ଆତ୍ମନିର୍ଭରଶୀଳ

ସାଧାରଣତଃ ଗୃହିଣୀ ଘର କାମରେ ବ୍ୟସ୍ତ ଥାଆନ୍ତି। ଯଦି ସେମାନେ ଅବସର ସମୟକୁ ଠିକ୍‌ ଭାବେ ସଦୁପଯୋଗ କରି ନିଜର ଦକ୍ଷତା ମୁତାବକ କିଛି କାମ କରିପାରିଲେ, ତେବେ ନିଜେ ରୋଜଗାର କ୍ଷମ ହେବା ସହ ପରିବାରର ଆର୍ଥିକ ବୋଝକୁ କିଛି ପରିମାଣରେ ହାଲୁକା କରିବାରେ ସହାୟକ ହୋଇପାରିବେ …

ଅବସର ସମୟର ସଦୁପଯୋଗ: ଦିନ ଥିଲା ଗୃହିଣୀମାନଙ୍କ ପାଇଁ ଶିକ୍ଷା ସତସପନ ଥିଲା। କିନ୍ତୁ ଏବେ ସମୟ ବଦଳିଯାଇଛି। ପାଠ ପଢ଼ି ସେମାନେ ବିଭିନ୍ନ କ୍ଷେତ୍ରରେ ଚାକିରି କରିବା ସହ କେତେକ ସର୍ବୋଚ୍ଚ ସ୍ଥାନ ଅଧିକାର କରିପାରୁଛନ୍ତି। ବର୍ତ୍ତମାନ ସେମାନେ କେବଳ ପାଠ ପଢ଼ି ଶିକ୍ଷିତା ନୁହନ୍ତି, କେତେକ ଅତିରିକ୍ତ କୋର୍ସରେ ଡିଗ୍ରୀ ହାସଲକରି ନିଜକୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି। ଯଦି ଜଣେ ଗୃହିଣୀ ଶିକ୍ଷା ଶେଷ ହେବା ପରେ ଘରସଂସାର କରିଛନ୍ତି ତେବେ ପରବର୍ତ୍ତୀ ସମୟରେ ନିଜର ପାଠ ପଢ଼ାକୁ ଆଗେଇ ନେଇପାରିବେ। ଅବଶ୍ୟ ଏଥିପାଇଁ ଘର କାମ କରିବା ନିମନ୍ତେ ସେମାନଙ୍କୁ ସମୟ ଦେବାକୁ ପଡ଼ିବ। ଯଦି କୌଣସି ଗୃହିଣୀ ଅଧିକ ପାଠ ପଢ଼ିବାକୁ ଚାହୁଁଛନ୍ତି କିମ୍ବା କୌଣସି ଧନ୍ଦାମୂଳକ ଶିକ୍ଷା ନେବାକୁ ଆଗ୍ରହ ରଖିଛନ୍ତି ତେବେ ସେ ନେଇ ସ୍ବାମୀ ଏବଂ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ। ଭବିଷ୍ୟତରେ ଏଭଳି ଶିକ୍ଷା ବଳରେ ସେମାନେ କିଛିି ରୋଜଗାର କରିପାରିବେ। ଗାର୍ଡେନିଂ, ପାର୍ଲର କୋର୍ସ, କଣ୍ଟେଣ୍ଟ ରାଇଟିଂ, ଇଣ୍ଟେରିୟର ଡିଜାଇନ ଆଦି କାମକୁ ଚୟନ କରିପାରନ୍ତି। ଏଭଳି କାମ ଆରମ୍ଭ କଲେ ଆପଣ କିଛି ଟଙ୍କା ରୋଜଗାର କରିପାରିବେ ଏବଂ ଆପଣ ନିଜେ ଆତ୍ମନିର୍ଭରୀଳ ହୋଇପାରିବେ।
ଏପରି କରନ୍ତୁ କ୍ୟାରିୟର ଆରମ୍ଭ : ଅଧିକାଂଶ ମହିଳା ଅଛନ୍ତି ଯିଏକି ବିବାହ ପୂର୍ବରୁ ନିଜ କ୍ୟାରିୟର ବିଷୟରେ ଭାବିଥାନ୍ତି। ହେଲେ ବିବାହ ପରେ ଏହି ସ୍ବପ୍ନ ଯେପରି ପାଣିଫୋଟକା ପରି କୁଆଡ଼େ ମିଳାଇଯାଏ ତାହା ଜଣାପଡ଼େନି। ସ୍ବାମୀ ଅଫିସ୍‌ରେ ବ୍ୟସ୍ତ ରହୁଥିବା ବେଳେ ପିଲାମାନେ ବଡ଼ ହୋଇ ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ ସୁଦ୍ଧା ସ୍ତ୍ରୀ ଘରେ ଟିଭିରେ ସିରିଏଲ୍‌ ଦେଖିବା ,କିଟି ପାର୍ଟି, ସିନେମା ଦେଖିବା ଏବଂ ଅଯଥା ଆଲୋଚନାରେ ସମୟ ନଷ୍ଟ କରିବାରେ ବ୍ୟସ୍ତ ରୁହନ୍ତି । କେତେଜଣ ମହିଳା ଭାବିଥାନ୍ତି ଯେ, ବିବାହ ପରେ ତାଙ୍କ କ୍ୟାରିୟରରେ ବ୍ରେକ୍‌ ଲାଗିଗଲା । ତାଙ୍କର ଏହି ଚିନ୍ତାଧାରା ବଦଳାଇବା ଆବଶ୍ୟକ। ସତରେ କ’ଣ ବିବାହ ପରେ କ୍ୟାରିୟରରେ ଫୁଲ୍‌ଷ୍ଟପ୍‌ ଲାଗିଗଲା ? ସେମାନଙ୍କ ସାମ୍ନାରେ କ୍ୟାରିୟର ଚୟନ କରିବା ଲାଗି ଅନେକ ବାଟ ଖୋଲା ଅଛି। ଫଳରେ ନିଜେ ଘରେ ବସି କିଛି ଟଙ୍କା ରୋଜଗାର କରିବାର କ୍ଷମତା ମଧ୍ୟ ତାଙ୍କ ପାଖରେ ରହିଛି। ଏଥିପାଇଁ ନିଜର ବୁଦ୍ଧି ଓ ଜ୍ଞାନ କୌଶଳକୁ ଉପଯୋଗ କରିବା ଆବଶ୍ୟକ। ଯଦି ଆପଣଙ୍କ ନିକଟରେ ସମୟ ଅଛି ଏହାର ସଦୁପଯୋଗ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏମିତି କିଛି କୋର୍ସ କରିବାର ଅଛି ଯେଉଁଥିରେ ୬ ମାସ,୧ବର୍ଷ ପର୍ଯ୍ୟନ୍ତ ଟ୍ରେନିଂ ନେବାକୁ ପଡ଼ିପାରେ। ଏହି କୋର୍ସ କରି ସାର୍ଟିଫିକେଟ୍‌ ମଧ୍ୟ ପାଇପାରିବେ। ଏହି ସାର୍ଟିଫିକେଟ୍‌ ଆପଣଙ୍କ କାମକୁ ବଢ଼ାଇବାରେ ସହାୟକ ହେବ। ଜଣେ ମହିଳାଙ୍କ ପାଇଁ ଆତ୍ମନିର୍ଭରଶୀଳ ହୋଇ ନିଜ ଟଙ୍କାରେ ଯେଉଁ ଆତ୍ମସନ୍ତୁଷ୍ଟି ଥାଏ ତାହା ଅନ୍ୟ କାହା ଟଙ୍କାରେ ନୁହେଁ।
ଇଣ୍ଟେରିୟର ଡିଜାଇନିଂ: ଜଣେ ଗୃହିଣୀଙ୍କ ନିକଟରେ ଘର ସଜାଇବାର କଳା ରହିଥାଏ। ଇଣ୍ଟେରିୟର ଡିଜାଇନିଂ କୋର୍ସ ମହିଳାଙ୍କ କ୍ରିଏଟିଭିଟି କଳାକୁ ଆହୁରି ବଢ଼ାଇଥାଏ। ଆପଣ ଚାହିଁଲେ ଅନ୍‌ଲାଇନ୍‌ ଇଣ୍ଟେରିୟର ଡିଜାଇନିଂ କୋର୍ସରୁ ସବୁ ବିଷୟରେ ତଥ୍ୟ ପାଇପାରିବେ। ଏହାପରେ କୌଣସି ପ୍ରାଇଭେଟ କିମ୍ବା ସରକାରୀ ଅନୁଷ୍ଠାନରୁ ଏହି ଶିକ୍ଷା ଗ୍ରହଣ କରିପାରିବେ । ଏହି କୋର୍ସ ଲାଗି ବେଶି ଟଙ୍କା ଲାଗି ନ ଥାଏ। ମାତ୍ର ଉକ୍ତ କୋର୍ସରେ ଯଦି ଆପଣ ସାର୍ଟିଫିକେଟ୍‌ ପାଇଗଲେ ତାହାର ଅନେକ ଫାଇଦା ଆପଣଙ୍କୁ ମିଳିଥାଏ।
ଅନ୍‌ଲାଇନ ଟିଚିଂ କୋର୍ସ: ଯଦି ଆପଣ ପିଲାଙ୍କୁ ପଢ଼ାଇବା ପସନ୍ଦ କରୁଥାନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଟିଚିଂ ଟ୍ରେନିଂ ନେବାକୁ ପଡ଼ିବ। ଯଦି ଆପଣ ବିଏଡ୍‌ କୋର୍ସ କରିନାହାନ୍ତି ତେବେ ପାଠ ପଢ଼ି ତାହାର ସାର୍ଟିଫିକେଟ ମଧ୍ୟ ହାସଲ କରିପାରିବେ। ବାହାରେ ଚାକିରି ନ କରି ଆପଣ ଘରେ ଟ୍ୟୁଶନ କରି କିମ୍ବା କୋଚିଂ ସେଣ୍ଟରଟିଏ ଖୋଲିପାରିବେ। ଏପରି ଯଦି ଆପଣଙ୍କର ଆର୍ଥତ୍କ ସ୍ବଚ୍ଛଳତା ଅଛି ତେବେ ସରକାରଙ୍କ ନିୟମ ଅନୁସାରେ ସ୍କୁଲଟିଏ ଖୋଲିପାରିବେ। ହେଲେ ଏ ନେଇ ଯୋଜନାବଦ୍ଧ ଭାବରେ ଆଗେଇବା ନିହାତି ଦରକାର।
