ସ୍ବାଧୀନତା ଦିବସ ପାଇଁ ରାଜଧାନୀରେ ସୁରକ୍ଷା କଡାକଡି

ଭୁବନେଶ୍ୱର,୧୪।୮(ବ୍ୟୁରୋ)-ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଓ ପରେଡ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବେ। ଏଥିପାଇଁ କାର୍ଯ୍ୟକ୍ରମସ୍ଥଳ ଓ ଆଖପାଖରେ ସୁରକ୍ଷା କଟକଣା ଲଗାଯାଇଛି। ଗୁରୁବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଶୁକ୍ରବାର ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ ପୋଲିସ ଅଧିକାରୀ ପ୍ରଦଶନୀ ପଡିଆରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏହାସହ ସନ୍ଧାନୀ କୁକୁର ଦ୍ୱାରା ମଧ୍ୟ ଉକ୍ତ ସ୍ଥାନରେ ଟିକିନିଖି ଯାଞ୍ଚ କରାଯାଇଥିଲା।
ଏନେଇ ଭୁବନେଶ୍ବର ଡିସିପି ଦାଶ କହିଛନ୍ତି, ପ୍ରଦଶନୀ ପଡ଼ିଆ ସୁରକ୍ଷା ଦାୟିତ୍ୱରେ ୪ ଅତିରିକ୍ତ ଡିସିପି, ୧୦ ଏସିପି, ୧୨ ଇନ୍ସପେକ୍ଟର, ୨୦ ସବ୍‌ଇନ୍ସପେକ୍ଟର ଓ ଫୋର୍ସ ମୁତୟନ ହେବେ। ସେମାନେ ପଡିଆର ସୁରକ୍ଷା ବ୍ୟବସ୍ଥା କଡାକଡି ଯାଞ୍ଚ କରିବେ। ପ୍ରଥମ କରି ସର୍ଭିଲାନ୍ସ ବ୍ୟବସ୍ଥା ହୋଇଥିବାବେଳେ ଭିଆଇପି ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରୁ ଅଧିକ ଦିନ ରହିଲେ କ୍ୱାରାଣ୍ଟାଇନ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ବାହାରୁ କେହି ୩...

ଗାନ୍ଧୀ ପାର୍କରେ ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ, ଆକର୍ଷଣୀୟ ଫୁଲର ସମ୍ଭାର

ପୁରୀ ଅଫିସ, ୧୯ା୧: ଭଳିକି ଭଳି ଫୁଲର ସମ୍ଭାରରେ ବେଶ୍‌ ଆକର୍ଷଣୀୟ ଲାଗୁଛି ଗାନ୍ଧୀ ପାର୍କ। ପାର୍କକୁ ଯେଉଁମାନେ ବୁଲି ଆସିଥିଲେ ସେମାନେ ରଙ୍ଗ ବେରଙ୍ଗର...

ସ୍ବତନ୍ତ୍ର ପ୍ୟାକେଜ ଦାବିକଲେ କ୍ଷତିଗ୍ରସ୍ତ

ପୁରୀ ଅଫିସ,୨୬।୯: ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଚାଲିଛି। ମାତ୍ର ଏହି ପ୍ରକଳ୍ପ ଲାଗି କ୍ଷତିଗ୍ରସ୍ତ...

୪୦ ଡିଗ୍ରୀରେ ୧୦ ସହର, ଦୁଇଦିନ ଝଡ଼ତୋଫାନ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ସାରା ରାଜ୍ୟରେ ଏବେ ପ୍ରବଳ ଖରା। ତାତି ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରବିବାର ୧୦ ସହରରେ ତାପମାତ୍ରା ୪୦ ଡିଗ୍ରୀ...

କାଶିଆ-କେନ୍ଦୁଘାଟୀ ସେତୁ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର, ୪ା୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର କାଶିଆଠାରୁ କେନ୍ଦୁଘାଟି ପର୍ଯ୍ୟନ୍ତ ବୈତରଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ...

ହାତୀ ନଦୀରେ ବନ୍ୟା: ୭୫ ହଜାର ଲୋକ ପ୍ରଭାବିତ; ୫୫୩୨ ହେକ୍ଟର ଚାଷ ଜମି ଜଳମଗ୍ନ

ଜୁନାଗଡ,୯।୮(ଡି.ଏନ.ଏ.)ମଙ୍ଗଳବାର, ବୁଧବାର ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୫ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀନଦୀରେ ମଙ୍ଗଳବାର ବିଳମ୍ବିତ...

ମାଛ ନିଲାମରେ କେଳେଙ୍କାରୀ: ଗହୀରମଥା ବନପାଳ ନିଲମ୍ବିତ

ରାଜନଗର,୩ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ମାଦଳିମାଉଥ ନିକଟ ନିଷିଦ୍ଧାଞ୍ଚଳରେ ପଶି ମାଛ ମାରୁଥିବାବେଳେ ନଭେମ୍ବର ୨୯ରେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଲକ୍ଷ୍ମୀ ତାରିଣୀ-୩...

କଟକଣା ମଧ୍ୟରେ ହୋଲି ମନାଇଲେ କଟକବାସୀ

କଟକ ଅଫିସ,୨୯।୩: ଭାଇଚାରାର ସହର କଟକରେ ସୋମବାର ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି। ଚଳିତ ବର୍ଷ କରୋନା କଟକଣା ହୋଲିକୁ ଫିକା କରିଦେଇଛି। ଲୋକେ...

Advertisement


Archives

Model This Week

Why Dharitri