ନମୁନା ସଂଗ୍ରହ ଦିନ ହିଁ ଲ୍ୟାବ୍‌କୁ ପଠାନ୍ତୁ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର କୋଭିଡ୍‌ ପରୀକ୍ଷା ପାଇଁ ନୂଆ ନିୟମ ଜାରି କରିଛନ୍ତି। ସମସ୍ତ କରୋନା ସନ୍ଦିଗ୍ଧଙ୍କ ନମୁନା ଉପଯୁକ୍ତ ସମୟରେ ପରୀକ୍ଷା କରାଇବା ଏବଂ ପଜିଟିଭ୍‌ ଚିହ୍ନଟ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ସଙ୍ଗରୋଧରେ ରଖିବା ପାଇଁ ଏଥିରେ ଗୁରୁତ୍ୱ ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପି.କେ. ମହାପାତ୍ର ଏ ସଂକ୍ରାନ୍ତରେ ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ସିଡିଏମ୍‌ଓ ଏବଂ ପିଏଚ୍‌ଓମାନଙ୍କୁ ପତ୍ର ଲେଖିଛନ୍ତି। ସାମ୍ପୁଲ ସଂଗ୍ରହ କେନ୍ଦ୍ରଗୁଡ଼ିକରେ ସନ୍ଦିଗ୍ଧ ସଂକ୍ରମିତଙ୍କ କ୍ଷେତ୍ରରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉ। ସେଠାକୁ ନମୁନା ଦେବାକୁ ଯାଇଥିବା ବ୍ୟକ୍ତିମାନେ ମୁହଁରେ ମାସ୍କ ପିନ୍ଧନ୍ତୁ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ କ୍ୱାରାଣ୍ଟାଇନ୍‌ରେ ରୁହନ୍ତୁ। ଆର୍‌ଟି-ପିସିଆର୍‌ ସାମ୍ପୁଲଗୁଡ଼ିକୁ ସଂଗ୍ରହ କରାଯିବା ଦିନ ହିଁ ଲ୍ୟାବ୍‌କୁ ପଠାଯାଉ। ବିଳମ୍ବ ଏଡ଼ାଇବା ପାଇଁ ଜିଲାଗୁଡ଼ିକରୁ ପଠାଯାଇଥିବା ସାମ୍ପୁଲ ସଂଖ୍ୟା ଜିଲାକୁ ଦିଆଯାଇଥିବା ଟାର୍ଗେଟ ମଧ୍ୟରେ ସୀମିତ ରହୁ। ଲ୍ୟାବ୍‌ ପକ୍ଷରୁ ଇ-ମେଲ୍‌ ଜରିଆରେ ପଠାଯାଇଥିବା ଟେଷ୍ଟ ରିପୋର୍ଟଗୁଡ଼ିକୁ ଜିଲାସ୍ତରରେ ଯାଞ୍ଚ କରାଯାଉ। ରିପୋର୍ଟ ପଜିଟିଭ୍‌ ଆସିଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେହିଦିନ ଅବଗତ କରାଯାଉ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଅନେକ ଜିଲାରେ କୋଭିଡ୍‌ ପ୍ରୋଟୋକଲ ପାଳନ ହେଉ ନ ଥିବାରୁ ସଂକ୍ରମିତ ବ୍ୟକ୍ତିମାନଙ୍କ ନମୁନା ପରୀକ୍ଷା ଓ ତାଙ୍କୁ ଆଇସୋଲେଶନରେ ରଖାଯିବାରେ ବିଳମ୍ବ ହେଉଛି। ତେଣୁ ଉପରୋକ୍ତ ନିୟମଗୁଡ଼ିକୁ ଜିଲା ସ୍ତରରେ କଡ଼ାକଡ଼ି ପାଳନ କରିବାକୁ ସେ ଏଥିରେ ନିର୍ଦ୍ଦେଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପାନ୍ଥନିବାସରେ ରଜ ମହୋତ୍ସବ ଆରମ୍ଭ : ପିଠା, ମିଠା,ପାନ

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ପରିଚାଳିତ ପାନ୍ଥନିବାସଗୁଡ଼ିକରେ ଗୁରୁବାରଠାରୁ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଓଟିଡିସି ପକ୍ଷରୁ ଚଳିତବର୍ଷ ରାଜ୍ୟର ୮...

