ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହରିଣକୁ ଦେଖିବାକୁ ମିଳୁଛି। ଅନ୍ୟପଟେ କେହି ଜଣେ ଗୋଟିଏ ହାତରେ ଭିଡିଓ କରୁଥିବା ବେଳେ ଅନ୍ୟ ହାତରେ ଏକ ବନ୍ଧୁକ ଧରି ରହିଛନ୍ତି। ସେପଟୁ ଏକ ହରିଣ ଦ୍ରୁତ ଗତିରେ ଆସୁଛି। ପରେ ବନ୍ଧୁକଟି ତାଙ୍କ ଆତରୁ ଖସିି ପଡ଼ିଥିବା ବେଳେ ଫୋନ ଭିଡିଓ ବନ୍ଦ ହୋଇ ରହିଯାଉଛି। ଦେଖିଲେ ଏପରି ଲାଗୁଛି ଯେପରି ହରିଣଟି ତାଙ୍କୁ ଆକ୍ରମଣ କରି ଚାଲିଯାଇଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Karma returns too soon🙏
🎬Theo Santonas pic.twitter.com/t4Vkkq3ntg— Susanta Nanda IFS (@susantananda3) January 10, 2022