ଭାରତୀୟ ଆଇଟି କମ୍ପାନୀର ବଦଳିଲା ଭାଗ୍ୟ, କ୍ଷଣିକ ମଧ୍ୟରେ ୫୦୦ ପାଲଟିଲେ କୋଟିପତି…

ଓ୍ବାଶିଂଟନ,୨୩।୯: ଭାରତୀୟ ଆଇଟି କମ୍ପାନୀ ଫ୍ରେଶ୍‌ଓ୍ବାର୍କ ଆମେରିକାର ନାସଡାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ ହୋଇଛି। ଏହାଦ୍ୱାରା କ୍ଷଣିକ ମଧ୍ୟରେ ୫୦୦ ଲୋକ କୋଟିପତି ପାଲଟି ଯାଇଛନ୍ତି। ଫ୍ରେଶ୍‌ଓ୍ବାର୍କ ଆମେରିକା ବଜାରରେ ସୂଚୀବଦ୍ଧ ହୋଇଥିବା ପ୍ରଥମ ସଫ୍ଟଓ୍ବେର ଏଜ୍‌ ଏ ସର୍ଭିସ୍‌ (ଏସ୍‌ଏଏଏସ୍‌)କମ୍ପାନୀର ମାନ୍ୟତା ହାସଲ କରିଛି।

ଫଳରେ କମ୍ପାନୀର ୫୦୦ କର୍ମଚାରୀ କୋଟି ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣଙ୍କ ବୟସ ୩୦ ବର୍ଷରୁ କମ୍‌। ବୁଧବାର ନ୍ୟୁୟର୍କ ଟ୍ରେଡ଼ିଂରେ ଫ୍ରେଶ୍‌ଓ୍ବାର୍କର କାରବାର ୪୭.୫୫ ଡଲରରେ ବନ୍ଦ ହୋଇଛି। ଫଳରେ କମ୍ପାନୀର ମାର୍କେଟ କ୍ୟାପିଟାଲ ୧୩ ବିଲିୟନ୍‌ ଡଲାର ଛୁଇଁଛି।

୨୦୧୦ରେ ଚେନ୍ନାଇରେ ଗିରିଶ ମାତୃଭୂମି ଏବଂ ଶାନ କୃଷ୍ଣସ୍ବାମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଫ୍ରେଶ୍‌ଓ୍ବାର୍କ ମାତ୍ର ୧୧ ବର୍ଷ ମଧ୍ୟରେ ସଫଳତାରର ଶୀର୍ଷରେ ପହଞ୍ଚିଛି। କମ୍ପାନୀର ୪,୩୦୦ କର୍ମଚାରୀ ପୃଥିବୀ ବ୍ୟାପୀ କାର୍ଯ୍ୟ କରୁଛନ୍ତି। କମ୍ପାନୀର ଶେୟାର ୭୬ ପ୍ରତିଶତ କର୍ମଚାରୀଙ୍କ ପାଖରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ନିଜ ସୈନିକଙ୍କ ଉପରେ ଆକ୍ରମଣ କଲା ରୁଷିଆ: ୟୁକ୍ରେନ କହିଲା, ଧନ୍ୟବାଦ୍‌

କ୍ୱିଭ୍‌,୧୧।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅଢେଇ ମାସରୁ ଅଧିକ ସମୟ ବିତିଗଲାଣି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଯାଇଛି।...

ଗ୍ରାହକଙ୍କୁ ଝଟ୍‌କା ଦେଲା ଜିଓ

ନୂଆଦିଲ୍ଲୀ,୨୯।୧୧: ରିଲାଏନ୍ସ ଜିଓ ଗ୍ରାହକଙ୍କ ଝଟ୍‌କା ଦେଇଛି। ଜିଓ ନିଜର ପ୍ଲାନ୍‌ର ମୂଲ୍ୟ ବୃଦ୍ଧି ହୋଇଛି। ପ୍ଲାନ ଗୁଡିକ ପ୍ରାୟ ୨୦ ରୁ ୨୫ ପ୍ରତିଶତ...

ସିଞ୍ଜୋ ଆବେଙ୍କୁ ଗୁଳିମାଡ଼

ଟୋକିଓ,୮ା୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ଗୁଳିମାଡ଼ ହୋଇଛି। ଜାପାନର ନାରା ସହରରେ ତାଙ୍କୁ ଏହି ଗୁଳିମାଡ଼ ହୋଇଛି। ସେ ଏକ ମଞ୍ଚରେ...

ସଙ୍କଟ ସ୍ଥିତିରେ ଅର୍ଥନୀତି: ମନମୋହନ ସିଂ

ନୂଆଦିଲ୍ଲୀ,୧୮-୧୦: ଦେଶର ପ୍ରତି ଅର୍ଥନୈତିକ ଅସୁବିଧା ଲାଗି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ଉପା ସରକାରଙ୍କୁ ନିନ୍ଦା କରିବା ବନ୍ଦ କରନ୍ତୁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ...

ଜୁମ୍‌ ଆପ୍‌ରେ ବୈଠକ ପରେ ଶାରୀରିକ ସମ୍ପର୍କ ରଖି ଧରାପଡିଲେ ସରକାରୀ ଅଧିକାରୀ!

ମନିଲା,୨୮।୮: କରୋନା ମହାମାରୀ ପାଇଁ ଏବେ ସାରା ବିଶ୍ୱରେ ଜୁମ୍‌ ଆପ୍‌ ଖୁବ୍‌ ଲୋକପ୍ରିୟ ହୋଇଛି। ଅଫିସର ମିଟିଂ ହେଉ କି ପିଲାମାନଙ୍କର ଅନ୍‌ଲାଇନ୍‌ ପାଠପଢା।...

ବିଳମ୍ବ ହେବ ମାଲ୍ୟାଙ୍କ ପ୍ରତ୍ୟର୍ପଣ

ନୂଆଦିଲ୍ଲୀ,୫।୬: ବ୍ୟାଙ୍କଗୁଡ଼ିକରୁ ୯ ହଜାର କୋଟି ଟଙ୍କାର ଋଣ ଖିଲାପୀ ମାମଲାରେ ଜଡ଼ିତ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶକୁ ଫେରାଇ ଆଣିବା ବିଳମ୍ବ ହେବ।...

ଗାଡ଼ିର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବଢ଼ିବ

ନୂଆଦିଲ୍ଲୀ,୨୧-୫: ବୀମା ନିୟାମକ ଆଇଆର୍‌ଡିଏଆଇ ଚଳିତ ଆର୍ଥିକ ବର୍ଷରେ କାର୍‌,ଦୁଇ ଚକିଆ ଏବଂ ବାଣିଜି୍ୟକ ଯାନର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବୃଦ୍ଧି କରିବାକୁ ଯାଉଛନ୍ତି।...

ପୁଷ୍ଟିହୀନତା ରୋଗରେ ମରୁଛନ୍ତି ପିଲା

ବ୍ରାସିଲିଆ,୨୩ା୧: ବ୍ରାଜିଲରେ ପୁଷ୍ଟିହୀନତା ଏବଂ ଅନ୍ୟାନ୍ୟ ରୋଗ ହେତୁ ପିଲାମାନେ ପ୍ରତିଦିନ ମରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୟାନୋମାମି ଅଞ୍ଚଳରେ...

Advertisement
Archives

Model This Week