‘କ୍ଷତିଗ୍ରସ୍ତ ଧାନଚାଷ ଦେଖିଲେ, ଚାଷୀଙ୍କୁ ସଚେତନ କଲେ’

ଜଳେଶ୍ୱର, ୯।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱରର ବିଭିନ୍ନ ଅଞ୍ଚଳରେ ଚକଡାପୋକ ବ୍ୟାପିବାରେ ଲାଗିଛି ା ଏ ସମ୍ପର୍କରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ମଙ୍ଗଳବାର ଜିଲା କେଭିକେ (କୃଷି ବିଜ୍ଞାନ କେନ୍ଦ୍ର)ର ବୈଜ୍ଞାନିକ ଜଳେଶ୍ୱର ଅଞ୍ଚଳର ବିଭିନ୍ନ ପଞ୍ଚାୟତ ବୁଲି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ା ଅତିଶୀଘ୍ର ନିର୍ଦ୍ଦିଷ୍ଟ କୀଟନାଶକ ଓ କେତେକ ପ୍ରଣାଳୀ ଚାଷୀମାନେ ଆପଣେଇବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ସେମାନେ ସରକାରଙ୍କୁ ସବିଶେଷ ତଥ୍ୟ ଜଣାଇବେ ବୋଲି ଚାଷୀଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ା
ଜଳେଶ୍ୱରରେ ୨୧ହଜାର ହେକ୍ଟର ଜମିରେ ଧାନ ଚାଷ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ପ୍ରତିକୂଳ ପାଗ ଯୋଗୁ ୧୯୫୦୦ହେକ୍ଟର ଜମିରେ ରୁଆପୋତା ହୋଇଥିଲା। ଏବେ ବାୟୁମଣ୍ଡଳରେ ତାପମାତ୍ର ଆଶାତୀତ ଭାବେ କମି ନ ଥିବାରୁ ତଥା ଅଧିକ ଉତ୍ତାପ ଦେଖାଦେଉଥିବାରୁ ଚକଡାପୋକ ଅଧିକ ମାତ୍ରାରେ ବ୍ୟାପୁଥିବା କେଭିକେ ବୈଜ୍ଞାନିକ ଡ. ସ୍ବାଗତିକା ସାହୁ ଓ ଡ. କମଳାକାନ୍ତ ବେହେରା ସୂଚନା ଦେଇଛନ୍ତି। ସେମାନେ ବର୍ତ୍ତନା, ଖୁଲୁଡା, ଗୋପୀମୋହନପୁର, ଆରୁହା ଓ ପଶ୍ଚିମବାର୍ଡ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ଚକଡାପୋକ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ା ପରିସ୍ଥିତି ଦେଖି ସେମାନେ ଚାଷୀମାନଙ୍କୁ ସାନ୍ତ୍ୱନା ଦେବା ସହ ନିର୍ଦ୍ଦିଷ୍ଟ ଗୋଟିଏ ପ୍ରକାର କୀଟନାଶକ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ା ଧାଡିକୁ ଧାଡି ପାହି ସୃଷ୍ଟି କରି ସିଞ୍ଚନ ବେଳେ କୀଟନାଶକ ଧାନଗଛର ମୂଳ ଯାଏ ଯେପରି ସ୍ପର୍ଶ କରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ କହିଛନ୍ତି ା କେତେକ ଚାଷୀ ୩/୪ ପ୍ରକାର ଔଷଧ ମିଶ୍ରଣ କରି ସିଞ୍ଚନ କରୁଥିବାରୁ ଏହାକୁ ସେମାନେ ବାରଣ କରିଛନ୍ତି। ଅନ୍ୟପକ୍ଷରେ ଆବଶ୍ୟକ କୀଟନାଶକ ରିହାତି ମୂଲ୍ୟରେ ଯୋଗାଇ ଦେବାକୁ ବହୁ କୃଷକ ସଂଘ, କୃଷକ ସଭା, ନେତୃମଣ୍ଡଳୀ ଓ ଅଭିଜ୍ଞ କୃଷକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜଳେଶ୍ୱର ଗୋଷ୍ଠୀ କୃଷି ଅଧିକାରୀ ସଞ୍ଜୟ ରାଉତଙ୍କୁ ପଚାରିବାରୁ ପ୍ରତି ପଞ୍ଚାୟତରେ ଏ ରୋଗର ପ୍ରାଦୁର୍ଭାବ ଦେଖାଦେଇଥିବା ଓ ନିର୍ଦ୍ଦିଷ୍ଟ ଔଷଧ ସମ୍ପର୍କରେ ପରାମର୍ଶ ଦିଆଯାଇଥିଲେ ମଧ୍ୟ କୃଷକମାନେ ଏକାଧିକ ଔଷଧ ପ୍ରୟୋଗ କରୁଥିବାରୁ ରୋଗ ନିରାକରଣ ହୋଇପାରୁନାହିଁ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଇବଣିଆ କୃଷି ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି, ସେକ୍‌ ଅବଦୁଲ ରାଜା, ବୀରେନ୍ଦ୍ର ମଲ୍ଲିକ, ପଦ୍ମଲୋଚନ ବାରିକ ପ୍ରମୁଖ କୃଷିବୈଜ୍ଞାନିକଙ୍କ ସହିତ ବିଭିନ୍ନ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri