ମନ୍ଥର ଗତିରେ ପାନୀୟ ଜଳ ପ୍ରକଳ୍ପ କାମ

ଭଞ୍ଜନଗର,୯।୧୧(ଡି.ଏନ.ଏ): ଭଞ୍ଜନଗର ବିଜୁ ପଟ୍ଟନାୟକ ପାର୍କ ରାସ୍ତାରେ ୨ କୋଟି ୩୮ଲକ୍ଷ ଟଙ୍କା ବ୍ୟୟରେ ୪୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଜଳ ବିଶୋଧନାଗାର ନିର୍ମାଣ ଚାଲିଛି । ଏହି କାମ ଗତ ଜୁଲାଇ ସୁଦ୍ଧା ସାରିବା ଲକ୍ଷ୍ୟ ଥିଲା। କିନ୍ତୁ ଠିକାଦାର ମନ୍ଥର ଗତିରେ କାମ କରୁଥିବା ଯୋଗୁ କାମ ସରି ପାରି ନ ଥିବା ଅଭିଯୋଗ ହେଉଛି। ତେବେ ଠିକାଦାର ସମୟ ବଢ଼ାଇ ନଭେମ୍ବର ଶେଷ ସୁଦ୍ଧା କାମ ସାରିବା ପାଇଁ ଲକ୍ଷ୍ୟ ରଖିଥିତ୍ବା ଜଣାପଡ଼ିଛି। ଏଥିରେ ଖିଲାପ କଲେ ଆଉ ସମୟ ବଢ଼ାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ।
ଆଗାମୀ ୩୦ବର୍ଷକୁ ଆଖି ଆଗରେ ରଖି ଭଞ୍ଜନଗର ସହରରେ ଆଉ ୨ଟି ନୂଆ ଓଭରହେଡ୍‌ ପାଣିଟାଙ୍କି ଏବଂ ୨ଟି ସମ୍ପ ନିର୍ମାଣ ହେବ। ଏଥିସହ ସହରର କେତକ ଅଞ୍ଚଳରେ ନୂତନ ପାଇପ ବିଛାଯିବ । ଏ ବାବଦରେ ୨କୋଟି ୭୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗୋଟିଏ ଓଭର ହେଡ଼୍‌ ପାଣି ଟାଙ୍କି ବ୍ଲକ ନିକଟସ୍ଥ ନିର୍ମାଣଧୀନ ମିଶନ ଶକ୍ତି ଭବନକୁ ଲାଗି ହେବ ା ସେଠାରେ ଏକ ସମ୍ପ ମଧ୍ୟ ନିର୍ମାଣ ହେବ । ସମ୍ପ ଏବଂ ଓଭରହେଡ଼୍‌ ପାଣି ଟାଙ୍କିରେ ମୋଟ ୫ଲକ୍ଷ ଲିଟର ପାଣି ମହଜୁଦ୍‌ ରହିପାରିବ । ପୁରୁଣା ଜେଲ ପଛ ପଟେ ସମ୍ପ ଏବଂ ଓଭର ହେଡ଼୍‌ ଟାଙ୍କି ହେବ। ସେଠାରେ ସାଢ଼େ ୫ଲକ୍ଷ ଲିଟର ପାଣି ମହଜୁଦ୍‌ ରହିବ। ଉକ୍ତ ଦୁଇଟି କାମର ଟେଣ୍ଡର ସରିଛି। କିଛିଦିନ ମଧ୍ୟରେ ତାର କାମ ଆରମ୍ଭ ହେବ । ବର୍ତ୍ତମାନ ମେଡ଼ିକାଲ ପରିସରରେ ୬ଲକ୍ଷ ଲିଟର ପାଣି ମହଜୁଦ୍‌ ରହୁଥିବା ବେଳେ କାର୍ଯ୍ୟାଳୟ ନିକଟରେ ୯ଲକ୍ଷ ଲିଟର ପାଣି ମହଜୁଦ୍‌ ରଖାଯାଉଛି। ସେଠାରେ ସାଢ଼େ ୪ଲକ୍ଷ ଲିଟର ପାଣି ଗଚ୍ଛିତ ରହିବା ଭଳି ଏକ ସମ୍ପ ଅଛି। ବତ୍ତର୍ର୍ମାନ ଜଣ ପିଚ୍ଛା ୧୬୫ ଲିଟର ପାଣି ଦେବା ବ୍ୟବସ୍ଥା କରାଯାଉଛି। ଭଞ୍ଜନଗର ସହରରେ ବର୍ତ୍ତମାନ ୪୩୬୭ ଘରେ ୨୨,୬୨୯ ଲୋକ ବସବାସ କରୁଥିବା ବେଳେ ବେସରକାରୀ ଭାବେ ଏହା ଆହୁରି ଅଧିକ ହେବ। ସମସ୍ତଙ୍କୁ ପାଣି ଯୋଗାଇବାକୁ ହେଲେ ବର୍ତ୍ତମାନ ଦୈନିକ ୩୭ଲକ୍ଷ ୩୦ ହଜାର ଲିଟର ପାଣି ଆବଶ୍ୟକ। ଜଳ ବିଶୋଧନାଗାର ପ୍ରକଳ୍ପ କାର୍ଯ୍ୟ ସରିଲେ ସହରରେ ପାଣି ସମସ୍ୟା ରହିବ ନାହିଁ । ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ବେହେରା କହିଛନ୍ତି, ଚଳିତମାସ ଶେଷ ସୁଦ୍ଧା ଜଳ ବିଶୋଧନାଗାର କାମ ସରିଯିବ ବୋଲି ଆଶା କରାଯାଉଛି। ଠିକାଦାର ଏଥିରେ ଖିଲାପ କଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri