Posted inଖେଳ

ସୁରକ୍ଷା ଆଳରେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଗଲେ ପୋଲିସକର୍ମୀ, ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ…

କରାଚି,୨୩।୯: ପାକିସ୍ତାନ ବିପକ୍ଷରେ ୩ ଦିନିକିଆ ସହ ୫ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥାନ୍ତା ନ୍ୟୁଜିଲ୍ୟାଣ୍ଡ। ହେଲେ ପ୍ରଥମ ଦିନିକିଆ ଟସ୍‌ର କିଛି ମିନିଟ୍‌ ପୂର୍ବରୁ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଥିଲା। ଏହି ସିରିଜ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଅନେକ ପ୍ରସ୍ତୁତି କରିଥିଲା। ଫଳରେ ଗସ୍ତ ବାତିଲ ହେବା ପରେ ବୋର୍ଡ ଆର୍ଥିକ କ୍ଷତି ସହିଛି। ବର୍ତ୍ତମାନ ପାକିସ୍ତାନର ସୁରକ୍ଷାକର୍ମୀମାନେ ୨୭ ଲକ୍ଷର ବିରୟାନୀ ବିଲ୍‌ ଜମା କରିବା ପରେ ପିସିବିର ସମସ୍ୟା ବୃଦ୍ଧି ପାଇଛି। କିଏ ଏହି ବିଲ୍‌ ଦେବ ସେ ନେଇ ଚର୍ଚ୍ଚା ଜୋର ଧରିଛି।

ନ୍ୟୁଜିଲାଣ୍ଡ ଦଳର ଖେଳାଳିମାନେ ପାକିସ୍ତାନରେ ୭ ଦିନ ରହିଥିଲେ। ଏହି ସମୟରେ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ନିକଟରେ ଥିବା ଏକ ହୋଟେଲରୁ ଦିନକୁ ଦୁଇଥର ବିରିୟାନୀ ଖାଇଥିଲେ। ଏହାର ମୂଲ୍ୟ ୨୭ ଲକ୍ଷ ଟଙ୍କା ହୋଇଥିଲା। ହୋଟେଲ ପକ୍ଷରୁ ଏହି ବିଲ୍‌ ପାସ କରିବାକୁ ଅର୍ଥ ମନ୍ତ୍ରାଳୟ ପାଖକୁ ପଠାଯିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏବେ ଏହି ବିଲ୍‌କୁ ପାସ କରାଯାଇ ନ ଥିବା ବେଳେ ପିସିବି କ’ଣ କରିବ ତାହା ଦେଖିବା ମଜାଦାର ହେବ। ତେବେ କ୍ଷତିପୂରଣ ଭାବେ ପିସିବି ନ୍ୟୁଜିଲାଣ୍ଡ କ୍ରିକେଟ ଠାରୁ ଏହି ରାଶି ପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ସ୍ଥଗିତ ହେବାପରେ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଏହି କ୍ରିକେଟର୍‌: ପ୍ରଶଂସକ କହିଲେ ବାଃ ବାଃ

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କରୋନା ଭାଇରସ ମହାମାରୀ ହେତୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)କୁ ଅର୍ନିଦ୍ଦିଷ୍ଟ କାଳ...

ଫେଲ୍‌ ମାରିଲା ଏକ୍ସପେରିମେଣ୍ଟ

ଅହମ୍ମଦାବାଦ,୯।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବଡ଼ ଏକ୍ସପେରିମେଣ୍ଟ କରିଥିଲା ଭାରତୀୟ ଦଳ। ଆମନ୍ତ୍ରଣ ପାଇ...

ଏପର୍ଯ୍ୟନ୍ତ ମୋଇନଙ୍କୁ ଭିଜା ମିଳିନାହିଁ

ନୂଆଦିଲ୍ଲୀ,୨୩।୩: ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୧୬ ତାରିଖରେ ଗତ ଥରର ରନର୍ସଅପ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ଭେଟିବାକୁ ଯାଉଛି। ଏହି...

୨୦୨୧ ଆଇପିଏଲ୍‌ : ଟାଇଟଲ ପ୍ରାୟୋଜକ ଭାବେ ଭିଭୋର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୦।୨(ପି.ଟି.): ଚାଇନା ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିଭୋ ଆଗାମୀ ୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଟାଇଟଲ ପ୍ରାୟୋଜକ ରହିବ ବୋଲି ଘୋଷଣା କରାଯାଇଛି।...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

କୋହଲି, ଧୋନୀଙ୍କ କ୍ଲବରେ ରାଇନା

ମୁମ୍ବାଇ,୨୫।୪ : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ସୁରେଶ ରାଇନା ରବିବାର ଆଇପିଏଲରେ ୨୦୦ ଛକା ପୂରଣ କରିଛନ୍ତି। ୭ମ ବ୍ୟାଟ୍ସମ୍ୟାନ ଭାବେ ଏହି...

ଟସ୍‌ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି; ପ୍ରଥମେ ବୋଲିଂ କରିବ ସିଏସ୍‌କେ

ଦୁବାଇ, ୧୦।୧୦: ଚଳିତ ଆଇପିଏଲ୍‌ର ୨୫ତମ ମୁକାବିଲାରେ ଶନିବାର ସନ୍ଧ୍ୟାରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)...

ଟେଲରଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର

ଓ୍ବେଲିଂଟନ,୧।୫(ପି.ଟି.): ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ସମ୍ମାନଜନକ ନ୍ୟୁଜିଲାଣ୍ଡ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି କ୍ରମରେ ସାର୍‌ ରିଚାର୍ଡ...

Advertisement
Archives

Model This Week