ରାଜକୋଷ ସଚିବ

ଜାନୁୟାରୀ ୨୦ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ପ୍ରଶାସନରେ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରୁଛନ୍ତି। ସରକାର ପରିଚାଳନା କରିବା ଲାଗି ରାଜକୋଷ ବା ଅର୍ଥର ଭୂମିକା ସର୍ବାଗ୍ରେ ରହିଥାଏ। ତେଣୁ ସେହି ବିଭାଗରେ ଜଣେ ଅଭିଜ୍ଞତାସମ୍ପନ୍ନ ତଥା ବିଶ୍ୱସ୍ତ ବ୍ୟକ୍ତି ଭାବେ ଜାନେଟ ୟେଲେନ୍‌ଙ୍କ ଉପରେ ବାଇଡେନ୍‌ ଭରସା କରିଛନ୍ତି। ଫଳରେ ସେ ପ୍ରଥମ ମହିଳା ଟ୍ରେଜେରି ସେକ୍ରେଟାରୀ ହେବାକୁ ଯାଉଛନ୍ତି।
ୟେଲେନ୍‌ ଆମେରିକାର ନ୍ୟୁୟର୍କ ସିଟିରେ ୧୩ ଅଗଷ୍ଟ ୧୯୪୬ରେ ଜନ୍ମଗ୍ରହଣ କରିଥିଲେ। ମାତା ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ଆନ୍ନା ରୁଥ୍‌ ଓ ପିତା ଜୁଲିୟସ୍‌ ୟେଲେନ୍‌ ଥିଲେ ଡାକ୍ତର। ତାଙ୍କୁ ଓ ତାଙ୍କ ବଡ଼ଭାଇଙ୍କ ଯତ୍ନ ନେବା ପାଇଁ ମା’ଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା। ଜାନେଟ୍‌ ୟେଲେନ୍‌ ୧୯୬୨ରେ ଲୋକାଲ୍‌ ଫୋର୍ଟ ହାମିଲ୍‌ଟନ୍‌ ହାଇସ୍କୁଲରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ସେ ବ୍ରାଉନ୍‌ ୟୁନିଭର୍ସିଟିରୁ ୧୯୬୭ରେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ବ୍ରାଉନ୍‌ ୟୁନିଭର୍ସିଟିରେ ଥିବା ବେଳେ ସେ ଦର୍ଶନଶାସ୍ତ୍ରରୁ ଅର୍ଥନୀତି ବିଷୟରେ ପଢ଼ିବା ପାଇଁ ପ୍ରଫେସର ଜର୍ଜ ବୋର୍ଟସ ଓ ହେର୍ସେଲ ଗ୍ରୋସ୍‌ମ୍ୟାନ୍‌ଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ଫଳରେ ସେ ୧୯୭୧ରେ ୟେଲେ ୟୁନିଭର୍ସିଟିରୁ ଅର୍ଥନୀତିରେ ପିଏଚ୍‌ଡି ଡିଗ୍ରୀ ଗ୍ରହଣ କରିଥିଲେ। ନୋବେଲ ପୁରସ୍କାର ବିଜେତା ଜେମ୍ସ ଟୋବିନ୍‌ଙ୍କ ତତ୍ତ୍ୱାବଧାନରେ ତାଙ୍କ ସନ୍ଦର୍ଭ ‘ଏମ୍ପ୍ଲୟମେଣ୍ଟ, ଆଉଟ୍‌ପୁଟ୍‌ ଆଣ୍ଡ୍‌ କ୍ୟାପିଟାଲ ଆକ୍ୟୁମିଲେଶନ ଇନ୍‌ ଆନ୍‌ ଓପନ୍‌ ଇକୋନମି: ଏ ଡିସ୍‌ଇକ୍ୟୁଲିବ୍ରିୟମ୍‌ ଆପ୍ରୋଚ୍‌’ ଉଚ୍ଚ ପ୍ରଶଂସା ଲାଭ କରିଥିଲା। ପିଏଚ୍‌ଡି ଡିଗ୍ରୀ ଅର୍ଜନ କରିବା ପରେ ୟେଲେନ୍‌ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ଆସିଷ୍ଟାଣ୍ଟ୍‌ ପ୍ରଫେସର ଭାବେ ଯୋଗଦେଇଥିଲେ। ସେଠାରେ ସେ ୧୯୭୧ରୁ ୧୯୭୬ ଯାଏ ଅଧ୍ୟାପନା କରିଥିଲେ। ୧୯୭୭ରେ ସେ ଫେଡେରାଲ ରିଜର୍ଭ ବୋର୍ଡ ଅଫ୍‌ ଗଭର୍ନାର୍ସରେ ଅର୍ଥନୀତିଜ୍ଞ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଫେଡେରାଲରେ କାର୍ଯ୍ୟ କରୁଥିବା ବେଳେ ଜର୍ଜ ଏକର୍ଲୋଫ୍‌ଙ୍କ ସହ ତାଙ୍କ ଭେଟ ହୋଇଥିଲା। ୧୯୭୮ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେହି ସମୟରେ ଏକର୍ଲୋଫ୍‌ ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସ (ଏଲ୍‌ଏସ୍‌ଇ)ରେ ଫାକଲ୍ଟି ଥିଲେ। ଏହା ପରେ ୟେଲେନ୍‌ ଫେଡେରାଲ ଛାଡ଼ି ଦେଇ ସ୍ବାମୀଙ୍କ ସହ କାର୍ଯ୍ୟ କରିବାକୁ ପସନ୍ଦ କରିଥିଲେ ଓ ଅର୍ଥନୀତିରେ ଅଧ୍ୟାପିକା ହୋଇଥିଲେ। ଲଣ୍ଡନରେ ଦୁଇ ବର୍ଷ ରହିବା ପରେ ସେମାନେ ପୁଣି ଆମେରିକା ଫେରି ଆସିଥିଲେ। ୧୯୮୦ରେ ୟେଲେନ୍‌ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଯୋଗଦେଇ ଏମ୍‌ବିଏ ପିଲାଙ୍କୁ ମାକ୍ରୋଇକୋନମିକ୍ସ ପଢ଼ାଇଥିଲେ। ପରବର୍ତ୍ତୀ ସମୟରେ ସେ ବାର୍କଲେରେ ଅର୍ଥନୀତି ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୯୪ରେ ୟେଲେନ୍‌ ବାର୍କଲେରୁ ୫ ବର୍ଷ ପାଇଁ ଛୁଟି ଆଣିଥିଲେ। ତତ୍‌କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ତାଙ୍କୁ ଫେଡେରାଲ ରିଜର୍ଭ ବୋର୍ଡ ଅଫ୍‌ ଗଭର୍ନାନ୍ସରେ ସଦସ୍ୟ ନିଯୁକ୍ତ କରିଥିଲେ। ସେବେଠାରୁ ୟେଲେନ୍‌ଙ୍କ କ୍ୟାରିୟର ନୂଆ ରୂପ ନେଇଥିଲା। ୧୯୯୭ରେ ତାଙ୍କୁ କାଉନ୍‌ସିଲ୍‌ ଅଫ୍‌ ଇକୋନମିକ୍‌ ଆଫାୟାର୍ସର ଅଧ୍ୟକ୍ଷ ଦାୟିତ୍ୱ ମିଳିବା ପରେ ସେ ଫେଡେରାଲ ଛାଡ଼ି ଦେଇଥିଲେ। ୧୯୯୯ରେ ପୁଣି ସେ ଫେଡେରାଲ ରିଜର୍ଭକୁ ଫେରି ୨୦୧୪ରେ ଫେଡେରାଲ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ସାନ୍‌ ଫ୍ରାନ୍‌ସିସ୍କୋର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇଥିଲେ। ଏଭଳି ପଦବୀ ପାଇବାରେ ସେ ପ୍ରଥମ ମହିଳା ହୋଇଥିବାରୁ ଅର୍ଥଜଗତ ସହ ସମ୍ପୃକ୍ତ ନାମକରା ବ୍ୟକ୍ତିଙ୍କ ମଧ୍ୟରେ ଆସି ଯାଇଥିଲେ। ୨୦୧୮ରେ ସେ ଫେଡେରାଲ କର୍ମଚାରୀଙ୍କୁ ବିଦାୟକାଳୀନ ଭାଷଣ ଦେଇଥିଲେ।
ଫେଡେରାଲ୍‌ରୁ ଫେରିବା ପରେ ସେ ବ୍ରୁକିଙ୍ଗସ୍‌ ଇନ୍‌ଷ୍ଟିଚ୍ୟୁଶନର ଥିଙ୍କ୍‌ ଟାଙ୍କ୍‌ରେ ଯୋଗ ଦେଇଥିଲେ। ଅର୍ଥନୀତି ଉପରେ ଦୀର୍ଘ ବର୍ଷର ଅଭିଜ୍ଞତାକୁ ପୁଞ୍ଜି କରି ସେ ଗୋଲ୍ଡମ୍ୟାନ୍‌ ସାସ୍‌, ସିଟିଗ୍ରୁପ୍‌ ଓ ବାର୍କଲେଜ୍‌ରେ ପରାମର୍ଶ ଦେଇ ୨୦୨୦ ଶେଷ ଆଡ଼କୁ ଭାଷଣ ବାବଦକୁ ୭ ମିଲିୟନ ଆମେରିକୀୟ ଡଲାର ପାଇବା ତାଙ୍କ ଦକ୍ଷତାକୁ ପ୍ରତିପାଦନ କରିଛି। ଡେମୋକ୍ରାଟ୍‌ ନେତ୍ରୀ ୟେଲେନ୍‌ଙ୍କୁ ରାଜକୋଷ ସଚିବ କରାଯିବ ବୋଲି ବାଇଡେନ୍‌ ନଭେମ୍ବର ୨୦୨୦ରେ ଘୋଷଣା କରିଥିଲେ। ସବୁ ଠିକ୍‌ଠାକ୍‌ ରହିଲେ ସେ ରାଜକୋଷ ସଚିବ ହେବାରେ ପ୍ରଥମ ମହିଳା ହେବେ। କେନିସିଆନ୍‌ ଅର୍ଥନୀତିର ପ୍ରମୁଖ ପ୍ରବକ୍ତା ଭାବେ ଜଣାଶୁଣା ୟେଲେନ୍‌ ଅର୍ଥନୀତିରେ ସଙ୍କଟ ଦେଖାଦେଲେ ତାହାକୁ ଟାଳିଦେବାର ଦକ୍ଷତା ରଖିଥିବାରୁ ସେ ବାଇଡେନ୍‌ଙ୍କ ଅନ୍ୟତମ ପସନ୍ଦର ବ୍ୟକ୍ତି ହୋଇପାରିଛନ୍ତି। ବ୍ୟକ୍ତିଗତ ଜୀବନ କହିଲେ ଗୋଟିଏ ସନ୍ତାନ ସହ ଅର୍ଥନୀତିରେ ନୋବେଲ ବିଜେତା ସ୍ବାମୀ ଏକର୍ଲୋଫ୍‌ଙ୍କୁ ନେଇ ତାଙ୍କ ସଂସାର ଗତିଶୀଳ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri