Posted inଫୁରସତ

ସୁରକ୍ଷା ଆମର ଦାୟିତ୍ୱ

ପରିବେଶ ସଂରକ୍ଷଣ ଦୃଷ୍ଟିକୋଣରୁ ‘ବିଶ୍ୱ ଧରିତ୍ରୀ ଦିବସ’ର ମହତ୍ତ୍ୱ ବେଶ୍‌ ଅଧିକ। ଗତ କିଛି ବର୍ଷ ଧରି ଏହି ଦିବସ ପାଳନ କରିବା ଲାଗି ଅଧିକାଂଶ ଦେଶରେ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି। ଏହାର କାରଣ ପଛରେ ରହିଛି ଜଳବାୟୁ ପରିବର୍ତ୍ତନ। ପୃଥିବୀର ତାପମାତ୍ରା ଅସ୍ବାଭାବିକ ଭାବ ବଢ଼ିଚାଲିଛି। ଏହାର କୁପ୍ରଭାବ ଗିରିଶୃଙ୍ଗଠାରୁ ଆରମ୍ଭ କରି ସମୁଦ୍ର ଏବଂ ଜଳବାୟୁ ଉପରେ ପଡୁଥିବା ସ୍ପଷ୍ଟ ଅନୁଭୂତ ହେଉଛି, ଯାହା ସବୁଜ ଗ୍ରହରେ ମଣିଷ ପାଇଁ ସତର୍କ ଘଣ୍ଟି ବଜାଇଛି। ପାଖାପାଖି ଦେଢ଼ବର୍ଷ ହେଲା ଅଦୃଶ୍ୟ ଭୂତାଣୁ ପ୍ରକୋପ ଭୟ ସୃଷ୍ଟି କରି ଚାଲିଥିବାବେଳେ ମଣିଷ ପୁଣି ଥରେ ପ୍ରକୃତିମୁହଁା ହୋଇଛି। ତେଣୁ ମହାମାରୀ ଭିତରେ ଓ୍ବାଲର୍‌ଡ ଆର୍ଥ ଡେ’ର ଗୁରୁତ୍ୱ ଆହୁରି ବଢ଼ିଯାଇଛି।
ଚଳିତବର୍ଷର ଥିମ୍‌ ‘ରିଷ୍ଟୋର ଆଓ୍ବାର ଆର୍ଥ’
ଚଳିତବର୍ଷ ‘ଓ୍ବାଲର୍‌ଡ ଆର୍ଥ ଡେ’ର ଥିମ୍‌ ରହିଛି ‘ରିଷ୍ଟୋର ଆଓ୍ବାର ଆର୍ଥ’, ଯାହାର ଅର୍ଥ ‘ଆମ ପୃଥିବୀର ପୁନରୁଦ୍ଧାର’। ୨୦୧୯ ଶେଷ ଭାଗରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ଏହି ମହାମାରୀ ପ୍ରକୋପରୁ ମଣିଷ ମୁକୁଳିପାରିନି। କରୋନା ସହିତ ଲଢ଼ିବା, ସମାନ୍ତରାଳ ଭାବେ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପୃଥିବୀର ସ୍ଥିତାବସ୍ଥା ଫେରାଇ ଆଣିବା ଲକ୍ଷ୍ୟ ନେଇ ଚଳିତବର୍ଷ ପାଳିତ ହେଉଛି ‘ଓ୍ବାଲର୍‌ଡ ଆର୍ଥ ଡେ’। ସେହିପରି ଜଳବାୟୁ ପରିବର୍ତ୍ତନ ଲାଗି ଦାୟୀ କାରକଗୁଡ଼ିକୁ ଯଥାସାଧ୍ୟ ନିୟନ୍ତ୍ରଣ କରିବା ଏବଂ ପ୍ରକୃତିକୁ କ୍ଷତି ପହଞ୍ଚାଇବା ଭଳି ଗତିବିଧିକୁ କମ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାକୁ ବାଦ୍‌ଦେଲେ ଜଳବାୟୁ ଏବଂ ପରିବେଶ ସାକ୍ଷରତା, ବନୀକରଣ କାର୍ଯ୍ୟ ତ୍ୱରାନ୍ବିତ, ନାଗରିକ ବିଜ୍ଞାନ, ସ୍ବଚ୍ଛତାରକ୍ଷା, ପୁନଃଉତ୍ପାଦନ କୃଷି, ପରିବେଶ ସୁରକ୍ଷା ଉପରେ ଜୋର୍‌ ଦିଆଯାଉଛି। ପ୍ରାକୃତିକ ପରିବେଶରେ ହସ୍ତକ୍ଷେପଠାରୁ ଦୂରରେ ରହିବାକୁ ଅପିଲ ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri