Posted inଜାତୀୟ

ଆତ୍ମନିର୍ଭର ଭାରତ, କମୁଛି ରୁଷିଆ ଉପରେ ସାମରିକ ଅସ୍ତ୍ରଶସ୍ତ୍ର ନିର୍ଭରଶୀଳତା…

ନୂଆଦିଲ୍ଲୀ, ୧୫।୩ : ଭାରତ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ସମାରିକ ସରଞ୍ଜାମ ଏବଂ ଅସ୍ତ୍ରଶସ୍ତ୍ର ପାଇଁ କମ ନିର୍ଭରଶୀଳ ହେଉଛି। ଗ୍ଲୋବାଲ ଥିଙ୍କ ଟ୍ୟାଙ୍କ ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ବର୍ଷରେ ୨୦୧୭ରୁ ୨୦୨୧ ମଧ୍ୟରେ ରୁଷିଆର ଅସ୍ତ୍ରଶସ୍ତ୍ର ରପ୍ତାନି ମଧ୍ୟ ହ୍ରାସ ପାଇଛି।

ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ଅନୁସାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ହ୍ରାସ ପାଇଛି। ୨୦୧୨ରୁ ୧୬ ତୁଳନାରେ ୨୦୧୭ରୁ ୨୦୨୧ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ତିନି ପ୍ରତିଶତ ହ୍ରାସ ପାଇଛି। ୨୦୧୨ରୁ ୧୬ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର କ୍ରୟ କରିବା ୧୪ ପ୍ରତିଶତ ଥିଲା। କିନ୍ତୁ ୨୦୧୭ରୁ ୨୦୨୧ ମଧ୍ୟରେ ଏହା ୧୧ ପ୍ରତିଶତକୁ ଖସି ଆସିଛି।

ଏଥି ସହିତ ଦ୍ୱିତୀୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ସାଉଦି ଆରବର ୮.୨ ପ୍ରତିଶତରୁ ୧୧ ପ୍ରତିଶତକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୧୭ରୁ ୨୦୨୧ ମଧ୍ୟରେ ରୁଷିଆର ଅସ୍ତ୍ରଶସ୍ତ୍ର ରପ୍ତାନୀ ୪୬ ପ୍ରତିଶତ ଥିଲା। ଦ୍ୱିତୀୟ ସ୍ଥାନରେ ଫ୍ରାନ୍ସ ଥିବାବେଳେ ଏହାର ରପ୍ତାନୀ ପରିମାଣ ୨୭ ପ୍ରତିଶତ ଥିଲା। ରପ୍ତାନୀରେ ଆମେରିକା ତୃତୀୟ ସ୍ଥାନରେ ରହିବା ସହିତ ଏହାର ପରିମାଣ ୧୨ ପ୍ରତିଶତ ଥିଲା।

୨୦୧୨ରୁ ୧୬ ମଧ୍ୟରେ ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଣରେ ରୁଷିଆର ଯୋଗାଦାନ ୭୦ ପ୍ରତିଶତ ଥିଲା। ରିପୋର୍ଟ ଅନୁଯାୟୀ, ୨୦୧୨ରୁ ୧୬ ତୁଳନାରେ ୨୦୧୭ରୁ ୨୦୨୧ ମଧ୍ୟରେ ବିଶ୍ୱରେ ଅସ୍ତ୍ରଶସ୍ତ୍ର ରପ୍ତାନୀର ରୁଷିଆର ଅଂଶଧନ ୪୬ ପ୍ରତିଶତ ହ୍ରାସ ପାଇଛି। ଅସ୍ତ୍ରଶସ୍ତ୍ର ଯୋଗାଣରେ ରୁଷିଆର ଅଂଶଧନ ବର୍ତ୍ତମାନ ୧୯ ପ୍ରତିଶତ ରହିଛି। ଏହି ସମୟ ମଧ୍ୟରେ ଆମେରିକାର ଅଂଶ ବୃଦ୍ଧି ପାଇଛି। ୩୨ ପ୍ରତିଶତ ଅଂଶଧନ ସହିତ ଆମେରିକା ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ପାଲଟିଛି।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଅସ୍ତ୍ରଶସ୍ତ୍ର ରପ୍ତାନୀର ରୁଷିଆର ଅଂଶଧନ ହ୍ରାସ ଘଟିବା କାରଣ ହେଉଛି ଭାରତ ଏବଂ ଭିଏତନାମକୁ ଅସ୍ତ୍ର ଯୋଗାଣ କମିବାରେ ଲାଗିଛି। ନ ଥିବାରୁ ଏହା ଘଟିଛି।

ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ରୁଷିଆଠାରୁ ଭାରତ କିଛି ବଡ ଧରଣର ଅସ୍ତ୍ରଶସ୍ତ୍ର କିଣିବାକୁ ଯାଉଛି। ସେଥିମଧ୍ୟରେ ଏକେ-୨୦୩ ରାଇଫଲ ଏବଂ ଦୁଇଟି ଯୁଦ୍ଧ ପୋତ ଓ ଏସ୍‌-୪୦୦ ମିସାଇଲ ସିଷ୍ଟମ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଭାରତ ଏବଂ ରୁଷିଆ ମଧ୍ୟରେ ଆଣବିକ ବୁଡ଼ାଜାହାଜ ବିଷୟରେ ମଧ୍ୟ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?