ମେକ୍‌ଅପ୍‌ ଓ ହେୟାରଷ୍ଟାଇଲିଂ କୋର୍ସ: ଆପଣଙ୍କର ମେକ୍‌ଅପ୍‌ ଏବଂ ହେୟାରଷ୍ଟାଇଲିଂ ଉପରେ ଯଦି ଭଲ ଜ୍ଞାନ ଅଛି ତେବେ ଏ ସମ୍ବନ୍ଧରେ ଏକ କୋର୍ସ କରନ୍ତୁ। ଆପଣଙ୍କ ଆଖପାଖରେ ଏମିତି କିଛି ଇନ୍‌ଷ୍ଟିଚ୍ୟୁଟ୍‌ ଅଛି ବିଭିନ୍ନ ପ୍ରକାର ବିୟୁଟିପାର୍ଲର କୋର୍ସ କରାଇଥାନ୍ତି। ଆପଣ ଏହାର ସାହାଯ୍ୟ ନେଇ ନିଜେ ଏକ ପାର୍ଲର ଖୋଲି କିଛି ଟଙ୍କା ରୋଜଗାର କରିପାରିବେ।
ଗାର୍ଡେନିଂ: ଯଦି ଆପଣଙ୍କୁ ଗାର୍ଡେନିଂ କରିବା ପସନ୍ଦ ତେବେ ଛୋଟ ଛୋଟ ଗଛ ଲଗାଇ ଏହାର ଯତ୍ନ ନେବା ସହ ନିଜେ ଏକ ଛୋଟ ନର୍ସରି ମଧ୍ୟ କରି କିଛି ଟଙ୍କା ରୋଜଗାର ମଧ୍ୟ କରିପାରିବେ।
ଟେଲରିଂ: ଯଦି ଆପଣଙ୍କୁ ଟେଲରିଂ ପସନ୍ଦ ତେବେ ଏହାକୁ ମଧ୍ୟ ନିଜ କ୍ୟାରିୟରରେ ସାମିଲ କରିପାରିବେ। କୌଣସି ଅନୁଷ୍ଠାନରୁ ଟେଲରିଂ ଶିକ୍ଷା ଗ୍ରହଣ କରିବା ପରେ ନିଜେ ଏକ ବୁଟିକ୍‌ ଖୋଲି କିଛି ଟଙ୍କା ରୋଜଗାର କରିପାରିବେ।
ଯୋଗ : ଯୋଗର ଆବଶ୍ୟକତା ସମସ୍ତଙ୍କ ଜୀବନରେ ରହିଛି। ଏବେ ଏହାକୁ ବ୍ୟବସାୟ ସ୍ତରରେ ଦେଖିବାକୁ ମିଳୁଛି। ଏଥିପାଇଁ ଆପଣଙ୍କ କ୍ୟାରିୟର ମଧ୍ୟ ଯୋଗ ଦ୍ୱାରା ଆରମ୍ଭ କରିପାରିବେ। ଏହାର ଡିପ୍ଲୋମା କୋର୍ସ କରି ନିଜେ ଯୋଗ ଇନ୍‌ଷ୍ଟ୍ରକ୍ଟର ମଧ୍ୟ ହୋଇପାରିବେ।
କଣ୍ଟେଣ୍ଟ ରାଇଟିଂ କୋର୍ସ: ଯଦି ଆପଣଙ୍କୁ ଲେଖିବା ପସନ୍ଦ ଏବଂ ନିଜ ଭାବନାରେ କ୍ରିଏଟିଭିଟି ଥାଏ ତେବେ ଏଥିପାଇଁ ଆପଣଙ୍କୁ କଣ୍ଟେଣ୍ଟ ରାଇଟିଂ ଭଲ ଅପ୍‌ସନ ହୋଇପାରିବ। ଆଜିକାଲି ବିଭିନ୍ନ ପ୍ରକାର ଅନ୍‌ଲାଇନ ଓ୍ବାର୍କଶପ୍‌ ଚାଲୁଛି। ଯେଉଁଥିରେ ଲେଖିବାର କଳାକୁ ଆହୁରି ସୁନ୍ଦର ମଧ୍ୟ କରିପାରିବେ। ଏଥିସହ କେତେକ ଡିପ୍ଲୋମା କୋର୍ସ ମଧ୍ୟ ରହିଛି ଯାହା ସାହାଯ୍ୟରେ ଆପଣ ଭଲ କଣ୍ଟେଣ୍ଟ ରାଇଟର ମଧ୍ୟ ହୋଇପାରିବେ। ଏଥିପାଇଁ ଆପଣ କଣ୍ଟେଣ୍ଟ ରାଇଟର କୋର୍ସ କରି ସାର୍ଟିଫିକେଟ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri