Posted inଜାତୀୟ

‘ଦିଲ୍ଲୀରେ ମୋଦିଙ୍କର ୨୭୦୦ କୋଟିର ରାଜମହଲ; ଦିନରେ ୩ ଥର ପୋଷାକ ବଦଳାଉଛନ୍ତି, ୧୦ ଲକ୍ଷ ଟଙ୍କିଆ କଲମରେ ଲେଖୁଛନ୍ତି’

ନୂଆଦିଲ୍ଲୀ,୭।୧: ଦିଲ୍ଲୀରେ ନିର୍ବାଚନ ତାରିଖ ଘୋଷଣା ହେବାର ପରେ ପରେ ଆମ୍‌ ଆଦ୍‌ମୀ ପାର୍ଟୀର ବଡ଼ ନେତାମାନେ ଖବରଦାତା ସମ୍ମିଳନୀ କରି କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କର ୨୭୦୦ କୋଟିର ଏକ ରାଜମହଲ ଅଛି ବୋଲି ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ କହିଛନ୍ତି। ଏହାଛଡ଼ା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ତାଙ୍କଠାରୁ ମୁଖ୍ୟମନ୍ତ୍ରୀ ଆବାସ ଛଡ଼ାଇ ନେଇଥିବା ଆତିଶୀ ଅଭିଯୋଗ କରିଛନ୍ତି। ତେବେ ଦିଲ୍ଲୀରେ ଫେବୃୟାରୀ ୫ରେ ଭୋଟିଂ ହେବ। ଫେବୃୟାରୀ ୮ରେ ନିର୍ବାଚନର ଫଳାଫଳ ଆସିବ।

ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆବାସର ବଣ୍ଟନ ୩ ମାସରେ ୨ ଥର ରଦ୍ଦ କରିଦିଆଯାଇଛି। ଏହାକୁ ନେଇ ଭାଜପା ଏବଂ ଏହାର ନେତା ଅପପ୍ରଚାର କରୁଛନ୍ତି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କର ୨୭୦୦ କୋଟିର ରାଜମହଲ ଅଛି। ସେ ଦିନରେ ତିନି ତିନି ଥର ପୋଷାକ ବଦଳାଉଛନ୍ତି। ୧୦ ଲକ୍ଷ ଟଙ୍କାର କଲମ ବ୍ୟବହାର କରୁଛନ୍ତି, ତାଙ୍କ ପାଖରେ ୫୦୦୦ ସୁଟ୍‌ ଅଛି ଏବଂ ୬୭୦୦ ହଳ ଜୋତା ଅଛି। ସେହି ରାଜମହଲରେ ୨୦୦ କୋଟିର ଝୁମର୍‌ ଅଛି, ସେଥିରେ ହୀରା ଖଚିତ ହୋଇଛି। ଏସବୁକୁ ଦେଶବାସୀଙ୍କୁ ଦେଖାଇବା ଉଚିତ। ଆମେ ମଧ୍ୟ ସେହି ରାଜମହଲକୁ ଦେଖିବାକୁ ଚାହୁଁ ବୋଲି ସେ କହିଛନ୍ତି।

ସେହିଭଳି ଆତିଶୀ କହିଛନ୍ତି, ଭାଜପାକୁ ଲାଗୁଛି ଯେ ସେ ଘର ଛଡ଼ାଇ ନେଇ, ଗାଳିଗୁଲଜ କରି, ମୋ ପରିବାର ବିଷୟରେ ନିମ୍ନସ୍ତରକୁ ଖସିଯାଇ ଆମେ ଦିଲ୍ଲୀବାସୀଙ୍କ ଲାଗି କରିବାକୁ ଥିବା କାର୍ଯ୍ୟକୁ ରୋକିଦେବେ। ଆମେ ଦିଲ୍ଲୀବାସୀଙ୍କ ଲାଗି ଲଗାତାର ଭାବେ କାମ କରିବୁ। ଆବଶ୍ୟକ ପଡ଼ଇଲେ କାହା ଘରେ ଯାଇ ରହିବି କିନ୍ତୁ ଦୁଇଗୁଣା ଆତ୍ମବିଶ୍ୱାସ ସହ କାମ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?