ବିକି ଦେଉଛନ୍ତି ଆବାସ

ଦଶମନ୍ତପୁର,୧୭ା୮ ( ଅରବିନ୍ଦ ନାୟକ )କୌଣସି ମୌଳିକ ସୁବିଧା ସୁଯୋଗ ପାଉ ନ ଥିବା ଲୋରେଶ ଗ୍ରାମବାସୀ ସୋମବାର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସରକାରଙ୍କ କାର୍ଯ୍ୟକାରୀ ବିଭିନ୍ନ ଯୋଜନାରୁ ସେମାନେ ସୁଫଳ ପାଉ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ଗ୍ରାମକୁ ରାସ୍ତା ନ ଥିବାରୁ ପକ୍କାଘର ଅବା ଆବାସ ଯୋଜନାରେ ସେମାନଙ୍କୁ ମିଳୁଥିବା ଘର ନିର୍ମାଣ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଫଳରେ ସେମାନେ ବାଧ୍ୟହୋଇ ଏହାକୁ ଅନ୍ୟ ଗ୍ରାମର ଲୋକଙ୍କୁ ବିକ୍ରିକରି ଦେଉଥିବା ପ୍ରକାଶ କରିଛନ୍ତି ଲୋରେଶବାସୀ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି।
ଏହି ଗ୍ରାମରେ ୩୦ ଘର ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି। ଗ୍ରାମବାସୀ ଏଯାଏ ସରକାରଙ୍କ କୌଣସି ଯୋଜନାରୁ କିଛି ସୁଫଳ ପାଇ ନ ଥିବା ଅଭିଯୋଗ କରିଛନ୍ତି। ଗ୍ରାମଟି ଦଶମନ୍ତପୁର ବ୍ଲକଠାରୁ ୯ କି.ମି. ଦୂରରେ ଥିବା ବେଳେ ମରିଚଗୁଡ଼ା ଗ୍ରାମଠାରୁ ୫ କି.ମି. ଦୂରରେ ରହିଛି। ମରିଚଗୁଡ଼ା ଗ୍ରାମ ନିକଟରେ ପ୍ରବାହିତ ଅନ୍ଧରୀଗାଡ଼ ନଦୀ ଏବଂ ଖଣ୍ଡାଧାର ପାହାଡ଼ ସେମାନଙ୍କ ଉନ୍ନତିରେ ପ୍ରତିବନ୍ଧକ ସାଜିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କେବଳ ସ୍ବାସ୍ଥ୍ୟସେବା ବ୍ୟତୀତ ପକ୍କାରାସ୍ତା, ଶିକ୍ଷା, ପାନୀୟ ଜଳ, ଖାଉଟି ଯୋଜନା, ବିଦ୍ୟୁତୀକରଣରୁ ଏଯାଏ ବଞ୍ଚତ୍ତ ହୋଇ ରହିଛନ୍ତି ବୋଲି ଗ୍ରାମର ରାଜୀବ ଜମ୍ବେକା, ଧନୁର୍ଜୟ କମାର, ଭୀମ ପାଇକ, ଇଶୁଦାସ ସାଉଁନ୍ତା, ପ୍ରତାପ ସାଉଁନ୍ତା, ରଞ୍ଜ ମିଣିଆକା, ଜୁନେଶ ସାଉଁନ୍ତା କହିଛନ୍ତି। ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଥିବାରୁ ସାଇକେଲରେ ଯିବା ମଧ୍ୟ କଷ୍ଟକର ହୋଇପଡିଛ। ଗ୍ରାମରେ ବିଦ୍ୟାଳୟଟିଏ ନାହିଁ। ଗ୍ରାମର ପାଠ ପଢୁଥିବା ୧୬ ଛାତ୍ରୀଛାତ୍ର ଜୀବନକୁ ବାଜି ଲଗାଇ ଖଣ୍ଡାଧାର ପାହାଡ଼ ଡେଇଁ ମରିଚଗୁଡ଼ା ବିଦ୍ୟାଳୟକୁ ଯାଉଥିବା ସେମାନେ କହିଛନ୍ତି। ରାସ୍ତା ନ ଥିବାରୁ ପକ୍କା ଘର ଅବା ଅବାସ ଯୋଜନାରେ ମିଳୁଥିବା ଘର ନିର୍ମାଣ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଫଳରେ ସେମାନେ ବାଧ୍ୟ ହୋଇ ଏହାକୁ ଅନ୍ୟ ଗ୍ରାମର ଲୋକଙ୍କୁ ବିକ୍ରିକରି ଦେଉଥିବା ଗ୍ରାମର ଉଦ୍ଧବ ସାଉଁନ୍ତା, ଚନ୍ଦ୍ର ପାଇକ, କାଳିଆ ଜାନୀ, ଲୋଚ ସାଉଁନ୍ତା, କୁମ କମାର କହିିଛନ୍ତି। ଏ ସମ୍ପର୍କରେ ବିଡିଓ ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ, ଗ୍ରାମ ପାଇଁ ମୁଖ୍ୟତଃ ରାସ୍ତା ସମସ୍ୟା ଯୋଗୁ ଯୋଜନାର ସୁଫଳ ଳୋକଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଏ ଦିଗରେ କ’ଣ କରାଯାଇପାରିବ ସେ ପଦକ୍ଷେପନେଇ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri