Posted inଜାତୀୟ

ଭୁଲରେ ୧୩ ଲୋକଙ୍କୁ ଗୁଳି କରି ହତ୍ୟା କଲେ ସୁରକ୍ଷାକର୍ମୀ…

କୋହିମା,୫।୧୨: ସୁରକ୍ଷା ବାହିନୀଙ୍କ ଭୁଲ ଯୋଗୁ ନାଗାଲାଣ୍ଡରେ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ କ୍ରୋଧିତ ଗ୍ରାମବାସୀ ସୁରକ୍ଷା ବାହିନୀଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ମୋନ୍‌ ଜିଲାର ଓଟିଙ୍ଗ ଗ୍ରାମରେ ଘଟିଛି। ଗ୍ରାମବାସୀ ଏକ ପିକଅପ ଟ୍ରକରେ ଘରକୁ ଫେରୁଥିଲେ।

କୁହାଯାଉଛି ଯେ ଭୁଲରେ ସୁରକ୍ଷା ବାହିନୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ବହୁ ଲୋକ ମଧ୍ୟ ଆହତ ହୋଇଛନ୍ତି। ଘଟଣା ପରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଏହା ସହିତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଦ୍ୱାରା ଘଟଣାର ଅନୁସନ୍ଧାନ କରାଯିବ ବୋଲି ନିିର୍ଦ୍ଦେଶ ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ ଓଟିଙ୍ଗରେ ସାଧାରଣ ନାଗରିକଙ୍କ ହତ୍ୟା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣାର ତଦନ୍ତ ପାଇଁ ସେ ଉଚ୍ଚ ସ୍ତରୀୟ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସିଏମ କହିଛନ୍ତି- ଦେଶର ଆଇନ ଅନୁଯାୟୀ ଏସଆଇଟି ନ୍ୟାୟ କରିବ। ସେ ଶାନ୍ତି ପାଇଁ ନିବେଦନ କରିଛନ୍ତି। ତେବେ ଏହି ଗୁଳି ବିନିମୟ କିପରି ହୋଇଛି ସେନେଇ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ। ନାଗାଲାଣ୍ଡର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ସୁରକ୍ଷା ବାହିନୀ ମାଓବାଦୀଙ୍କ ବିରୋଧରେ ଅପରେଶନ ଚଳାଉଥିଲେ। ଏହି ସମୟରେ ଏହି ଘଟଣା ଘଟିଥିଲା।

ଗ୍ରାମବାସୀ ଠିକ ସମୟରେ ଘରେ ପହଞ୍ଚି ନ ଥିବାରୁ ସେମାନଙ୍କ ପରିବାର ସଦସ୍ୟ ଖୋଜାଖୋଜି ଜାରି ରଖିଥିଲେ। ମୃତଦେହ ମିଳିବା ପରେ ଗ୍ରାମବାସୀ ରାଗିଯାଇ ସୁରକ୍ଷା ବାହିନୀଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ। ରାଜ୍ୟ ଆଇପିଏସ ଅଧିକାରୀ ରୁପିନ ଶର୍ମା ଏହି ଘଟଣାର ଭିଡିଓ ଟୁଇଟରରେ ଅପଲୋଡ୍‌ କରିଥିଲେ। ସେ ଗାଡିରେ ନିଆଁ ଲଗାଯାଉଥିବାର ଭିଡ଼ିଓ ଏବଂ ଫଟୋ ମଧ୍ୟ ଅପଲୋଡ୍‌ କରିଥିଲେ, କିନ୍ତୁ ପରେ ସେ ଭିଡିଓ ଡିଲିଟ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କୁ ସତର୍କ କରାଇଲା ଦୂତାବାସ

ନୂଆଦିଲ୍ଲୀ, ୩।୨(ପି.ଟି.): ମ୍ୟାନ୍‌ମାରରେ ସାମରିକ ବିଦ୍ରୋହ ପରେ ସେଠାରେ ଥିବା ଭାରତୀୟମାନଙ୍କୁ ଦୂତାବାସ ପକ୍ଷରୁ ସତର୍କ କରିଦିଆଯାଇଛି। ଅତି ଜରୁରୀ ନ ଥିଲେ ବାହାରକୁ ନ...

ଛତିଶଗଡ଼ ଏନ୍‌କାଉଣ୍ଟର: ଜଣେ ସବ୍‌ ଇନ୍ସପେକ୍ଟର ଶହୀଦ, ୪ ମାଓବାଦୀ ମୃତ

ରାଜନନ୍ଦଗାଁ,୯।୫: ଛତିଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ରାଜନନ୍ଦଗାଁ ଜିଲାରେ ଶନିବାର ସୁରକ୍ଷା କର୍ମୀ ଓ ମାଓମାବଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର...

‘ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତ୍ୱ’

ନୂଆଦିଲ୍ଲୀ,୬ା୭(ଆଇଏଏନ୍‌ଏସ୍‌): ରାଜଧାନୀ ଦିଲ୍ଲୀରେ ରହିଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘମିଆଦୀ ଭିଜା ଯୋଗାଇ ଦିଆଯିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ରହିବାର...

୪ ବର୍ଷୀୟାଙ୍କୁ ବଳାତ୍କାର: ସ୍କୁଲରେ ତାଲା

ହାଇଦ୍ରାବାଦ,୨୨ା୧୦: ହାଇଦ୍ରାବାଦସ୍ଥିତ ଏକ ଘରୋଇ ସ୍କୁଲରେ ପଢ଼ୁଥିବା ଜଣେ ୪ ବର୍ଷୀୟା ଛାତ୍ରୀ ୨ ମାସ ଧରି ବଳାତ୍କାରର ଶିକାର ହୋଇଥିଲେ। ଉକ୍ତ ବିଦ୍ୟାଳୟକୁ ଦିଆଯାଇଥିବା...

ଅଲିମ୍ପିକ୍‌ ହକି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର…

ଚଣ୍ଡିଗଡ଼,୫।୮: ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍‌ରେ ବ୍ରୋଞ୍ଜ୍‌ ପଦକ ହାସଲ କରିଛି। ପଞ୍ଜାବ ସରକାର ଟିମ୍‌ ଇଣ୍ଡିଆରେ ସାମିଲ ଥିବା ରାଜ୍ୟର ହକି ଖେଳାଳିଙ୍କ...

‘୪୦୦ ଆସନ ସହ ପୁଣି କ୍ଷମତାକୁ ଫେରିବ ଭାଜପା’

କୋଲକାତା,୧୪।୯: ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସହଯୋଗୀ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏହା ‘ଇଣ୍ଡିଆ’ ସହଯୋଗୀ ନୁହେଁ।...

ଶିବରାତ୍ରୀ-ମହାପୁରୁଷଙ୍କ ଜୟନ୍ତୀରେ ମାଂସ ଦୋକାନ ବନ୍ଦ…

ଲକ୍ଷ୍ନୌ,୨୫।୧୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମହାପୁରୁଷଙ୍କ ଜୟନ୍ତୀ ଏବଂ ଶିବରାତ୍ରୀରେ ମାଂସ ଦୋକାନ ବନ୍ଦ...

ଲକ୍‌ଡାଉନ୍‌ ଶେଷ ବିକଳ୍ପ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ବିରୋଧରେ ଦେଶ ଏକ ବଡ଼ ଯୁଦ୍ଧକୁ ସାମ୍ନା କରୁଛି। ନିକଟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁ ସ୍ଥିତିରେ ସୁଧାର ଆସିବ। ଲକ୍‌ଡାଉନ୍‌ ଜାରି କରିବା...

Advertisement
Archives

Model This Week