ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ସବୁବେଳେ ମାନବ ହୋଇ ରହିବାକୁ ଚାହୁଁଥିଲେ। ମାନବୀୟ ଲୀଳା ଦେଖାଉଥିଲେ। ତେବେ କେତେବେଳେ କେମିତି ତାଙ୍କ ଦ୍ୱାରା ଅତିମାନବୀୟ ଶକ୍ତିର ପ୍ରଦର୍ଶନ ହେଲେ ସେ ତତ୍‌କାଳ ଯୋଗମାୟାଙ୍କୁ ଡାକୁଥିଲେ। ଯୋଗମାୟା ଆସି ସମସ୍ତଙ୍କ ମନରୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରଦର୍ଶିତ ଅଲୌକିକ ଦୃଶ୍ୟାବଳୀକୁ ଲିଭାଇ ଦେଉଥିଲେ। ଯୋଗମାୟା ହେଉଛନ୍ତି ସାରା ସଂସାରକୁ ଭ୍ରମିତ କରିବାଭଳି ଶକ୍ତିର ଅଧିକାରିଣୀ। ଶ୍ରୀମଦ୍‌ ଭାଗବତର ଏହି ଉପାଖ୍ୟାନ ହୁଏତ କାହାକୁ ବିଶ୍ୱାସଯୋଗ୍ୟ ହୋଇପାରେ ବା ନ ପାରେ। ମାତ୍ର ଆଜିର ମଣିଷ ଯେ ଯୋଗମାୟାଙ୍କ ଶକ୍ତିକୁ ହାତରେ ଧରି ଚାଲୁଛି ସେକଥା କେହି ଅସ୍ବୀକାର କରିବେ ନାହିଁ। ମଣିଷ ଏବେ ବାସ୍ତବ ଜିନିଷ ଅପେକ୍ଷା ଅବାସ୍ତବ ମାତ୍ର ସତ ଲାଗୁଥିବା ଜିନିଷରେ ଅଧିକ ବିଶ୍ୱାସ କରିବାକୁ ଆରମ୍ଭ କରିଛି। ସବୁକିଛି ଭୁଲିଯିବା ଲାଗି ତା’ ହାତରେ ୨୪ଘଣ୍ଟିଆର ମନୋରଞ୍ଜନ କିମ୍ବା ମାୟାତିଆରି ଯନ୍ତ୍ର ଉପଲବ୍ଧ ରହିଛି। ଏହା ହେଉଛି ସ୍ମାର୍ଟଫୋନ ଓ ତହିଁରେ ଉପଲବ୍ଧ ସାମାଜିକ ଗଣମାଧ୍ୟମ।
କୁହାଯାଏ ପ୍ରତୀକ୍ଷା ବଡ଼ ଯନ୍ତ୍ରଣାଦାୟକ। କାହାକୁ ଅପେକ୍ଷା କରିବାଠାରୁ ବଡ଼ ବିରକ୍ତିକର କାର୍ଯ୍ୟ ଆଉ କିଛି ନାହିଁ। ମାତ୍ର ଏବେ ପ୍ରତୀକ୍ଷା ଆନନ୍ଦଦାୟକ। ଆପଣ ଦେଖିବେ ବସ୍‌ଷ୍ଟାଣ୍ଡ, ରେଲୱେ ଷ୍ଟେଶନରେ ଏବେ ଅପେକ୍ଷା କରିଥିବା ଲୋକମାନଙ୍କ ମୁହଁରେ ଆଦୌ ବିରକ୍ତି ବା ଅବସୋସର ଚିହ୍ନ ଦେଖିବାକୁ ମିଳୁନି। ବରଂ ସମସ୍ତେ ନିଜ ନିଜର ସ୍ମାର୍ଟଫୋନରେ ଶର୍ଟ ଭିଡିଓ ବା ରିଲ ଦେଖିବାରେ ବ୍ୟସ୍ତ ରହୁଛନ୍ତି। ମନକୁ ମନ ମୁରୁକି ମୁରୁକି ହସୁଛନ୍ତି। କେହି କେହି ବନ୍ଧୁଙ୍କ ସହିତ ଚାଟ୍‌ରେ ବ୍ୟସ୍ତ ରହୁଛନ୍ତି। ସାମାଜିକ ଗଣମାଧ୍ୟମରୂପୀ ଯୋଗମାୟା ସମସ୍ତଙ୍କର ପ୍ରତୀକ୍ଷାଜନିତ କଷ୍ଟ ହରଣ କରି ସମସ୍ତଙ୍କୁ ଅପାର ସୁଖ ପ୍ରଦାନ କରୁଛନ୍ତି!
କାହିଁ କେତେକାଳରୁ ମଣିଷ ତା’ ନିଜ ଜୀବନର ରହସ୍ୟ ଭେଦ କରିବାକୁ ପ୍ରୟାସରତ। ଯୁଗଯୁଗରୁ ସେ ଚେଷ୍ଟା କରି ଆସୁଛି ଜାଣିବାକୁ ସେ କିଏ, ସେ କେଉଁଠାରୁ ଆସିଛି, କାହିଁକି ହୋଇଛି ତା’ର ଜନ୍ମ, କି କି କାର୍ଯ୍ୟ କଲେ ତା’ର ଜୀବନ ସଫଳ ହେବ ଇତ୍ୟାଦି ଅନେକ ପ୍ରଶ୍ନର ଉତ୍ତର। ପୁରାତନ ଯୁଗର ଋଷିମୁନିଙ୍କଠାରୁ ଆରମ୍ଭକରି ଆଧୁନିକ ଯୁଗର ଦାର୍ଶନିକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟା କରିଛନ୍ତି ଏସବୁ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ, ତଥାପି ସଫଳ ହୋଇପାରିନାହାନ୍ତି। ଏବେ ବି ଏସବୁ ପ୍ରଶ୍ନ ମଣିଷକୁ ବ୍ୟଥିତ କରୁଛି। ତେଣୁ ସାଧାରଣ ବୁଦ୍ଧିସମ୍ପନ୍ନ ମଣିଷମାନେ ଏସବୁ ପ୍ରଶ୍ନର ଉତ୍ତର ନ ଖୋଜି ଯିଏ ଯେଉଁ ପରିବେଶରେ ଅଛନ୍ତି ସେହି ପରିବେଶରେ ଜୀବନକୁ ବଞ୍ଚିବାକୁ, ଜୀବନର ଆନନ୍ଦ ଉପଭୋଗ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏଥିରେ ବି ମଣିଷ ସଫଳ ହୋଇପାରୁନି। ପ୍ରତିଟି ମଣିଷର ଆଶା ଅପୂରଣୀୟ ରହୁଛି। ରାସ୍ତାକଡରେ ବସି ଭିକ ମାଗୁଥିବା ଭିକାରିଠାରୁ ଆରମ୍ଭକରି କୋଟିପତିଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଭିତରେ ଅଭାବ ଅନୁଭବ କରୁଛନ୍ତି। ସମସ୍ତଙ୍କୁ ଲାଗୁଛି ଏଇ ଜୀବନଟା ଏମିତି ନ ହୋଇ ଅନ୍ୟପ୍ରକାରେ ହୋଇଥିଲେ ବୋଧହୁଏ ଭଲହୋଇଥାନ୍ତା। ମଣିଷର ଏହି ଅତୃପ୍ତିର ପରିସମାପ୍ତି ଲାଗି ବିଜ୍ଞାନ ଓ ପ୍ରଯୁକ୍ତି ତା’ ପାଖରେ ରଖୁଛି ଗୋଟିକ ପରେ ଗୋଟେ ଲୋଭନୀୟ ପ୍ରସ୍ତୁତି। ଆଧୁନିକ ଆଇଟି ଦୁନିଆ ମଣିଷ ନିମନ୍ତେ ବାସ୍ତବ ଦୁନିଆ ବାହାରେ ଆଉ ଏକ ଦୁନିଆର ସୃଷ୍ଟି କରିଛି। ଏହି ଦୁନିଆକୁ କୁହାଯାଉଛି ଶୂନ୍ୟ ସମାଜ ବା ଭର୍ଚୁଆଲ ସୋସାଇଟି। ଏହି ଦୁନିଆ କେବଳ ମଣିଷର କଳ୍ପନାରେ ନୁହେଁ, କଳ୍ପନାରୁ ବାହାରି ଆସି ଅନେକଗୁଡିଏ ବାସ୍ତବତାର ଝଲକ ପ୍ରତିମୁହୂର୍ତ୍ତରେ ମଣିଷକୁ ଦେଇପାରୁଛି। ଧୀରେ ଧୀରେ ମଣିଷ ଏଇ ଦୁନିଆକୁ ଆଦରି ନେଉଛି, ମଣିଷ ବାସ୍ତବ ଦୁନିଆରୁ ଦୂରେଇ ଯାଇ ଏହି ଅବାସ୍ତବ ଦୁନିଆରେ ବଞ୍ଚତ୍ବାକୁ ଏବେ ବେଶ୍‌ ପସନ୍ଦ କରୁଛି, ଖୁସି ହେଉଛି ଓ ଜୀବନକୁ ନୂଆଭାବେ ଉପଭୋଗ କରୁଛି।
ସାମାଜିକ ଗଣମାଧ୍ୟମର ଦ୍ରୁତ ବିକାଶ ଅସୀମିତ ସେଲ୍ୟୁଲାର ଇଣ୍ଟରନେଟ୍‌ ତଥା ଡାଟା ଯୋଗାଣ ତାକୁ ତା’ର ଏଇ ମନଗଢା ସଂସାର ଭିତରେ ବଞ୍ଚତ୍ବାକୁ ପ୍ରେରିତ କରୁଛି। ଏବେ ୱେବ୍‌ ଓ ସୋସିଆଲ ମିଡିଆ ହୋଇଛି ମଣିଷର ନୂଆ ଦୁନିଆ। ସୋସିଆଲ ମିଡିଆ ସହାୟତାରେ ନିଜର ଏକ ନୂଆ ପରିଚୟ ନେଇ ବଞ୍ଚତ୍ବାକୁ ପସନ୍ଦ କରୁଛି। ମଣିଷ ଏବେ ଯେତିକି ସମୟ ନିଜ ଲାଗି ଦେଉନି ତା’ଠାରୁ ଅଧିକ ସମୟ ସୋସିଆଲ ମିଡିଆରେ ଦେଉଛି। ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ମଣିଷ ଯେତିକି ସମୟ ବିନା ନିଦ୍ରାରେ କାଟୁଛି ସେହି ସମୟର ୮୦ ପ୍ରତିଶତରୁ ଅଧିକ ସମୟ ସେ ସୋସିଆଲ ମିଡିଆରେ ଦେଉଛି ବା ସେ ବିଷୟରେ ଚିନ୍ତାକରୁଛି ! ପ୍ରତି ମୁହୂର୍ତ୍ତରେ ତା’ର ଚିନ୍ତା ଚେତନାକୁ ଆବୋରି ବସିଛି ସୋସିଆଲ ମିଡିଆ ବା ସେହିଭଳି ଶୂନ୍ୟ ଦୁନିଆ। ଏବେ ଲୋକେ ଗୋଟେ ନୂଆ ଜାଗାରେ ପହଞ୍ଚତ୍ଲେ ପ୍ରଥମେ ସେ ଜାଗା, ସେ ପରିବେଶ, ସେଠିକାର ନୂଆଲୋକଙ୍କୁ ନ ଦେଖି ପକେଟରୁ ବାହାର କରୁଛନ୍ତି ସେଲ୍‌ଫୋନ ଓ ତତ୍‌କାଳ ନିଜର ଶୂନ୍ୟ ଦୁନିଆରେ ବୁଡ଼ିଯାଉଛନ୍ତି। ଲୋକଙ୍କ ଭିତରେ ସାମାଜିକ ଭାବ ବିନିମୟ ଏବେ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଦିନ ଥିଲା ସକାଳୁ ଘରୁ ବାହାରିଲା ମାତ୍ରେ ଚିହ୍ନା ଥାଉ ବା ନ ଥାଉ ଲୋକଙ୍କଠାରୁ ଅନେକ ଅନାବଶ୍ୟକ ପ୍ରଶ୍ନ କାନରେ ପଡୁଥିଲା- ଏଇ ଯେମିତି, କୁଆଡେ ବାହାରିଲେ, ବଜାର ଯାଇଥିଲେ କି? କ’ଣ ଦେଖା ନାହିଁ?
ଆଉ କେମିତି ଅଛନ୍ତି ଇତ୍ୟାଦି ଇତ୍ୟାଦି। ବଜାର ହାଟ, ଛକଜାଗାମାନଙ୍କରେ କିଛି କାମ ନ ଥିଲେ ବି ଅଧିକାଂଶ ଲୋକ ଭିଡ ଜମାଉଥିଲେ କେବଳ ଟିକେ ଗପସପ ଆଶାରେ। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ଘରୁ ବାହାରିଲା ପରେ କେହି ଆଉ କାହା ସହିତ କଥା ହେଉନାହାନ୍ତି ବରଂ ସମସ୍ତେ କଥାରେ ବ୍ୟସ୍ତ ରହୁଛନ୍ତି ନିଜର ସ୍ମାର୍ଟଫୋନ୍‌ରେ। ଏବେ ସବୁଠାରୁ ସମୟଖାଦକ ବସ୍ତୁ ହେଉଛି ଫେସ୍‌ବୁକ୍‌ର ରିଲସ୍‌, ଇନ୍‌ଷ୍ଟାଗ୍ରାମ୍‌ କିମ୍ବା ୟୁଟ୍ୟୁବ୍‌ର ଶର୍ଟ ଭିଡିଓ। ମାତ୍ର ୧ ମିନିଟ୍‌ ଭିତରର ଏହି ପ୍ରୋଗ୍ରାମଗୁଡ଼ିକ ଧୈର୍ଯ୍ୟହରା ମଣିଷକୁ ଜୀବନର ନାନା ରଙ୍ଗ ଦେଖାଉଛନ୍ତି। ମଣିଷ ଏସବୁ ଭିତରେ ବୁଡ଼ି ରହୁଛି, ନିଜକୁ, ନିଜର ଚାରିପାଖକୁ ଭୁଲି ଶୂନ୍ୟରୁ ସୁଖର ସନ୍ଧାନ କରୁଛି।

  • ହରିହର ତ୍ରିପାଠୀ
    ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା
    ମୋ : ୯୪୩୯୯୦୩୨୨୦

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri