Posted inଖେଳ

୧୫ ବର୍ଷ ତଳର ରହସ୍ୟ ଉନ୍ମୋଚନ କଲେ ସେହ୍ବାଗ, କହିଲେ…

ଭାରତୀୟ କ୍ରିକେଟ୍‌ର ଦ ଓ୍ବାଲ୍‌ ନାମରେ ପରିଚିତ ରାହୁଲ ଦ୍ରାବିଡ ଜଣେ ଭଦ୍ର ବ୍ୟକ୍ତି ଭାବେ ଜଣାଶୁଣା। ପଡିଆରେ ବେଶ୍‌ ଶାନ୍ତ ରହୁଥିବା ଦ୍ରାଭିଡ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି। ନିକଟରେ ଏକ ବିଜ୍ଞାପନରେ ଦ୍ରାବିଡଙ୍କ ଜଣେ ରାଗି ବ୍ୟକ୍ତି ଭାବରେ ନଜର ଆସୁଛନ୍ତି। ଏହି ବିଜ୍ଞାପନକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ଅଧିନାୟକ କୋହଲି ରାହୁଲଙ୍କ ଏହି ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ବିଜ୍ଞାପନ ବିଷୟରେ କହିବାକୁ ଯାଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ୧୫ ବର୍ଷ ପୁରୁଣା କାହାଣୀ ବିଷୟରେ ଉଲ୍ଲେଖ କରିଛନ୍ତି। ସେହ୍ବାଗ କହିଛନ୍ତି ଯେ, ୨୦୦୬ରେ ପାକିସ୍ତାନ ବିପକ୍ଷ ଏକ ଦିନିକିଆ ମ୍ୟାଚ ସମୟରେ ଯୁବ ମହେନ୍ଦ୍ର ସିଂ ଧୋନୀ ଏକ ଢିଲା ସର୍ଟ ଖେଳି ନିଜ ଉଇକେଟ ହରାଇଥିଲେ। ଏଥିରେ ରାଗିଯାଇଥିଲେ ଅଧିନାୟକ ରାହୁଲ ଦ୍ରାବିଡ। ସେତେବେଳେ ‘ମୁଁ ରାହୁଲ ଦ୍ରାବିଡଙ୍କ କେତେ ରାଗିପାରନ୍ତି ତାହା ଦେଖିଥିଲି। ସେହ୍ବାଗ କହିଛନ୍ତି ଯେ, ଧୋନୀ ପରବର୍ତ୍ତୀ ସମୟରେ ବ୍ୟାଟିଂ କରିବାକୁ ଆସିଥିଲେ, ମୁଁ ଦେଖିପାରୁଥିଲି ଯେ ସେ ଅଧିକ ସର୍ଟ ମାରି ନ ଥିଲେ। ମୁଁ ଯାଇ ତାଙ୍କୁ ପଚାରିଲି କ’ଣ ହେଲା? ସେ କହିଥିଲେ ଯେ ଦ୍ରାଭିଡ଼ଙ୍କ ଠାରୁ ଆଉ ଗାଳି ଶୁଣିବାକୁ ଚାହୁଁନାହାନ୍ତି। ତୃତୀୟ ନମ୍ବରରେ ବ୍ୟାଟିଂ କରୁଥିବା ଦ୍ରାବିଡ ପ୍ରଥମେ ୨୦୦୦ରେ ଗାଙ୍ଗୁଲିଙ୍କ ଅନୁପସ୍ଥିତିରେ ଅଧିନାୟକତ୍ୱ ଗ୍ରହଣ କରିଥିଲେ।
ସୌରଭ ଗାଙ୍ଗୁଲିଙ୍କ ଯୁଗ ଶେଷ ହେବା ପରେ ଦ୍ରାଭିଡଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ ମଧ୍ୟ କରାଯାଇଥିଲା। ତାଙ୍କ ନେତୃତ୍ୱରେ ଭାରତ ୨୦ଟି ଟେଷ୍ଟ, ୬୨ଟି ଏକଦିବସୀୟ ଖେଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri