ସେଲ୍‌ଫି ବେବୋ ଲିପ୍‌ସା

ସଙ୍ଗୀତ ଜଗତର ୟଙ୍ଗ୍‌ ଆଣ୍ଡ୍‌ ଷ୍ଟାଇଲିଷ୍ଟ କଣ୍ଠଶିଳ୍ପୀ ହେଉଛନ୍ତି ଲିପ୍‌ସା ମହାପାତ୍ର। ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ଖୁବ୍‌ କମ୍‌ ଦିନରେ ଲୋକଙ୍କ ହୃଦୟ ଜିଣି ପାରିଛନ୍ତି। ଦଶମ ଶ୍ରେଣୀରେ ପଢ଼ିବାବେଳେ ରିଆଲିଟି ଶୋ ‘ଭଏସ୍‌ ଅଫ୍‌ ଓଡ଼ିଶା’ରେ ଅଂଶଗ୍ରହଣ କରି ଫାଇନାଲିଷ୍ଟ ହୋଇଥିଲେ। ଏହାପରେ ସମ୍ବଲପୁରୀ ଗୀତ ‘ସେଲ୍‌ଫି ବେବୋ’ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଏହି ଗୀତ ଏତେ ହିଟ୍‌ ହୋଇଥିଲା ଯେ, ଏହାପରଠାରୁ ତାଙ୍କୁ ଅଫର୍‌ ପରେ ଅଫର୍‌ ମିଳି ଚାଲିଛି। ଇତିମଧ୍ୟରେ ସେ ୩୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ର ଏବଂ ୫୦ରୁ ଅଧିକ ଓଡ଼ିଆ ଓ ସମ୍ବଲପୁରୀ ଗୀତ ଗାଇ ଓଡ଼ିଶା ସଙ୍ଗୀତ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛନ୍ତି। କେବଳ ସେତିକି ନୁହେଁ, ଓ୍ବାଲର୍‌ଡକପ୍‌ ହକିର ଥିମ୍‌ ସଙ୍ଗ୍‌କୁ ବଲିଉଡ୍‌ ସିଙ୍ଗର ମିକା ସିଂହଙ୍କ ସହ ଗାଇ ଚର୍ଚ୍ଚାକୁ ଆସିଥିଲେ ଲିପ୍‌ସା। ବ୍ରହ୍ମପୁର ଗଜପତିନଗରର ମୂଳ ବାସିନ୍ଦା ଲିପ୍‌ସା ଏବେ କଟକର ସିଡିଏରେ ରହୁଛନ୍ତି। ତାଙ୍କ ସହ ଏଥରର ଧରିତ୍ରୀ ଆଳାପ…

କେବେଠାରୁ ସଙ୍ଗୀତ ସହ ସାଥୀ ହୋଇଗଲେ?
ଛୋଟବେଳୁ ମୋର ସଙ୍ଗୀତ ପ୍ରତି ରୁଚି ରହିଥିଲା। ୫ବର୍ଷ ବୟସରୁ ତାଲିମ୍‌ ନେବା ଆରମ୍ଭ କରିଥିଲି। ସଙ୍ଗୀତକୁ ଛାଡ଼ି ଆଉ କୌଣସି ଜିନିଷ ପ୍ରତି ମୋର ଆଗ୍ରହ ନ ଥିଲା। ବଡ଼ହୋଇ ଜଣେ ପ୍ରଚ୍ଛଦପଟ ଗାୟିକା ହେବାର ନିଶା ସବୁବେଳେ ରହୁଥିଲା। ଆମ ଘରେ କେହି ବି କଳା ସହିତ ଜଡ଼ିତ ନ ଥିଲେ ମଧ୍ୟ ଗୀତକୁ ଭଲ ପାଉଥିଲେ। ମାତ୍ର ମୋର ଆଗ୍ରହ ଦେଖି ସେମାନେ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥିଲେ।
କେଉଁ ପ୍ରକାର ଗୀତ ଗାଇବାକୁ ଭଲଲାଗେ?
