ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ ପରିବର୍ତ୍ତନ କରାଯାଇଛି। ଏହା ସହ ଚିକିତ୍ସା ପାଇଁ ପିଏଫ୍‌ରୁ ଟଙ୍କା ଉଠାଇବା ସହଜ ହୋଇଯାଇଛି। ବର୍ତ୍ତମାନ ଚିକିତ୍ସା ଆବଶ୍ୟକ ହେଲେ ହିତାଧିକାରୀମାନେ ସହଜରେ ଅଧିକ ଟଙ୍କା ଉଠାଇପାରିବେ।

ଇପିଏଫ୍‌ଓର ଏହି ପରିବର୍ତ୍ତନ ଅନୁଚ୍ଛେଦ ୬୮ଜେ ଅନୁଯାୟୀ, ଅଟୋ କ୍ଲେମ୍‌ ପ୍ରୋସେସିଂ ପରିମାଣ ପ୍ରସଙ୍ଗରେ ଏକ ସର୍କୁଲାର ଜାରି କରିଛି। ସର୍କୁଲାରରେ କୁହାଯାଇଛି, ପୂର୍ବରୁ ଅନୁଚ୍ଛେଦ ୬୮ଜେ ଅନୁଯାୟୀ ପିଏଫ୍‌ରୁ ଟଙ୍କା ଉଠାଣ ୫୦ ହଜାର ଟଙ୍କାରେ ସୀମିତ ଥିଲା। ବର୍ତ୍ତମାନ ଏହାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ବର୍ତ୍ତମାନ ଯଦି କୌଣସିି ଇପିଏଫ୍‌ଓ ଗ୍ରାହକ ଚିକିତ୍ସା ପାଇଁ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଉଠାଣ ପାଇଁ ଆବେଦନ କରନ୍ତି, ତେବେ ଏହାର ପ୍ରକ୍ରିୟାକରଣ ଅଟୋ ମୋଡ୍‌ରେ କରାଯିବ। ପୂର୍ବରୁ ଅଟୋ ପ୍ରକ୍ରିୟାକରଣର ସୁବିଧା କେବଳ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୀମିତ ଥିଲା ।

ବର୍ତ୍ତମାନ ଇପିଏଫ୍‌ଓ ଗ୍ରାହକମାନେ ଚିକିତ୍ସା ଆବଶ୍ୟକତା ପାଇଁ ସହଜରେ ଅଧିକ ଟଙ୍କା ଉଠାଇପାରିବେ ବୋଲି ଆଶା ରଖିଛନ୍ତି। ଇପିଏଫ୍‌ଓ ଘରୋଇ ବା ବେସରକାରୀ ଅନୁଷ୍ଠାନଗୁଡ଼ିକର କୋଟି କୋଟି କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି ପରିଚାଳନା କରେ, ଯେଉଁଥିରେ ଇପିଏଫ୍‌ ଏବଂ ଇପିଏସ୍‌ ଆଦି ରହିଛି। ପିଏଫ୍‌ରେ ଜମା ରଖୁଥିବା ଗ୍ରାହକମାନେ ସେମାନଙ୍କ ବ୍ୟକ୍ତିଗତ ଆବଶ୍ୟକତା ସ୍ଥଳେ ଟଙ୍କା ଉଠାଇବା ସୁବିଧା ପାଆନ୍ତି। ଜଣେ କର୍ମଚାରୀ କୌଣସି କାରଣରୁ ହଠାତ୍‌ ରୋଜଗାର ହରାଇଲେ ଫର୍ମ -୧୯ ଅନୁଯାୟୀ ଆବେଦନ କରି ପିଏଫ୍‌ରୁ ଟଙ୍କା ଉଠାଇପାରିବେ। ଚାକିରି ଛାଡ଼ିବା ବ୍ୟତୀତ କର୍ମଚାରୀମାନେ ଘର କିଣିବା, ଘର ନିର୍ମାଣ, ଘର ମରାମତି, ବିବାହ, ପିଲାମାନଙ୍କର ଶିକ୍ଷା ଇତ୍ୟାଦି ଆବଶ୍ୟକତା ପାଇଁ ଏଥିରୁ ଟଙ୍କା ଉଠାଇବାର ସୁବିଧା ମଧ୍ୟ ପାଇଥା’ନ୍ତି ।

ସେହିପରି ନିଜେ କିମ୍ବା ନିର୍ଭରଶୀଳଙ୍କ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଟଙ୍କା ଉଠାଇପାରିବେ। ଏଥିପାଇଁ ଅନୁଚ୍ଛେଦ ୬୮ଜେ ଅନୁଯାୟୀ ପିଏଫ୍‌ରୁ ଅଗ୍ରିମ ପ୍ରତ୍ୟାହାର କରାଯାଇପାରିବ। ଏଥିରେ ଯଦି ଗ୍ରାହକ କିମ୍ବା ନିର୍ଭରଶୀଳ ୧ ମାସରୁ ଅଧିକ ସମୟ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି କିମ୍ବା ଯକ୍ଷ୍ମା, କୁଷ୍ଠ, ପକ୍ଷାଘାତ, କର୍କଟ, ମାନସିକ ରୋଗ, ହୃଦ୍‌ଘାତ ଇତ୍ୟାଦିରେ ପୀଡ଼ିତ ତେବେ ୬୮ଜେ ଅଧୀନରେ ଟଙ୍କା ଉଠାଇବା ପାଇଁ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri