‘ମୋ ଜଙ୍ଗଲ’ ଆପ୍‌ ଲୋକାର୍ପିତ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ରାଜ୍ୟରେ ସମସ୍ତ ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ ଓ ପରିଚାଳନା ସହଜ କରିବାକୁ କାର୍ଯ୍ୟକାରୀ ହୋଇଛି ‘ମୋ ଜଙ୍ଗଲ’ (Mo Jungle: My Odisha Forest) ଏବଂ ‘ନୋ ଇୟୋର ଫରେଷ୍ଟ ଲ୍ୟାଣ୍ଡ୍‌’(KYFL@Odisha) ମୋବାଇଲ୍‌ ଆପ୍‌। ଶୁକ୍ରବାର ଲୋକସେବା ଭବନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଆପ୍‌କୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଉଭୟ ମୋବାଇଲ୍‌ ଆପ୍‌ ପ୍ରଚଳନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘୫-ଟି’ ଓ ‘ମୋ ସରକାର’ ଉଦ୍ୟମର ଅଂଶବିଶେଷ। ଜଙ୍ଗଲ ଆପ୍‌ ମାଧ୍ୟମରେ ରାଜ୍ୟର ଜନସାଧାରଣ ଜଙ୍ଗଲ ଓ ବନୀକରଣ ସମ୍ବନ୍ଧୀୟ ବ୍ୟାପକ ସୂଚନା ପାଇପାରିବେ। ଏହାକୁ ଅଧିକ ଫଳପ୍ରସୂ କରିବା ପାଇଁ ସୁଚିନ୍ତିତ ମତାମତ ମୋବାଇଲ୍‌ ଆପ୍‌ ଜରିଆରେ ଦେଇପାରିବେ। ସେହିଭଳି ‘ନୋ ଇୟୋର ଫରେଷ୍ଟ ଲ୍ୟାଣ୍ଡ୍‌’ ଆପ୍‌ ଦ୍ୱାରା ରାଜ୍ୟର ସମସ୍ତ ଜଙ୍ଗଲ ଜମି ସମ୍ବନ୍ଧରେ ଠିକ୍‌ ସୂଚନା ଓ ଏହାର ଉନ୍ନତି ସମ୍ବନ୍ଧୀୟ ବିଶଦ ଯୋଜନା ପାଇପାରିବେ। ରାଜ୍ୟର ଯେକୌଣସି ସ୍ଥାନର ଜଙ୍ଗଲ ଜମି ଓ ଜଙ୍ଗଲ ପ୍ରଶାସନ ସମ୍ବନ୍ଧୀୟ ତଥ୍ୟାବଳୀ ଏହି ମୋବାଇଲ୍‌ ଆପ୍‌ ଜରିଆରେ ଉପଲବ୍ଧ ହୋଇପାରିବ। ଏହାଛଡ଼ା ଜିଲା, ତହସିଲ, ବ୍ଲକ୍‌, ଗ୍ରାମ ପଞ୍ଚାୟତ, ଗାଁ, ଖାତା ନମ୍ବର, ରାଜସ୍ବ ଜମି ନମ୍ବର, ଜମି ମାଲିକଙ୍କ ନାମ, କେଉଁ କିସମର ଜମି, କେତେ ବର୍ଗଫୁଟର ଜମି, ସ୍ଥାନୀୟ ପୋଲିସ ଷ୍ଟେଶନର ସମସ୍ତ ତଥ୍ୟ ଏହି ମୋବାଇଲ୍‌ ଆପ୍‌ରେ ରହିବ।
ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଆଇଟି ଓ ଜିଆଇଏସ୍‌ ସେଲ୍‌ ଏବଂ ଓର୍‌ସାକ୍‌ର ବୈଷୟିକ ସହଭାଗିତାରେ ଉଭୟ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଗୁଗଲ୍‌ ଓ ଆପଲ୍‌ ପ୍ଲେଷ୍ଟୋର୍‌ରୁ ଏହି ଦୁଇ ଆପ୍‌କୁ ଡାଉନ୍‌ଲୋଡ୍‌ କରିହେବ। ଜଙ୍ଗଲ ଓ ପରିବେଶ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ଏହାଦ୍ୱାରା ଅଧିକ ସ୍ବଚ୍ଛତା ଓ ପାରଦର୍ଶିତା ଆସିପାରିବ। ଲୋକାର୍ପଣ ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସ୍ବାଗତ ଭାଷଣ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦିପ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଉଭୟ ମୋବାଇଲ୍‌ ଆପ୍‌ ଉପରେ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଖାରବେଳ ଭବନରୁ ଜଙ୍ଗଲ ଓ ପରିବେଶ ବିଭାଗର ଉଚ୍ଚ ପଦାଧିକାରୀ, ବିଭିନ୍ନ ଜିଲାରୁ ବନଖଣ୍ଡ ଅଧିକାରୀ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?