ଖତ ଖାଉଛି ଜବତ ଗାଡ଼ି

ରାଉରକେଲା,୮।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ଜନସଂଖ୍ୟା ସହ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୦୧୨ ପୂର୍ବରୁ ଏବଂ ୨୦୧୨ ମସିହା ପରବର୍ତ୍ତୀ ସମୟରେ ସହରରେ ଓଆର ଏବଂ ଓଡି ସିରିଜରେ ମୋଟ ୩.୧୮ଲକ୍ଷ ଯାନାବାହନ ପଞ୍ଜୀକୃତ ହୋଇଛି। ସେହିପରି ଯାନବାହନ ଜନିତ ଆପରାଧିକ ମାମଲା ମଧ୍ୟ ବୃଦ୍ଧି ପାଇଛି। ତେବେ ଏହି ମାମଲାଗୁଡିକର ବିଚାରରେ ଅହେତୁକ ବିଳମ୍ବ ଏବଂ ଭିତ୍ତିଭୂମି ଅଭାବ ଯୋଗୁ ଜବତ ହେଉଥିବା ଶହ ଶହ ଦୁଇ ଓ ଚାରିଚକିଆ ଯାନବାହନ ଥାନା ଏବଂ ଅବକାରୀ ଅଫିସ୍‌ ପରିସରରେ ପଡିରହି ଖତ ଖାଉଛି।
ସୂଚନା ଅନୁସାରେ, ଭାରତୀୟ ଯାନବାହନ ସାକ୍ଷ୍ୟ ପ୍ରମାଣ ଅଧିନିୟମ-୧୯୭୨ ମୁତାବକ କୌଣସି ଅଭିଯୁକ୍ତ ଗିରଫ ହେଲେ ତାଙ୍କ ବ୍ୟବହୃତ ଗାଡିକୁ ସାକ୍ଷ୍ୟ ପ୍ରମାଣ ଆଧାରରେ ଜବତ କରାଯିବ। ଯାନବାହନ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲେ ଗାଡି ଜବତ କରିବା, ବେଆଇନ ନିଶା କାରବାରରେ ବ୍ୟବହୃତ ଯାନବାହନ ଜବତ କରାଯିବା ଅଧିନିୟମରେ ରହିଛି।

ମାତ୍ର ଏହି ମାମଲାର ବିଚାର ଓ ସମାଧାନରେ ହେଉଥିବା ବିଳମ୍ବ ଯୋଗୁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି। ଗୋଟିଏ ପଟେ ଜାମିନ ମଞ୍ଜୁର ପରେ ଗାଡ଼ି ମାଲିକଙ୍କୁ ଛାଡି ଦିଆଯାଉଛି । ମାତ୍ର ବିଚାର ବିଳମ୍ବରୁ ଗାଡ଼ି ରିଲିଜ ହୋଇପାରୁନାହିଁ କି ନିଲାମ ମଧ୍ୟ କରାଯାଉନାହିଁ।

ଭାରତରେ ଯାନବାହାନ ବ୍ୟବହାର ଅବଧି ସୀମା ୧୫ବର୍ଷ ରହିଛି। ଏହାବ୍ୟତୀତ ପୁନଃ ରାଜସ୍ବ ଭରଣା କଲେ ଏହାର ଅବଧି ୫ବର୍ଷ ବୃଦ୍ଧି ହୋଇପାରିବ। ତେବେ ଅବଧି ମଧ୍ୟରେ ଜବତ ଯାନବାହନ ନ ମୁକୁଳାଇଲେ ସେଗୁଡିକ ନିଲାମ ହେବା ମଧ୍ୟ ନିୟମ ରହିଛି। ମାତ୍ର ବର୍ଷ ବର୍ଷ ଧରି ପୋଲିସ ଏବଂ ଅବକାରୀ ଥାନାରେ ପଡିଥିବା ଶତାଧିକ ଗାଡ଼ି ମୁକୁଳା ଯାଉନାହିଁ କି ନିଲାମ ହେଉନାହିଁ। ଏ ନେଇ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଆଇନ ଅନୁସାରେ ଜବତ ଯାନବାହନ ମାମଲା ଥାନାରୁ କୋର୍ଟକୁ ହସ୍ତାନ୍ତର ହେଉଛି। ଆଗକୁ କିଭଳି ଅଧିକରୁ ଅଧିକ ଯାନବାହନ ରିଲିଜ ହେବ ତାହା ଉପରେ ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ରାଉରକେଲା ଅବକାରୀ ଅଧିକାରୀ ମୋହନ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ଅବକାରୀ ବିଭାଗ ଦ୍ୱାରା ଜବତ ଯାନବାହନ ବହୁ ବର୍ଷରୁ ପଡିରହିଛି। ତେବେ ଜବତ ଯାନଗୁଡିକୁ ସଂରକ୍ଷିତ ରଖିବା ପାଇଁ ଭିତ୍ତିଭୂମି ଅଭାବ ରହିଥିବା ସେ କହିଥିଲେ। ଜବତ ଗାଡ଼ିଗୁଡିକୁ ସୁରକ୍ଷିତ ରଖିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନେବା ଆବଶ୍ୟକ ବୋଲି ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?