Posted inଖେଳ

୧୫ ବର୍ଷ ତଳର ରହସ୍ୟ ଉନ୍ମୋଚନ କଲେ ସେହ୍ବାଗ, କହିଲେ…

ଭାରତୀୟ କ୍ରିକେଟ୍‌ର ଦ ଓ୍ବାଲ୍‌ ନାମରେ ପରିଚିତ ରାହୁଲ ଦ୍ରାବିଡ ଜଣେ ଭଦ୍ର ବ୍ୟକ୍ତି ଭାବେ ଜଣାଶୁଣା। ପଡିଆରେ ବେଶ୍‌ ଶାନ୍ତ ରହୁଥିବା ଦ୍ରାଭିଡ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି। ନିକଟରେ ଏକ ବିଜ୍ଞାପନରେ ଦ୍ରାବିଡଙ୍କ ଜଣେ ରାଗି ବ୍ୟକ୍ତି ଭାବରେ ନଜର ଆସୁଛନ୍ତି। ଏହି ବିଜ୍ଞାପନକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ଅଧିନାୟକ କୋହଲି ରାହୁଲଙ୍କ ଏହି ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବିଜ୍ଞାପନ ବିଷୟରେ କହିବାକୁ ଯାଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ୧୫ ବର୍ଷ ପୁରୁଣା କାହାଣୀ ବିଷୟରେ ଉଲ୍ଲେଖ କରିଛନ୍ତି। ସେହ୍ବାଗ କହିଛନ୍ତି ଯେ, ୨୦୦୬ରେ ପାକିସ୍ତାନ ବିପକ୍ଷ ଏକ ଦିନିକିଆ ମ୍ୟାଚ ସମୟରେ ଯୁବ ମହେନ୍ଦ୍ର ସିଂ ଧୋନୀ ଏକ ଢିଲା ସର୍ଟ ଖେଳି ନିଜ ଉଇକେଟ ହରାଇଥିଲେ। ଏଥିରେ ରାଗିଯାଇଥିଲେ ଅଧିନାୟକ ରାହୁଲ ଦ୍ରାବିଡ। ସେତେବେଳେ ‘ମୁଁ ରାହୁଲ ଦ୍ରାବିଡଙ୍କ କେତେ ରାଗିପାରନ୍ତି ତାହା ଦେଖିଥିଲି। ସେହ୍ବାଗ କହିଛନ୍ତି ଯେ, ଧୋନୀ ପରବର୍ତ୍ତୀ ସମୟରେ ବ୍ୟାଟିଂ କରିବାକୁ ଆସିଥିଲେ, ମୁଁ ଦେଖିପାରୁଥିଲି ଯେ ସେ ଅଧିକ ସର୍ଟ ମାରି ନ ଥିଲେ। ମୁଁ ଯାଇ ତାଙ୍କୁ ପଚାରିଲି କ’ଣ ହେଲା? ସେ କହିଥିଲେ ଯେ ଦ୍ରାଭିଡ଼ଙ୍କ ଠାରୁ ଆଉ ଗାଳି ଶୁଣିବାକୁ ଚାହୁଁନାହାନ୍ତି। ତୃତୀୟ ନମ୍ବରରେ ବ୍ୟାଟିଂ କରୁଥିବା ଦ୍ରାବିଡ ପ୍ରଥମେ ୨୦୦୦ରେ ଗାଙ୍ଗୁଲିଙ୍କ ଅନୁପସ୍ଥିତିରେ ଅଧିନାୟକତ୍ୱ ଗ୍ରହଣ କରିଥିଲେ।
ସୌରଭ ଗାଙ୍ଗୁଲିଙ୍କ ଯୁଗ ଶେଷ ହେବା ପରେ ଦ୍ରାଭିଡଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ ମଧ୍ୟ କରାଯାଇଥିଲା। ତାଙ୍କ ନେତୃତ୍ୱରେ ଭାରତ ୨୦ଟି ଟେଷ୍ଟ, ୬୨ଟି ଏକଦିବସୀୟ ଖେଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲି ଧରିଲେ ଏମିତି କ୍ୟାଚ୍‌, ଅଷ୍ଟ୍ରେଲିୟ ଖେଳାଳି ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ବ୍ରିସବେନ୍‌,୧୭।୧୦: ବ୍ରିସବେନ୍‌ର ଗାବାରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ କେବଳ ଭଲ ବୋଲିଂ କରି...

ଚେନ୍ନାଇକୁ ଲାଗିଲା ବଡ଼ ଝଟ୍‌କା: ଏହି ଖେଳାଳି ଟୁର୍ନାମେଣ୍ଟରୁ ପ୍ରତ୍ୟାହାର କଲେ ନାଁ

ଚେନ୍ନାଇ,୧।୪: କ୍ରିକେଟରଙ୍କ ପାଇଁ ବାୟୋ ବବଲର ପରିବେଶ ସହଜ ନୁହେଁ । ଖେଳାଳିମାନେ ଗୋଟିଏ ସିରିଜରୁ ଅନ୍ୟ ସିରିଜକୁ ବିନା ବିରତିରେ ଯାଉଛନ୍ତି। ଏପରି ପରିସ୍ଥିତିରେ...

୭୦ ସେକେଣ୍ଡରେ ସଫଳତା ବଖାଣିଲେ ଶାସ୍ତ୍ରୀ

ଦୁବାଇ,୯।୧୧: ଟି -୨୦ ବିଶ୍ୱ ସହିତ ରବି ଶାସ୍ତ୍ରୀଙ୍କ ଟିମ ଇଣ୍ଡିଆର କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ଭାରତ ଶେଷ ଲିଗ ମ୍ୟାଚରେ ନାମ୍ବିଆ...

ଭାଙ୍ଗିଦେଲେ ଇବ୍ରାହିମୋଭିଚ୍‌ଙ୍କ ମୂର୍ତ୍ତି

ମାଲ୍‌ମୋ(ସ୍ବିଡେନ୍‌), ୬।୧(ଏପି)- ସ୍ବିଡେନ୍‌ ପାଇଁ ଅନ୍ତର୍ଜାତୀୟସ୍ତରରେ ସର୍ବାଧିକ ଗୋଲ କରିଥିବା ଜଲାଟନ ଇବ୍ରାହିମୋଭିଚ୍‌ଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ୫୦୦ କେଜି ଓଜନବିଶିଷ୍ଟ ବ୍ରୋଞ୍ଜ୍‌ରେ ନିର୍ମିତ ମୂର୍ତ୍ତି...

କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁଥିଲେ ଗାଙ୍ଗୁଲି

ନୂଆଦିଲ୍ଳୀ,୨୧।୧: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଖବରଦାତା ସମ୍ମିଳନୀରେ ଦିନିକିଆ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ବିସିସିଆଇ...

ପ୍ରଥମ ଥର ଭାରତୀୟ ଦଳରେ ୩ ରାଜସ୍ଥାନ ଖେଳାଳି

ଜୟପୁର,୨୨।୭-ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏହି ଦଳରେ ପ୍ରଥମ ଥର ପାଇଁ ୩ ଜଣ ରାଜସ୍ଥାନ ଖେଳାଳି ସ୍ଥାନ ପାଇଛନ୍ତି। ବାମହାତୀ...

ଟୋକିଓ ଅଲିମ୍ପିକ୍ସରୁ ରୁଷିଆ ବାସନ୍ଦ

ମସ୍କୋ, ୧୭ା୧୨- ଡୋପିଂ ନିୟମ ଭଙ୍ଗ କାରଣରୁ ରୁଷିଆକୁ ଅଲିମ୍ପିକ୍ସ ଭଳି ବିଶ୍ୱ ସ୍ତରୀୟ ଇଭେଣ୍ଟରୁ ବ୍ୟାନ ରୁଲିଂକୁ ସମର୍ଥନ କରିଛି କୋର୍ଟ ଅଫ୍‌ ଆର୍ବିଟ୍ରେଶନ...

ଶୂନରେ ଆଉଟ୍‌ ହେବାପରେ ସହଜ କ୍ୟାଚ୍‌ ଛାଡ଼ିଲେ ପୃଥ୍ବୀ ଶ: ରାଗିଗଲେ କୋହଲି

ଆଡିଲେଡ୍‌,୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ଅଧିନାୟକ ବିରାଟ କୋହଲୀ ଟସ୍‌ ଜିତି...

Advertisement
Archives

Model This Week