ସମ୍ବଲପୁରୀ, ରୋମାଣ୍ଟିକ୍‌, ସ୍ଲୋ ସଙ୍ଗ୍‌ ଓ ଭଜନ। ସବୁ ପ୍ରକାରର ଗୀତ ମୁଁ ଗାଇଛି। ବ୍ୟକ୍ତିଗତ ପସନ୍ଦ ହେଉଛି ରୋମାଣ୍ଟିକ୍‌ ଗୀତ। କିନ୍ତୁ ମଁୁ ସବୁ ପ୍ରକାରର ଗୀତ ଗାଇବାକୁ ଚାହେଁ। କାରଣ ଜଣେ ସଫଳ ପ୍ରଚ୍ଛଦପଟ ଗାୟିକା ହେବାକୁ ହେଲେ ଭର୍ସାଟାଇଲ୍‌ ସିଙ୍ଗର ହେବାକୁ ପଡ଼ିବ।
ସଙ୍ଗୀତରେ କାହାକୁ ଆଦର୍ଶ ମାନନ୍ତି?
ବଲିଉଡ୍‌ରେ କବିତା କ୍ରିଷ୍ଣମୂର୍ତ୍ତି, ଶ୍ରେୟା ଘୋଷାଲ ଓ ଓଲିଉଡ୍‌ରେ ଇରା ମହାନ୍ତି, ସ୍ବର୍ଗତ ତପୁ ମିଶ୍ରଙ୍କୁ ମୁଁ ମୋ ଆଦର୍ଶ ବୋଲି ମାନେ। ସେମାନଙ୍କର ପ୍ରତିଟି ଗୀତକୁ ମୁଁ ଶୁଣେ। ମୋର ଆଗାମୀ ଚଳଚ୍ଚିତ୍ର ‘ଷଷ୍ଠରୁ ନଷ୍ଟ’ରେ ବଲିଉଡ୍‌ ଗାୟକ ଉଦିତ୍‌ ନାରାୟଣଙ୍କ ସହ ମତେ ଗାଇବାର ସୁଯୋଗ ମିଳିଛି। ଭବିଷ୍ୟତରେ ସୋନୁ ନିଗମଙ୍କ ସହ ଗୀତ ଗାଇବାର ସ୍ବପ୍ନ ଅଛି। ତା’ଠାରୁ ବଡ଼ ସ୍ବପ୍ନ ହେଉଛି ମୁଁ ଏ.ଆର୍‌. ରେହମାନଙ୍କ ମ୍ୟୁଜିକ୍‌ ଶୁଟିଂରେ ବସିବାକୁ ଚାହିଁୁଛି।
ନୂଆ କଣ୍ଠଶିଳ୍ପୀଙ୍କ ପାଇଁ କ’ଣ ବାର୍ତ୍ତା ରହିବ?
ଆଗରୁ ନୂଆ ନୂଆ ଗୀତ ଆସିବାର ମାଧ୍ୟମ ଆଲବମ୍‌ ଥିଲା। ଏବେ ସେ ଜାଗା ୟୁଟ୍ୟୁବ୍‌ ନେଇଛି। ପ୍ରତିଦିନ ୬୦/୭୦ ନୂଆ ଗୀତ ୟୁଟ୍ୟୁବ୍‌ରେ ଆସୁଛି। ସେହିଭଳି ନୂଆ ନୂଆ ନିର୍ଦ୍ଦେଶକ, ସଙ୍ଗୀତକାର, କଣ୍ଠଶିଳ୍ପୀ ମଧ୍ୟ ଆସୁଛନ୍ତି। କହିବାକୁ ଗଲେ ଏ ଇଣ୍ଡଷ୍ଟ୍ରିରେ ଏବେ ବହୁତ ଭିଡ଼ ହୋଇଗଲାଣି। ତେଣୁ ଜଣେ ନୂଆ କଣ୍ଠଶିଳ୍ପୀ ଯାହା ପାଖରେ ପ୍ରକୃତ ଦକ୍ଷତା ଅଛି, ସେ ପ୍ରଥମେ ଉପଯୁକ୍ତ ଲୋକ ପାଖରେ ପହଞ୍ଚତ୍ବା ଦରକାର। କାରଣ ଏ ଇଣ୍ଡଷ୍ଟ୍ରିରେ ମିଛ ସତ କହି ଖରାପ ରାସ୍ତାକୁ ନେବାକୁ ବହୁତ ଲୋକ ଅଛନ୍ତି। ଅନ୍ଧଭଳି କାହାକୁ ବିଶ୍ୱାସ କରିବା କଥା ନୁହେଁ। ଏଠାରେ ତିଷ୍ଠିବାକୁ ହେଲେ ଦକ୍ଷତା ସହ ଚାଲାକ୍‌ ମଧ୍ୟ ହେବା ଆବଶ୍ୟକ।
ବଲିଉଡ୍‌ରେ ଏଣ୍ଟ୍ରି କରିବାର ଯୋଜନା ଅଛି କି?
