Posted inଖେଳ

ସୂର୍ଯ୍ୟକୁମାର ନୁହେଁ ବରଂ ଏହି ଖେଳାଳି ହୃଦୟ ଜିତିଲେ ବୋଲି କହିଲେ ସେହଓ୍ବାଗ୍‌, ଏଭଳି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୯।୩: ଗୁରୁବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ର ଚତୁର୍ଥ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।  ତାଙ୍କର ୫୭ରନ୍‌ର ପାଳିକୁ ଅନେକ ପ୍ରଶଂସା କରିବା ସହ ସେ ଭବିଷ୍ୟତରେ ଭାରତ ପାଇଁ ଜଣେ ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍‌ ପାଲଟିବେ ବୋଲି ଅନେକ ମତ ରଖିଥିଲେ। ଏହି ଯୋଗଦାନକୁ ନେଇ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ମଧ୍ୟ ଘୋଷଣା କରାଯାଇଥିଲା। ଏସବୁ ସତ୍ତ୍ୱେ ସୂର୍ଯ୍ୟକୁମାରଙ୍କ ପ୍ରଶଂସା କରିବା ବଦଳରେ ଦଳର ଅନ୍ୟ ଏକ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବ ଭାରତୀୟ ଓପନର୍‌ ବିରେନ୍ଦ୍ର ସେହଓ୍ବାଗ୍‌। ସେ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା।

ଚତୁର୍ଥ ଟି୨୦ରେ ଟସ୍‌ ହାରିବା ପରେ ଭାରତ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ହେଲେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶୀର୍ଷ କ୍ରମ ଏକପ୍ରକାର ଫେଲ ମାରିଥିଲେ। ହେଲେ ସୂର୍ଯ୍ୟକୁମାର ସ୍ଥିତିକୁ ସମ୍ଭାଳି ନେଇଥିଲେ। ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟିଂ ଯୋଗୁ ଭାରତ ୮ ଉଇକେଟ ହରାଇ ୧୮୫ ରନ୍‌ କରିଥିଲା। ଏହା ଇଂଲଣ୍ଡ ପାଇଁ ସହଜ ବିଜୟ ଲକ୍ଷ୍ୟ ଥିଲା। ଏଭଳିସ୍ଥିତିରେ ଭାରତୀୟ ବୋଲରମାନଙ୍କ ଉପରେ ଦାୟିତ୍ୱ ବଢ଼ିଯାଇଥିଲା। ଶାର୍ଦ୍ଦୁଳ ଠାକୁର ୩ ଉଇକେଟ ନେଇଥିଲେ ହେଁ ୪୨ ରନ୍‌ ଦେଇଥିଲେ। ପରେ ଓ୍ବାଶିଂଟନ ସୁନ୍ଦର କୌଣସି ଉଇକେଟ ନ ନେଇ ୫୨ ରନ୍‌ ଦେଇଥିଲେ। ରାହୁଲ ଚହର ୩୫ ରନ୍‌ରେ ୨ ଉଇକେଟ ନେଇଥିଲେ। ଭୁବନେଶ୍ୱର କୁମାର ୩୦ ରନ୍‌ ଦେଇ ୧ ଉଇକେଟ ନେଇଥିଲେ। ହେଲେ କେବଳ ହାର୍ଦ୍ଦିକ ୨ ଉଇକେଟ ନେବା ସହ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ସହଜରେ ରନ୍‌ କରିବାକୁ ଦେଇ ନ ଥିଲେ। ଅପରେଶନ ପରେ ଫିଟ୍‌ ହୋଇ ବୋଲିଂ କରୁଥିବା ହାର୍ଦ୍ଦିକ ୪ ଓଭରରେ ମାତ୍ର ୧୬ ରନ୍‌ ଦେଇଥିଲେ। ଏହା ସେହଓ୍ବାଗଙ୍କୁ ପ୍ରଭାବିତ କରିଛି। ତାଙ୍କ ସପକ୍ଷରେ ସେହଓ୍ବାଗ ଟୁଇଟ୍‌ କରିଛନ୍ତି। ୨/୧୬ ତାଙ୍କର ପ୍ରଦର୍ଶନ ବେଶ ଭଲ ବୋଲି ସେ କହିବା ସହ ମ୍ୟାଚ୍‌ ଜିତିବା ପଛରେ ତାଙ୍କର ହାତ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri