Posted inଖେଳ

ସେହ୍ବାଗ ଲଞ୍ଚ୍‌ କଲେ କ୍ରିକେଟ କୋଚିଂ ଓ୍ବେବ୍‌ସାଇଟ୍‌ କ୍ରିକୁରୁ

ନୂଆଦିଲ୍ଲୀ,୧୦।୬(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ବୁଧବାର କ୍ରିକେଟ ସମ୍ପର୍କିତ ଶିକ୍ଷା ପାଇଁ ଦେଶରେ ପ୍ରଥମଥର ପାଇଁ ଲଞ୍ଚ୍‌ କରିଛନ୍ତି ନୂଆ ଓ୍ବେବ୍‌ସାଇଟ୍‌ ତଥା ଆପ୍‌। ଏହାର ନାମ କ୍ରିକୁରୁ ରହିଛି। ସେହ୍ବାଗଙ୍କ ସମେତ ପୂର୍ବତନ କ୍ରିକେଟର ସଞ୍ଜୟ ବାଙ୍ଗର ଏହି ଓ୍ବେବ୍‌ସାଇଟ ତଥା ଆପ୍‌ର ବିକାଶ ପାଇଁ ଏକାଠି କାର୍ଯ୍ୟ କରିଛନ୍ତି। ଉଦୀୟମାନ ଖେଳାଳିଙ୍କୁ କ୍ରିକେଟ ସମ୍ପର୍କରେ ଶିକ୍ଷା ଦେବାକୁ, ଅଭିଜ୍ଞ କ୍ରିକେଟରମାନଙ୍କ ଅଭିଜ୍ଞତାରୁ ଏମାନଙ୍କ ବିକାଶ ପାଇଁ ଏହି ଆପ୍‌ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି। କ୍ରିକେଟକୁ କ୍ୟାରିୟର ରୂପେ ବାଛିବାକୁ ନିଷ୍ପତ୍ତି ନେଇଥିବା ଖେଳାଳିମାନେ ଏଥିରୁ ବହୁତ କିଛି ଶିକ୍ଷା କରିବାର ସୁଯୋଗ ପାଇବେ ଓ ଏହା ହିଁ ଏହି ଆପ୍‌ର ଲକ୍ଷ୍ୟ ରହିଛି। ଏହା ଦେଶରେ କ୍ରିକେଟର ବିପ୍ଳବ ଆଣିବ ବୋଲି ସେହ୍ବାଗ ଆଶାପ୍ରକାଶ କରିଛନ୍ତି।
ସେହ୍ବାଗ ଓ ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ପ୍ରତ୍ୟେକ ଖେଳାଳିଙ୍କ ପାଠ୍ୟକ୍ରମ ପ୍ରସ୍ତୁତ ତଥା ବିକଶିତ କରିଛନ୍ତି। ଦେଶର ଏହି ପ୍ରଥମ କ୍ରିକେଟ କୋଚିଂ ଓ୍ବେବ୍‌ସାଇଟ ଦ୍ୱାରା ଖେଳାଳିମାନଙ୍କୁ ଅଭିଜ୍ଞ କ୍ରିକେଟରମାନେ ନିଜ ଅଭିଜ୍ଞତା ସମ୍ପର୍କରେ ଶିକ୍ଷା ଦେବେ। ବିଶ୍ୱର ୩୦ ଜଣ ଖେଳାଳି ତଥା କୋଚ୍‌ଙ୍କଠାରୁ କିପରି କ୍ରିକେଟ ଖେଳାଯାଇପାରିବ ସେ ନେଇ ଉଦୀୟମାନ କ୍ରିକେଟରମାନେ ଶିକ୍ଷା କରିପାରିବେ। ପ୍ରତ୍ୟେକ କୋଚ୍‌ ୪ ଘଣ୍ଟାର ଭିଡିଓ ସହିତ ଶିକ୍ଷା ପ୍ରଦାନ କରିବେ। ଏହି ଓ୍ବେବ୍‌ସାଇଟ ବ୍ୟବହାର କରୁଥିବା ଖେଳାଳିମାନେ ପ୍ରସିଦ୍ଧ ଖେଳାଳିଙ୍କଠାରୁ ସେମାନଙ୍କ ସଫଳତା, ବିଫଳତା ଓ ଖ୍ୟାତି ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ପାଇବେ।
ପ୍ରଶିକ୍ଷଣ ଦେବାକୁ ଥିବା ଏହି କୋଚ୍‌ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଏବି ଡିଭିଲର୍ସ, ବ୍ରେଟ ଲି, ବ୍ରାଏନ ଲାରା, କ୍ରିସ୍‌ ଗେଲ, ଡ୍ବେନ ବ୍ରାଭୋ, ହରଭଜନ ସିଂ, ଜଣ୍ଟି ରୋଡ୍ସଙ୍କ ଭଳି ପ୍ରଖ୍ୟାତ କ୍ରିକେଟର ଓ ଅନ୍ୟମାନେ। ଭାରତରେ କ୍ରିକେଟର ବିକାଶ ଓ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଓ ଏ ନେଇ ସ୍ଥିତି ଉପଲବ୍ଧ କରାଇବା କ୍ରିକୁରୁର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ବିଶ୍ୱର କୋଚିଂ ବିଶେଷଜ୍ଞମାନେ ବିନା ବାଧାରେ କ୍ରିକେଟ ପ୍ରତିଭାମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଦେବେ ବୋଲି ସେହ୍ବାଗ କହିଛନ୍ତି। ଦେଶର କୋଣ ଅନୁକୋଣରେ ରହୁଥିବା କ୍ରିକେଟ ପ୍ରତିଭାମାନେ ସିଧାସଳଖ ଏହି ଓ୍ବେବ୍‌ସାଇଟ୍‌ରୁ ଲାଭ ଉଠାଇପାରିବେ ବୋଲି ବାଙ୍ଗର କହିଛନ୍ତି। କ୍ରିକେଟ କୋଚିଂ ପାଇବା ପାଇଁ ସମସ୍ତଙ୍କର ଅଧିକାର ଅଛି ଓ କ୍ରିକୁରୁ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। www.cricuru.com ଲଗ୍‌ ଅନ୍‌ କରି ଏହି ଓ୍ବେବ୍‌ସାଇଟ୍‌କୁ ଗୋଟିଏ ବର୍ଷ ପାଇଁ ସବ୍‌ସ୍କ୍ରାଇବ କରିହେବ। ଗୋଟିଏ ବର୍ଷ ଅବଧିର ସବ୍‌ସ୍କ୍ରାଇବ ପାଇଁ ସଦସ୍ୟତା ଦେୟ ୨୯୯ ଟଙ୍କା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri