Posted inଜାତୀୟ

ପ୍ରେମିକାଙ୍କ ସ୍ବାମୀଙ୍କୁ ଦେଖି ୫ ମହଲାରୁ ଡେଇଁଲେ ପ୍ରେମିକ: ଆଉ ତା’ପରେ

ଜୟପୁର,୧୬।୧୨: ରାଜସ୍ଥାନର ଜୟପୁରର ପ୍ରତାପନଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଲିଭ୍‌-ଇନ ରିଲେସନଶିପରେ ରହୁଥିବା ଜଣେ ଯୁବକ ମହିଳାଙ୍କ ସ୍ବାାମୀଙ୍କୁ ଦେଖି ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ତଳକୁ ଡେଇଁ ମୃତ୍ୟୁବରଣ କରିଛନ୍ତି।
ପୋଲିସର ସୂଚନାନୁସାରେ, ଉତ୍ତର ପ୍ରଦେଶର କନୌଜ ନିବାସୀ ୨୯ ବର୍ଷୀୟ ମୋହିସିନ ଛଦ୍ମନାମ ଆଜାମ ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଭଡା ଘରେ ଜଣେ ମହିଳାଙ୍କ ସହ ସହମତି ଭିତ୍ତିରେ ରହୁଥିଲେ। ମହିଳା ଜଣଙ୍କ ପୂର୍ବରୁ ବିବାହିତ। ତାଙ୍କର ଏକ ଝିଅ ମଧ୍ୟ ଅଛି। ଦୁଇ ବର୍ଷ ପୂର୍ବେ ସ୍ବାମୀଙ୍କୁ ଛାଡି ପ୍ରେମିକ ମୋହସିନଙ୍କ ସହ ନୈନିତାଲରେ ରହୁଥିଲେ। ମହିଳାଙ୍କ ସ୍ବାମୀ ତାଙ୍କ ଖୋଜି ଖୋଜି ନିକଟରେ ଏଠାରେ ପହଞ୍ଚିଥିଲେ। ମୋହସିନ୍‌ ତାଙ୍କୁ ଦେଖି ୫ ମହଲା ଆପାର୍ଟମେଣ୍ଟରୁ ତଳକୁ ଡେଇଁ ପଡିଥିଲେ। ତାଙ୍କୁ ତୁରନ୍ତ ଜୟପୁରର ସୱାଇମାନ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜବତ ହୋଇଥିବା ଚୋରି ସାମଗ୍ରୀ ବିକି ଦେଉଥିଲେ ମହିଳା ପୋଲିସ

ପାଲଘର,୫।୯: ଚୋରି ମାମଲାରେ ଜବତ ହୋଇଥିବା ସାମଗ୍ରୀକୁ ବିକ୍ରି କରିବା ଅଭିଯୋଗରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର...

୬ ବର୍ଷରେ ଭାରତ ଛାଡ଼ିଛନ୍ତି ୩୫ ହଜାର ଉଦ୍ୟୋଗୀ

କୋଲକାତା,୨୨।୧୦: ୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫,୦୦୦ ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩,୦୦୦...

କମଲନାଥଙ୍କୁ ଡ୍ରୋନ ପ୍ଲେନ ମାଗିଲେ କମ୍ପ୍ୟୁଟର ବାବା

ଭୋପାଳ,୨୬।୬: ଚଳିତ ବର୍ଷ ଭୋପାଳରେ କମଲନାଥ ସରକାରଙ୍କ ଦ୍ୱାରା ରିଭର ଟ୍ରଷ୍ଟର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିବା କମ୍ପ୍ୟୁଟର ବାବା ରାଜ୍ୟ ସଚିବାଳୟରେ ଏକ କାର୍ଯ୍ୟାଳୟ...

ପୁଣି ଏକ ନାଟକ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ,୩୧।୧: ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ପୁଣି ନୂଆ ନାଟକ ଦେଖାଇଛନ୍ତି ନିର୍ଭୟା ଦୋଷୀ। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା...

କରୋନା ମହାମାରୀକୁ ଖାତିର ନ କରି ୧୫ କିମି ସାଇକେଲ ଚଲାଇ ରୋଗୀଙ୍କ ସେବା କରିବାକୁ ଯାଉଛନ୍ତି ୮୭ ବର୍ଷିୟ ଡାକ୍ତର

ଚନ୍ଦ୍ରପୁର,୨୩ ।୧୦: କରୋନା ମହାମାରୀ ସମୟରେ ଗାଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରେ ନାନା ଅସୁବିଧା ଭୋଗ କରୁଥିବା ଦେଖାଯାଇଛି । ଆଉ ଏହି ମହାମାରୀ...

ପିପିଇ କିଟ୍‌ ପିନ୍ଧି ଲୁଟି ନେଇଥିଲେ ୧୩ କୋଟି ଟଙ୍କାର ଅଳଙ୍କାର

ନୂଆଦିଲ୍ଲୀ, ୨୧।୧:ପିପିଇ କିଟ୍‌ ପିନ୍ଧି ଫିଲ୍ମ ଷ୍ଟାଇଲ୍‌ରେ ଜଣେ ଇଲେକ୍ଟ୍ରିସିଆନ୍‌ ଦକ୍ଷିଣ ପୂର୍ବ ଦିଲ୍ଲୀର କାଲକାଜି ସ୍ଥିତ ଅଞ୍ଜଳି ଜୁଏଲରର୍ସରୁ ୧୩ କୋଟି ଟଙ୍କାର ଅଳଙ୍କାର...

ଦେଶର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ ସୌରଭ କ୍ରିପାଲ…

ନୂଆଦିଲ୍ଲୀ,୧୬।୧୧: ବରିଷ୍ଠ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି କରିବାକୁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥା ହେଉଛି ସେ ଭାରତର ପ୍ରଥମ...

ଥରକେ ହୋଇପାରିବ ନାହିଁ ପଶ୍ଚିମବଙ୍ଗର ବଳକା ୪ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ, ୧୫ା୪- ପୂରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ପଶ୍ଚିମବଙ୍ଗର ବଳକା ୪ ପର୍ଯ୍ୟାୟ ନିର୍ବାଚନ ଏକାଥରକେ କରାଯିବା ନେଇ...

Advertisement
Archives

Model This Week