ଅନ୍ତର୍ଜାତୀୟ ସହଯୋଗ ଲୋଡ଼ା

ତିନିବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବୈଶ୍ୱିକ ଅଭିବୃଦ୍ଧି ସ୍ଥିର ରହିବା, ୩ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ନିମ୍ନରେ ପହଞ୍ଚିବା ଏବଂ ବିତ୍ତୀୟ ଅବସ୍ଥା ଅଧିକ ଭଲ ହେଉଥିବାବେଳେ ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଶେଷ ହେବାର ଅନ୍ତିମ ପର୍ଯ୍ୟୟରେ ରହିଥିବା ଭଳି ମନେହେଉଛି। କିନ୍ତୁ ଏହା ଏକ ସକାରାତ୍ମକ ଖବର । ଏହା ଗମ୍ଭୀର ବାସ୍ତବତାକୁ ଲୁଚାଇ ପାରିବ ନାହିଁ। ଅର୍ଥାତ୍‌ କୋଭିଡ୍‌-୧୯ ମହାମାରୀ ଆରମ୍ଭ ହେବାର ୪ବର୍ଷରୁ ଅଧିକ ସମୟ ପରେ ବିଶ୍ୱ ବିଶେଷକରି ବିକାଶଶୀଳ ଅର୍ଥନୀତଗୁଡ଼ିକ ସମୃଦ୍ଧି ପାଇଁ ଭରସାଯୋଗ୍ୟ ଉପାୟ ଆପଣାଇ ନାହାନ୍ତି। ବିଶ୍ୱ ବ୍ୟାଙ୍କର ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୬ ଯାଏ ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୨.୭%ରେ ସ୍ଥିର ରହିବ, ଯାହା ମହାମାରୀ ପୂର୍ବ ଦଶନ୍ଧିରେ ଥିବା ହାରାହାରି ୩.୧% ଠାରୁ ବହୁତ କମ୍‌। ପ୍ରମୁଖ ବିକାଶ ଲକ୍ଷ୍ୟରେ ଅଗ୍ରସର ହେବା ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ। ଚଳିତ ବର୍ଷ ଶେଷ ସୁଦ୍ଧା ଏକଚତୁର୍ଥାଂଶ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକ ମହାମାରୀ ପୂର୍ବରୁ ଯେଉଁ ସ୍ଥିତିରେ ଥିଲେ ତାହା ତୁଳନାରେ ଦରିଦ୍ର ହୋଇଯିବେ। ୨୦୨୪-୨୫ରେ ବିଶ୍ୱର ଅଧିକାଂଶ ଅର୍ଥ ବ୍ୟବସ୍ଥା କୋଭିଡ୍‌-୧୯ ପୂର୍ବ ଦଶନ୍ଧିରେ ଯେଭଳି ଅଭିବୃଦ୍ଧି କରିଥିଲେ ତାହା ତୁଳନାରେ ମାନ୍ଦା ସ୍ଥିତି ଆରମ୍ଭ ହୋଇଯିବ। ୨୦୨୬ ପର୍ଯ୍ୟନ୍ତ ବୈଶ୍ୱିକ ସୁଧ ହାର ୪% ରହିବ ବୋଲି ଅନୁମାନ କରାଯାଉଛି। ଏହା ଗତ ୨ ଦଶନ୍ଧି ତୁଳନାରେ ୨ଗୁଣ ଅଧିକ ଓ ଏହି ସ୍ଥିତି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ଏହା ପରିବର୍ତ୍ତେ ହଠାତ୍‌ କିଛି ଭଲ ଆଶା କରିବା ପାଇଁ ସରକାରଗୁଡ଼ିକ ଏକ ନିବିଡ଼ ଅନ୍ତର୍ଜାତୀୟ ସହଯୋଗ ସ୍ଥିର କରିବା ଦରକାର। ଏଥିପାଇଁ ଉତ୍ପାଦକତା, ଉଦ୍ୟମିତା ଏବଂ ନୂତନତ୍ୱକୁ ଆପାଣାଇବା ଆବଶ୍ୟକ। ବର୍ଲିନ୍‌ ପାଚେରି ପତନ ପରେ ଏହି ମଡେଲ ବୃଦ୍ଧି ପାଇଲା। ଦେଶ ମଧ୍ୟରେ ସାମଗ୍ରୀ, ପୁଞ୍ଜି ଏବଂ ବିଚାରଧାରାର ପ୍ରବାହକୁ ଉତ୍ସାହିତ କଲା ଏବଂ ପାଖାପାଖି ୨୫ ବର୍ଷ ଧରି ବ୍ୟାପକ ବୈଶ୍ୱିକ ସମୃଦ୍ଧି ସମ୍ଭବ ହୋଇଥିଲା। ଫଳରେ ବିଶ୍ୱର ଗରିବ ଏବଂ ଧନୀ ଦେଶଗୁଡ଼ିକରେ ମୁଣ୍ଡ ପିଛା ଆୟ ପାର୍ଥକ୍ୟ ଯଥେଷ୍ଟ ହ୍ରାସ ପାଇଥିଲା। ଫଳରେ ମହାମାରୀ ପୂର୍ବରୁ ଚରମ ଦାରିଦ୍ର୍ୟର ଅନ୍ତ ସମ୍ଭବ ହୋଇଥିଲା।
କିନ୍ତୁ ନିକଟ ଅତୀତରେ ଅନ୍ତର୍ଜାତୀୟ ସହଯୋଗ ତୁଟିଯାଉଛି। ସୀମାପାର ବାଣିଜି୍ୟକ କାରବାରକୁ ରୋକବା ଲାଗି ଅଧିକ ପଦକ୍ଷେପ ନିଆଯାଉଛି। ବିଶ୍ୱର ପ୍ରମୁଖ ଦେଶଗୁଡ଼ିକରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଅନ୍ୟ ସମୟ ତୁଳନାରେ ଚଳିତ ଶତାବ୍ଦୀରେ ବାଣିଜ୍ୟ ନୀତି ଉପରେ ଅନିଶ୍ଚିତତା ଅଧିକ ରହିଛି। କ୍ରମାଗତ ଭାବେ ଦୁର୍ବଳ ପୁଞ୍ଜିନିବେଶ ଯୋଗୁ ଏହା ଘଟୁଛି। ଦେଖିବାକୁ ଗଲେ ୨୦୧୩-୨୩ରେ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ନିବେଶ ଅଭିବୃଦ୍ଧି ୨୦୦୦ ଦଶନ୍ଧିର ପ୍ରତିଶତ ତୁଳନାରେ ଅଧାରୁ କମ୍‌ ହୋଇଯାଇଥିଲା। ୨୦୨୬ ପର୍ଯ୍ୟନ୍ତ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକର ମୁଣ୍ଡ ପିଛା ଆୟ ଅଭିବୃଦ୍ଧି କେବଳ ୩% ରହିବ ବୋଲି ଆକଳନ କରାଯାଇଛି। ଅନେକ ବିକାଶଶୀଳ ଦେଶ ନିକଟ ଭବିଷ୍ୟତରେ ସେମାନଙ୍କର ବିକଶିତ-ଅର୍ଥନୀତି ପ୍ରତିପକ୍ଷଙ୍କ ସହ ଆୟ ବ୍ୟବଧାନ ଦୂରକରିବାରେ କୌଣସି ଅଗ୍ରଗତି କରିବେ ନାହିଁ ଏବଂ ଏଭଳି ବ୍ୟବଧାନ ଏହି ଦଶନ୍ଧିର ପ୍ରଥମ ୫ବର୍ଷରେ ପ୍ରାୟ ଅଧା ବୃଦ୍ଧି ପାଇବ। ତେବେ ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ନକାରାମତ୍କ ସ୍ଥିତିରେ ଅନେକ କିଛି ଭଲ ବିଷୟ ଘଟିବାର ସୁଯୋଗ ଅଛି । ବିଶେଷକରି ଆମେରିକା ୪ ଦଶନ୍ଧି ମଧ୍ୟରେ ଅଧିକ ମୁଦ୍ରାନୀତି କଟକଣା ମଧ୍ୟରେ ତାହାର ଅଭିବୃଦ୍ଧି ବଢି଼ିବାରେ ଲାଗିଛି । ଆମେରିକାର ଗତିଶୀଳତା ହେଉଛି ଏକ ପ୍ରମୁଖ କାରଣ ଯେଉଁଥିରେ ଆସନ୍ତା ୨ ବର୍ଷ ମଧ୍ୟରେ ବିଶ୍ୱ ଅର୍ଥନୀତିରେ କିଛି ବୃଦ୍ଧିର ସମ୍ଭାବନା ରହିଛି।
ବିକାଶଶୀଳ ବଜାରଗୁଡ଼ିକ ମଧ୍ୟରେ ଭାରତ ଓ ଇଣ୍ଡୋନେସିଆ ସେମାନଙ୍କ ପ୍ରଦର୍ଶନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଦୃଢ଼ ଘରୋଇ ଚାହିଦା, ନିବେଶ ବୃଦ୍ଧି ଏବଂ ଏକ ଗତିଶୀଳ ସର୍ଭିସ୍‌ ସେକ୍ଟର ଦ୍ୱାରା ଏମାନଙ୍କ ଆତ୍ମବିଶ୍ୱାସ ବଢ଼ିଛି। ଭାରତର ଅର୍ଥ ବ୍ୟବସ୍ଥା ୨୦୨୬ ଯାଏ ପ୍ରତି ବିତ୍ତୀୟ ବର୍ଷରେ ହାରାହାରି ୬.୭% ରହିବ ବୋଲି ଆକଳନ କରାଯାଇଛି( ଦକ୍ଷିଣ ଏସିଆ ଏବେ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅଞ୍ଚଳ)। ଇଣ୍ଡୋନେସିଆରେ ଆସନ୍ତା ୨ ବର୍ଷ ମଧ୍ୟରେ ୫.୧% ଅଭିବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି। ବୃଦ୍ଧି ପାଉଥିବା ଏକ ମଧ୍ୟମ ବର୍ଗ ଏବଂ ଯୁକ୍ତସଙ୍ଗତ ଆର୍ଥିକ ନୀତିଗୁଡ଼ିକ ପାଇଁ ଏହା ସମ୍ଭବ ହେଉଛି। ଏହିସବୁ ଅର୍ଥ ବ୍ୟବସ୍ଥା ପ୍ରମାଣକରେ ଯେ, କଠିନ ପରିସ୍ଥିତିରେ ଉଚ୍ଚ ଅଭିବୃଦ୍ଧି ହାର ସ୍ଥାୟୀ ରହିପାରିବ। ଯଦି ଅନ୍ୟମାନେ ସମାନ ସଫଳତା ହାସଲ କରିବାକୁ ଏବଂ ନିଜର ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବାକୁ ଚାହାନ୍ତି, ତେବେ ସେମାନେ ମାନବ ପୁଞ୍ଜିକୁ ମଜଭୁତ କରିବା ଲାଗି ନୀତି ପ୍ରଣୟନ କରିବା ଜରୁରୀ। ଏହା ବ୍ୟତୀତ ଉତ୍ପାଦକତା ବୃଦ୍ଧି କରିବା ସହ ଅଧିକ ମହିଳାଙ୍କୁ ଶ୍ରମ ଶକ୍ତିରେ ପ୍ରବେଶ କରିବାକୁ ଉତ୍ସାହିତ କରିବାକୁ ପଡ଼ିବ। ଏଥିପାଇଁ ପ୍ରଭାବଶାଳୀ ତଥା ଉତ୍ତମ ଲକ୍ଷ୍ୟଭିତ୍ତିକ ସାର୍ବଜନୀନ ନିବେଶ ଗୁରୁତ୍ୱପୂର୍ଣ୍ଣ ।
ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ସରକାରୀ ନିବେଶ ହାରାହାରି ଭାବେ ମୋଟ ବୈଶ୍ୱିକ ନିବେଶର ଏକଚତୁର୍ଥାଂଶ। ଗବେଷଣାରୁ ଜଣାପଡ଼ିଛି ଯେ, ଏହାକୁ ଜିଡିପିର ମାତ୍ର ୧% ବୃଦ୍ଧି କରାଗଲେ ମଧ୍ୟମ ଅବଧି ମଧ୍ୟରେ ଏହା ମୋଟ ଜିଡିପିକୁ ୧.୫%ରୁ ଅଧିକ ବୃଦ୍ଧି କରିପାରିବ। ଏହାସହ ପ୍ରାୟ ୫ ବର୍ଷ ମଧ୍ୟରେ ଘରୋଇ ନିବେଶ ୨%ରୁ ଅଧିକ ବଢ଼ିବ। ପ୍ରଭାବଶାଳୀ ସରକାରୀ ନିବେଶରେ ସଫଳତା ହାସଲ କରିଥିବା ଏବଂ ବିଶେଷକରି ବ୍ୟୟ ବୃଦ୍ଧି କରିବା ପାଇଁ ପର୍ଯ୍ୟାପ୍ତ ବିତ୍ତୀୟ ସୁଯୋଗ ଥିବା ଦେଶଗୁଡ଼ିକ ପାଇଁ ଏଥିରେ ଅଧିକ ଲାଭ ରହିଛି। କେତେକ କ୍ଷୁଦ୍ର ବିକାଶଶୀଳ ଦେଶଗୁଡ଼ିକ ( ଯେଉଁମାନଙ୍କର ଜନସଂଖ୍ୟା ୧.୫ ମିଲିୟନରୁ କମ୍‌) ପାଇଁ ଏହା ହେଉଛି ଏକ କଠିନ ଆହ୍ବାନ। ମାତ୍ର ୧୭ ମିଲିୟନ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ବିକାଶଶୀଳ ଦେଶସବୁ ଅନ୍ୟ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ତୁଳନାରେ ହାରାହାରି ୮ଗୁଣ ଅଧିକ ଜଳବାୟୁଜନିତ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଛନ୍ତି। ବଡ଼ କଥା ହେଉଛି, ଏହି ଦେଶଗୁଡିକର ଦୁଇ-ପଞ୍ଚମାଂଶ ଋଣ କଷ୍ଟରେ ଅଛନ୍ତି କିମ୍ବା ଅଧିକ ବିପଦରେ ଅଛନ୍ତି। ଏହାର ଅର୍ଥ ନୁହେଁ ଯେ, କ୍ଷୁଦ୍ର ଦେଶର ସରକାରମାନେ ସେମାନଙ୍କର ଅର୍ଥନୀତିକୁ ଏକ ସ୍ଥିର, ସମୃଦ୍ଧ ପଥରେ ଚଳାଇପାରିବେ ନାହିଁ। ଅପରପକ୍ଷେ, ଘରୋଇ ଉତ୍ସରୁ ଅଧିକ ରାଜସ୍ବ ପାଇବାକୁ ସେମାନଙ୍କର ଯଥେଷ୍ଟ ସୁଯୋଗ ଅଛି, ଯାହା ବିଦେଶୀ ନିବେଶ ଅପେକ୍ଷା ଏକ ଅଧିକ ବିଶ୍ୱାସଯୋଗ୍ୟ ଆର୍ଥିକ ଆଧାର ପ୍ରଦାନକରେ। ସେମାନେ ବିତ୍ତୀୟ ଢାଞ୍ଚା ମଧ୍ୟ ସୃଷ୍ଟି କରିପାରିବେ। ଲଗାତର ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ବାଧା ସହ ମୁକାବିଲା କରିବାରେ ସକ୍ଷମ ହେବେ । ଏହା ବ୍ୟତୀତ ସରକାରୀ ବ୍ୟୟ ଦକ୍ଷତା ବିଶେଷକରି ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଭିତ୍ତିଭୂମିରେ ଉନ୍ନତି କରିପାରିବେ। ଏହିସବୁ ପ୍ରୟାସକୁ ଅନ୍ତର୍ଜାତୀୟ ନୀତି ସମନ୍ବୟ ଏବଂ ବିତ୍ତୀୟ ସହଯୋଗ ହିଁ ପୂରଣ କରିପାରିବ।
ନୀତି ନିର୍ଦ୍ଧାରକମାନେ ଯାହାକୁ ନେଇ ଆନନ୍ଦିତ ତାହା ହେଲା, ୧୯୮୦ ଦଶକରୁ ବିଶ୍ୱର ସୁଧ ହାରରେ ସର୍ବାଧିକ ବୃଦ୍ଧି ସତ୍ତ୍ୱେ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥାକୁ ଏଢ଼ାଇ ଦେଇପାରିଛି। କିନ୍ତୁ ସେମାନେ ଏହା ମଧ୍ୟ ସ୍ବୀକାର କରିବା ଉଚିତ ଯେ, ବିଶ୍ୱର ଅଧିକାଂଶ କ୍ଷେତ୍ରରେ ବିକାଶରେ ଅଗ୍ରଗତି ଏବଂ ଦାରିଦ୍ର୍ୟ ହ୍ରାସକୁ ସମର୍ଥନ କରିବାକୁ ଅଭିବୃଦ୍ଧି ଅତ୍ୟଧିକ ମାନ୍ଦା ରହିଛି। ଭାଗୀଦାରି ସମୃଦ୍ଧିକୁ ଆଗକୁ ବଢ଼ାଉଥିବା ଦୃଢ଼ ଅନ୍ତର୍ଜାତୀୟ ସହଯୋଗ ବିନା ବିଶ୍ୱ ଅର୍ଥନୀତି ମାନ୍ଦା ଅବସ୍ଥାରେ ଅଟକିରହିଯିବ।

  • ଇନ୍ଦରମିତ୍‌ ଗିଲ୍‌, ମୁଖ୍ୟ ଅର୍ଥନୀତିଜ୍ଞ (ଡେଭଲପମେଣ୍ଟ ଇକୋନୋମିକ୍ସ),ବିଶ୍ବ ବ୍ୟାଙ୍କ
  • ଏମ୍‌. ଆହ୍ୟାନ୍‌ କୋଜେ, ଉପମୁଖ୍ୟ ଅର୍ଥନୀତିଜ୍ଞ (ବିଶ୍ୱବ୍ୟାଙ୍କ)

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri