Posted inଜାତୀୟ

୨ ମାସ ପାଇଁ କୋଲକାତାରେ ଲାଗୁ ହେବ ୧୪୪ ଧାରା

କୋଲକାତା,୨୪ା୫: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ହେବ। ଏହି ଅନୁଯାୟୀ କୋଲକାତାର ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ଲୋକ ଠିଆ ହେବା ଉପରେ ପ୍ରତିବନ୍ଧକ ଲଗାଯିବ। ସରକାର କହିଛନ୍ତି, ସହରରେ ହିଂସାତ୍ମକ ପ୍ରଦର୍ଶନ ହେବାର ସମ୍ଭାବନା ରହିଛି, ଯାହା ଦ୍ୱାରା ଜନସାଧାରଣଙ୍କ ଶାନ୍ତି ବିପର୍ଯ୍ୟସ୍ତ ହୋଇପଡ଼ିବ। କୋଲକାତା ପୋଲିସ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, ୫ କିମ୍ବା ଅଧିକ ବ୍ୟକ୍ତିଙ୍କ କୌଣସି ବେଆଇନ ସଭା ଉପରେ ନିଷେଧାଦେଶ ଆସନ୍ତା ୨୮ରୁ ଜୁଲାଇ ୨୬ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି। କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ ଶୋକୁ ରୋକିବା ପାଇଁ ଏହା କରାଯାଉଛି ବୋଲି ଭାଜପାର ରାଜ୍ୟ ୟୁନିଟ୍‌ କହିଛି। ବଙ୍ଗଳା ଭାଜପା ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’ ବନ୍ଦ କରିବା ଏକ ନିରାଶା ପଦକ୍ଷେପ। ୫ମ ପର୍ଯ୍ୟାୟ ନିର୍ବାଚନ ପରେ ଜନସାଧାରଣଙ୍କ ଇଚ୍ଛାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ଏବେ ଭୟଭୀତ ହୋଇପଡ଼ିଛନ୍ତି। ମୋଦିଜୀଙ୍କ ରୋଡ୍‌ ଶୋ’ ବନ୍ଦ କରିବାକୁ ସେ କୋଲକାତା ପୋଲିସକୁ ସହରରେ ଧାରା ୧୪୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତରେ ଚାଲିଗଲା ୧୯ ହଜ୍‌ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୧୬ା୬: ହଜ୍‌ ଯାତ୍ରାରେ ସାଉଦି ଆରବ ଆସିଥିବା ଅନୂ୍ୟନ ୧୯ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ଜୋର୍ଡାନ ଏବଂ ଇରାନରୁ ଆସିଥିଲେ। ଜୋର୍ଡାନ ବହିର୍ବ୍ୟାପାର ମନ୍ତ୍ରଣାଳୟର...

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ରିଜିଜୁ

ନୂଆଦିଲ୍ଲୀ,୧୬ା୬:ନୂଆ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାର ସପ୍ତାହେ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ରବିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ...

ଉପବାଚସ୍ପତି ପଦ ନ ମିଳିଲେ ଏମିତି ପଦକ୍ଷେପ ନେବ ବିରୋଧୀ ମେଣ୍ଟ

ନୂଆଦିଲ୍ଲୀ,୧୬ା୬:ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପଦ ଲାଗି ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀ ଇଣ୍ଡିଆ ବ୍ଲକ୍‌ ଉପବାଚସ୍ପତି ପଦ ଉପରେ...

ସରକାରୀ ଚାକିରିରେ କିନ୍ନରଙ୍କୁ ଦିଆଯାଉ ୧ ପ୍ରତିଶତ ସଂରକ୍ଷଣ: ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା,୧୬।୬: ରାଜ୍ୟର ସମସ୍ତ ସରକାରୀ ଚାକିରିରେ ଟ୍ରାନ୍ସଜେଣ୍ଡର ବା କିନ୍ନରଙ୍କ ପାଇଁ ଏକ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରିବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ...

ମାଆଙ୍କୁ ଭେଟିବାକୁ ଏମ୍ସ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ,୧୬।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏମ୍ସ ଋଷିକେଶରେ ପହଞ୍ଚିଛନ୍ତି। ଏମ୍ସରେ, ସେ ତାଙ୍କ ମାତା ସାବିତ୍ରୀ ଦେବୀଙ୍କୁ ଭେଟି ଷଷ୍ଠ ମହଲାରେ ଥିବା...

୪୦୦ ପାର୍‌ ହୋଇଥିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଥାନ୍ତା: ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ

ପୁଣେ,୧୬।୬: ମହାରାଷ୍ଟ୍ରର ଥାନେ ନିକଟସ୍ଥ ଭିଓ୍ବାଣ୍ଡିରେ ଭାଜପା ନେତା ଟି ରାଜ ସିଂ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଏକ ହିନ୍ଦୁ ଧର୍ମ ସଭାର ମୁଖ୍ୟ...

ଭାଜପା କାର୍ଯ୍ୟାଳୟ ନିକଟରୁ ମିଳିଲା ବୋମା! ଖେଳିଲା ଆତଙ୍କ

କୋଲକାତା,୧୬।୬: ପଶ୍ଚିମବଙ୍ଗର କୋଲକାତାଠାରେ ଥିବା ଭାଜପାର କେନ୍ଦ୍ରୀୟ କାର୍ଯ୍ୟାଳୟ ନିକଟରେ ଏକ ବୋମା ଭଳି ଜିନିଷ ଦେଖିବାକୁ ମିଳିଛି। ଏହି ସୂଚନା ପରେ ଘଟଣାସ୍ଥଳରେ ଆତଙ୍କ...

ଆଇଏମଡି ଦେଲା ଖୁସି ଖବର

ନୂଆଦିଲ୍ଲୀ,୧୬।୬: ମୌସୁମୀ ଦେଶରେ ପହଞ୍ଚିଛି ଏବଂ ଦେଶର ଅନେକ ସ୍ଥାନରେ ମୌସୁମୀ ପୂର୍ବରୁ ମଧ୍ୟ ଏହର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ତଥାପି ଉତ୍ତରପ୍ରଦେଶ ଏବଂ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri