ପୋଖରୀରୁ ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ

ପାରଳାଖେମୁଣ୍ଡି,୨୩ା୪(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଗାରବନ୍ଧ ଥାନା ଏବଂ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରାଯାଇ ୫୩୮ କେଜି ଓଜନର ୨୭ଟି ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ କରାଯାଇଛି।

ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ଙ୍କୁ ଏମ୍‌.ପାଇଲମ ଗ୍ରାମରେ ଥିବା ଏକ ପୋଖରୀରେ ରକ୍ତଚନ୍ଦନ କାଠ ଲୁଚା ହୋଇଥିବା ଖବର ପାଇ ଥିଲେ। ଏନେଇ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛାଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍‌ ଏବଂ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ରକ୍ତଚନ୍ଦନ କାଠଗଣ୍ଡି ଉଦ୍ଧାର କରି ଜବତ କରିଥିଲେ। କାଠଗଣ୍ଡିଗୁଡିକୁ ନାରାୟଣପୁରସ୍ଥିତ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟକୁ ନିଆଯିବା ପରେ ଓଜନ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଊଦ୍ଦର୍‌ବ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ଘଟଣାରେ କେହି ଦୁର୍ବୃତ୍ତ ଧରାପଡି ନ ଥିବା ବେଳେ ଏହି ଦୁର୍ଲଭ ରକ୍ତ ଚନ୍ଦନ କାଠ ଗୁଡିକୁ ଚାଲାଣ ନିମନ୍ତେ ଦୁର୍ବୃତ୍ତ ପୋଖରୀ ମଧ୍ୟରେ ଲୁଚାଇ ରଖିଥିବାର ଅନୁମାନ କରାଯାଉଛି । ଏନେଇ ଏକ ମାମଲା(ନଂ.୧/୨୩-୨୪) ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଳିଥିବା ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ପରିଚ୍ଛା କହିଛନ୍ତି। ଏହି ଚଢାରେ ଗାରବନ୍ଧ ପୋଲିସ ପକ୍ଷରୁ ଏସ୍‌ଆଇ ନାରାୟଣ ଦାସ, ଏଏସ୍‌ଆଇ ଅଶୋକ କୁମାର ବେହେରା ପ୍ରମୁଖଙ୍କ ସହ ମହେନ୍ଦ୍ର ବନାଞ୍ଚଳର ଗାରବନ୍ଧ ଫରେଷ୍ଟର କେ.କାମେଶ୍ବର ରାଓ ପ୍ରମୁଖଙ୍କ ସହ ବନକର୍ମଚାରୀ ଉପସ୍ଥିତଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri