେ ସବୁର ସମାଧାନ ଜରୁରୀ ବୋଲି ମୋର୍ଗନ ମତ ପ୍ରକାଶ କିରିଛି। ମୋର୍ଗନ ଷ୍ଟେନଲୀଙ୍କ ସୂଚନା ଅନୁସାରେ ତୈଳ ଏବଂ ସାର ମୂଲ୍ୟରେ ହ୍ରାସ ସାଙ୍ଗକୁ ୨୦୨୨-୨୫ ସୁଦ୍ଧା ବାର୍ଷିକ ୨୫% ହାରରେ ରୋଜଗାର କ୍ଷମତା ବୃଦ୍ଧି ହୁଏ ତେବେ ସେନସେକ୍ସ ୮୦,୦୦୦ ଅଙ୍କ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ମୋର୍ଗନ ଷ୍ଟେନଲୀଙ୍କ ରିର୍ପୋଟ ଅନୁସାରେ ଯଦି ସେନସେକ୍ସର ବେସ କେସ ଟାର୍ଗେଟ ୬୮,୫୦୦ ଅଙ୍କରେ ରହିବ କିନ୍ତୁ ବଜାର କାରବାର ବିପରୀତରେ ଯାଏ ତେବେ ସେନସେକ୍ସ ୫୨,୦୦୦ ଯାଏ ଖସିପାରେ ବୋଲି ଆଶଙ୍କା କରାଯାଉଛି ହେଲେ ଏହାର ସମ୍ଭାବନା ମାତ୍ର ୨୦% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?