ଅଙ୍ଗନଓ୍ବାଡି ଶିଶୁଙ୍କୁ ନିମ୍ନମାନର ଖାଦ୍ୟ: ଦିଆଗଲା ପୋକଖିଆ, ଫିମ୍ପି ଚାଉଳର ଭାତ

ନୂଆଗାଁ,୧୭।୧୦ (ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ପୋକଖିଆ, ଫିମ୍ପିଲଗା ଚାଉଳର ଭାତ ଦିଆଯାଉଛି। ବୁଧବାର ଏହା...

ସ୍ଥଳଭାଗ ଛୁଇଁଲା ଅବପାତ, ପ୍ରବଳ ବର୍ଷା ଜାରି

ଭୁବନେଶ୍ବର,୧୩।୯: ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଅବପାତ(ଡିପ୍‌ ଡିପ୍ରେସନ) ସୋମବାର ସ୍ଥଳଭାଗ ଛୁଇଁଛି। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ ୪୮ ଘଣ୍ଟାରେ ଏହା...

୩୦୦ କୋଟି ଟଙ୍କା, ୧୦ ଦିନ ପାଇଁ ଟିକା

ଭୁବନେଶ୍ୱର/ନୂଆଦିଲ୍ଲୀ, ୯।୪(ବୁରୋ):ବିଭିନ୍ନ ରାଜ୍ୟରେ କୋଭିଡ୍‌-୧୯ର ପୁନଃ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ସୀମାନ୍ତବର୍ତ୍ତୀ ଜିଲାଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଓଡ଼ିଶା ପାଇଁ କରୋନା ସଂକ୍ରମଣ ପୁଣି...

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ

ବଡ଼ଗାଁ, ୧୯।୬ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମରା ଗ୍ରାମର ଜନୈକା ଯୁବତୀଙ୍କୁ ପ୍ରତାରଣା କରାଯାଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରେ...

ହସ୍ତଶିଳ୍ପ ବିକାଶ ପାଇଁ ହେବ ୧୦ ବର୍ଷିଆ ଯୋଜନା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ରାଜ୍ୟର ହସ୍ତଶିଳ୍ପ ଓ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ପଦକ୍ଷେପ ନେବେ ରାଜ୍ୟ ସରକାର। ଏଥିପାଇଁ ପ୍ରସ୍ତୁତ ହେବ ୧୦ ବର୍ଷିଆ ପ୍ଲାନ୍‌ ଡକ୍ୟୁମେଣ୍ଟ। ହସ୍ତଶିଳ୍ପୀଙ୍କୁ...

ପୁଣି ଭୁବନେଶ୍ୱରରେ ୨ ପଜିଟିଭ୍‌ ଚିହ୍ନଟ: ଆପୋଲୋର ଜଣେ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର,୧୧।୬(ବ୍ୟୁରୋ): ପୁଣି ଭୁବନେଶ୍ୱରରେ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଆପୋଲୋ ହସ୍ପିଟାଲର ୨୫ ବର୍ଷୀୟ କର୍ମଚାରୀ ରହିଥିବା ବେଳେ ଅନ୍ୟ...

କଳାପଟା ସାହିତ୍ୟ ବାସପତରିର ବଛରକିଆ ଉଛବ୍‌: ଯୋଗ୍‌ଦେଲେ ଶତାଧିକ କବି କଳାକାର

  ଭେଡ଼େନ, ୨୪।୧୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଳକ ସହରାଟିକ୍ରାନେ ଥିବାର କଳାପଟା ସାହିତ୍ୟ ବାସପତରିର ତିନ ନମର ବଛରକିଆ ଉଛବ୍‌ ସୋମବାର ଦିନ...

Advertisement


Archives

Model This Week