ବେଆଇନ ବାଣ ବିକ୍ରି, ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩।୧୧(ବ୍ୟୁରୋ):ସବୁଜ ବାଣ ବିକ୍ରି ଓ ବ୍ୟବହାର ସମ୍ବନ୍ଧିତ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ଜିଲାପାଳ ଓ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଲୋକସେବା ଭବନରେ ଭର୍ଚ୍ଚୁଆଲ ବୈଠକରେ ଦୀପାବଳି ପାଇଁ ଜିଲା ଏବଂ ସହରାଞ୍ଚଳରେ ପ୍ରସ୍ତୁତିର ସମୀକ୍ଷା କରି ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, କେବଳ ପେଟ୍ରୋଲିୟମ ବିସ୍ଫୋରକ ନିରାପତ୍ତା ସଂସ୍ଥା (ପେସୋ) ଦ୍ୱାରା ସ୍ବୀକୃତିପ୍ରାପ୍ତ ସବୁଜ ବାଣ ବିକ୍ରି ଓ ବ୍ୟବହାର ହୋଇପାରିବ। କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ନ ନେଇ କୌଣସି ଦୋକାନୀ ବା ବ୍ୟକ୍ତି ସବୁଜ ବାଣ ବିକ୍ରି କରିପାରିବେ ନାହିଁ। କେବଳ ଜିଲାପାଳ ଏବଂ ପୌରାଞ୍ଚଳରେ ପୋଲିସ କମିଶନରମାନେ ଲାଇସେନ୍ସ ଦେଇପାରିବେ। କୌଣସି ବ୍ୟକ୍ତି ରାସ୍ତା ବା ସର୍ବସାଧାରଣ ସ୍ଥାନରେ ବାଣ ଫୁଟାଇପାରିବେ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି। କେବଳ ସବୁଜ ବାଣକୁ ଦୀପାବଳି ଦିନ ସନ୍ଧ୍ୟା ୮ଟାରୁ ରାତି ୧୦ଟା ମଧ୍ୟରେ ନିଜ ଘରର ପାଚେରି ସୀମା ଭିତରେ ଫୁଟାଯାଇପାରିବ ବୋଲି ସେ କହିଛନ୍ତି।
ଏହି ଅବସରରେ ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ସବୁ ବାଣର ବିକ୍ରି ବିକ୍ଷିପ୍ତ ଭାବେ ବିଭିନ୍ନ ସ୍ଥାନରେ ହୋଇପାରିବ ନାହିଁ। କେବଳ ଜିଲାପାଳ ଓ ପୋଲିସ କମିଶନରମାନଙ୍କ ଅନୁମତି କ୍ରମେ ନିର୍ଦ୍ଧାରିତ ସ୍ଥାନରେ ଏହାର କିଣା-ବିକା ହୋଇପାରିବ। ସେହିପରି ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରତ୍ୟେକ ଥାନା, ଫାଣ୍ଡି ଏବଂ କ୍ଷେତ୍ରସ୍ତରୀୟ ପୋଲିସ ଅଧିକାରୀଙ୍କୁ ସବୁଜ ବାଣର ବିକ୍ରି ଓ ବ୍ୟବହାର ସମ୍ବଦ୍ଧିତ ନିର୍ଦ୍ଦେଶାବଳୀ ବିଷୟରେ ଠିକ୍‌ ଭାବେ ସଚେତନ କରାଇବା ପାଇଁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧୁସୂଦନ ପାଢ଼ୀ ହେଲେ ପରିବହନ ସଚିବ

ଭୁବନେଶ୍ୱର,୪।୩(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀଙ୍କୁ ପରିବହନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ତାଙ୍କୁ ଚକବନ୍ଦୀ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।...

ନକଲି ସୁନା ଦେଇ ବ୍ୟାଙ୍କରୁ ଠକିନେଲେ ୧୯ ଲକ୍ଷ

ସୋନପୁର,୧୫।୧୧(ନି.ପ୍ର.):ଚଞ୍ଚକତା କରି ୬ଜଣ ବ୍ୟକ୍ତି ସୋନପୁର ୟୁକୋ ବ୍ୟାଙ୍କ ଶାଖାରୁ ୧୯ଲକ୍ଷ ଟଙ୍କା ଋଣ ନେବାରେ ସକ୍ଷମ ହୋଇଛନ୍ତି। ବ୍ୟାଙ୍କ ଅଡିଟ୍‌ ସମୟରେ ଏହି ଘଟଣା...

ବ୍ୟାସନଗର ଦୁରବସ୍ଥା ଦୂର ହୋଇପାରୁନି

ଯାଜପୁର ଅଫିସ,୨୯ା୧୧: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ତଥା ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ସବୁକ୍ଷେତ୍ରରେ ଅବହେଳିତ। ସହରର ୨୬ଟି ୱାର୍ଡକୁ ସଂଯୋଗ କରୁଥିବା ରାସ୍ତା...

ଡେଥ୍‌ ସାର୍ଟିଫିକେଟ ପିଛା ୬୦୦ ଟଙ୍କା ଦାବି କରୁଥିଲେ କିରାଣି

ବରଗଡ଼ ଅଫିସ୍‌,୪।୩: ବରଗଡ଼ ବ୍ଲକ ଅଧୀନ କଟାପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ଭି.ଏସ୍‌(ଭାଇଟାଲ ଷ୍ଟାଟିଷ୍ଟିକ୍‌) କିରାଣି ଭାବେ କାର୍ଯ୍ୟରତ ମନୋଜ କୁମାର ସ୍ବାଇଁ ଗୁରୁବାର ଲାଞ୍ଚ...

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଭବାନୀପାଟଣା,୨୫।୧୦(ସ୍ବ.ପ୍ର): ସୋମବାର ୧୨ ଘଣ୍ଟିଆ କଳାହାଣ୍ଡି ଜିଲା ବନ୍ଦ ଡାକରା ଦିଆଯାଇଛି। ପଛୁଆବର୍ଗ ଜାତି ସମୂହ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲାର...

ସାପ କାମୁଡା ଜନିତ ମୃତ୍ୟୁ: ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର,୧୮।୧୧: ସାପ କାମୁଡା ଜନିତ ମୃତ୍ୟକୁ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତିି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଏଆଇଆଇଏମ୍‌ଏସ୍‌...

କଦଳୀଗଛ କଟାକୁ ନେଇ ମରଣାନ୍ତକ ଆକ୍ରମଣ: ଗୋଟିଏ ପରିବାରର ୪ ଗୁରୁତର

ବାହାନଗା,୧୦।୩(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତ ନଇଁଛଣପୁର ଗ୍ରାମରେ କଦଳୀଗଛ କଟାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଛି। ଫଳରେ ଗୋଟିଏ ପରିବାରର ୪ଜଣ...

‘ମହିଳା ସଂରକ୍ଷଣ ବିଲ୍‌ ପାରିତ ହେଉ’

ଭୁବନେଶ୍ୱର,୧୬।୧୨(ବ୍ୟୁରୋ):ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବା ନେଇ ବିଜେଡି ଦାବି ଉଠାଇଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଗୁରୁବାର ରାଜ୍ୟ ସଭାରେ...

Advertisement
Archives

Model This Week