ବଲିଉଡ୍‌ରେ ଗୀତ ଗାଇବାର ଇଚ୍ଛା ସବୁ କଣ୍ଠଶିଳ୍ପୀଙ୍କର ଥାଏ, ମୋର ବି ଅଛି। କିନ୍ତୁ ମୁଁ ଓଡ଼ିଶାରେ ରହି ପ୍ରଥମେ ଓଡ଼ିଆ ଲୋକଙ୍କ ହୃଦୟକୁ ଜିତିବାକୁ ଚାହୁଛି। ଯଦି ମତେ କେବେ ସୁଯୋଗ ମିଳେ ତେବେ ମୁଁ ବଲିଉଡ୍‌ରେ ଗାଇବି। ମାତ୍ର ଓଡ଼ିଶା ଓ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଛାଡ଼ି ସେଠାରେ ଷ୍ଟ୍ରଗଲ କରିବାର ଇଚ୍ଛା କି ଯୋଜନା ନାହିଁ।
ଖାଇବାକୁ କ’ଣ ଭଲଲାଗେ?
ଆମିଷ, ବିଶେଷକରି ଚିକେନ୍‌ର ସବୁ ଭେରାଇଟି ମୋର ପସନ୍ଦ। ମୁଁ ଜଣେ ଭଲ କୁକ୍‌। ଫ୍ରି ସମୟରେ ନୂଆ ନୂଆ ରୋଷେଇ ଉପରେ ଏକ୍ସପେରିମେଣ୍ଟ କରିବାକୁ ଭଲଲାଗେ। ୟୁଟୁବ୍‌ରୁ ଦେଖି ରେଷ୍ଟୁରାଣ୍ଟ ଖାଇବା ବନେଇକି ଖୁଆଇବାକୁ ଖୁସି ଲାଗେ। ନିଜେ ରାନ୍ଧି ଖାଇବାଠାରୁ ଅନ୍ୟମାନଙ୍କୁ ଖୁଆଇବାର ମଜା ନିଆରା।
ବିବାହ, ଜୀବନସାଥୀକୁ ନେଇ କ’ଣ କହିବେ?
ଏ ପ୍ରଶ୍ନ ଯେତେ ସହଜ, ଉତ୍ତର ସେତେ କଷ୍ଟ। ମୁଁ ଲଭ୍‌ ମ୍ୟାରେଜ୍‌ କରିବି। ପଇସାବାଲା, ସୁନ୍ଦର ଏପରି ବେଶି କିଛି ଖୋଜିବାର ନାହିଁ। ପିଲା ଭଲ ହୋଇଥିବ। ମତେ ବୁଝି ପାରୁଥିବ। ମୋର ଭଲ ଓ ଖରାପ ଗୁଣକୁ ନିଜର କରିପାରୁଥିବ। ଆମ ଭିତରେ ବୁଝାମଣା ଭଲ ରହୁଥିବ। ତେବେ ମୋ ଭଲପାଇବାକୁ ଘରୁ ସ୍ବୀକୃତି ମିଳିବା ନିହାତି ଆବଶ୍ୟକ।

– ସାକ୍ଷାତ୍‌କାର: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri