୧୦ ବର୍ଷ ଧରି ଗୋପନରେ ସହାୟତା

ଓ୍ବାଶିଂଟନ,୨୧।୧: ଆମେରିକାର ଆଲବାମାସ୍ଥିତ ଛୋଟ ସହର ଗେରାଲ୍ଡାଇନ୍‌ରେ ଜଣେ କୃଷକ ବର୍ଷ ବର୍ଷ ଧରି ଗୋପନରେ ଲୋକଙ୍କ ବିଲ୍‌ ପଇଠ କରିଚାଲିଥିଲେ। ଅସହାୟ ଲୋକଙ୍କୁ ଔଷଧ କିଣିବା ପାଇଁ କୃଷକ ହୋଡି ବୁଫୋର୍ଡ ଚିଲ୍‌ଡ୍ରେସ୍‌ ଅନେକ ହଜାର ଡଲାର ଦାନ କରିଥିଲେ। ନୂଆବର୍ଷରେ ତାଙ୍କ ମୃତ୍ୟୁ ପରେ ସହରବାସୀ ଏହି ବିଷୟ ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।
୧୦ ବର୍ଷ ତଳେ ହୋଡି ଚିଲ୍‌ଡ୍ରେସ୍‌ ଗେରାଲ୍‌ଡାଇନ୍‌ର ଏକ ଔଷଧ ଦୋକାନକୁ ଯାଇଥିଲେ। ଔଷଧ ଦୋକାନୀ ବ୍ରୁକ୍‌ ଓ୍ବାକରଙ୍କୁ ସେ ପଚାରିଥିଲେ, ଏପରି କୌଣସି ପରିବାର ଅଛନ୍ତି କି, ଯେଉଁମାନେ ନିଜ ଔଷଧ କିଣିବା ପାଇଁ ସକ୍ଷମ ନୁହନ୍ତି। ୩୮ ବର୍ଷୀୟା ଓ୍ବାକର କହିଥିଲେ, ହଁ, ଦୁର୍ଭାଗ୍ୟବଶତଃ ଏପରି ହୋଇଥାଏ। ହୋଡି ସେତେବେଳେ ଓ୍ବାକରଙ୍କୁ ୧୦୦ ଡଲାର ଦେଇ କହିଥିଲେ, ଔଷଧ କିଣିପାରୁ ନ ଥିବା ଲୋକଙ୍କ କାମରେ ଏହାକୁ ଲଗାଇବ। କିନ୍ତୁ ଏହି ବିଷୟ କାହାକୁ ଜଣାଇବ ନାହିଁ। ଯଦି କେହି ପଚାରନ୍ତି ଏହା ଭଗବାନଙ୍କ ଆଶୀର୍ବାଦ ବୋଲି ତାଙ୍କୁ କହିଦେବ। ମାସକ ପରେ ହୋଡି ପୁଣି ଓ୍ବାକରଙ୍କ ପାଖକୁ ଆସି ୧୦୦ ଡଲାର ଦେଇଥିଲେ। ଏହିପରି ଭାବେ ସେ ପ୍ରତି ମାସ ସେହି ଔଷଧ ଦୋକାନକୁ ଯାଇ ଓ୍ବାକରଙ୍କୁ ଅର୍ଥ ଦେଉଥିଲେ। ବର୍ଷ ବର୍ଷ ଧରି ଲୋକଙ୍କୁ ସହାୟତା ପ୍ରଦାନ ବେଳେ ସେ ଓ୍ବାକରଙ୍କ ଆଗରେ ଦୋହରାଉଥିଲେ, ଅର୍ଥର ସ୍ରୋତ କାହାକୁ ଜଣାଇବ ନାହିଁ। ଗତବର୍ଷ ଶେଷ ଆଡ଼କୁ ହୋଡି ହଠାତ୍‌ ଫୁସ୍‌ଫୁସ୍‌ଜନିତ ରୋଗରେ ପଡ଼ି ଦୁର୍ବଳ ହୋଇଯାଇଥିଲେ। ଫଳରେ ସେ ଆଉ ଔଷଧ ଦୋକାନୀଙ୍କ ପାଖକୁ ଯାଇପାରି ନ ଥିଲେ।
ଜାନୁୟାରୀ ୧ରେ ୮୦ ବର୍ଷୀୟ ହୋଡିଙ୍କ ମୃତ୍ୟୁ ଘଟିବା ପରେ ଓ୍ବାକର ତାଙ୍କ ପରିବାରକୁ ଏହି ଦାନ ସମ୍ପର୍କରେ ଜଣାଇବାକୁ ନିଷ୍ପତ୍ତି ନେଲେ। ହଣ୍ଟ୍‌ସ୍‌ଭିଲେରୁ ୬୦ ମାଇଲ ଦୂରରେ ବସବାସ କରୁଥିବା କୃଷକମାନଙ୍କୁ ହୋଡି କିପରି ଆର୍ଥିକ ସହାୟତା ଯୋଗାଇଆସିଥିଲେ ତାହା କହିବା ପାଇଁ ସେ ମନସ୍ଥ କଲେ। ହୋଡିଙ୍କ ପରିବାରକୁ ଓ୍ବାକର ଫୋନ୍‌ କରିବା ପାଇଁ ଯାଉଥିବାବେଳେ ଜାନୁୟାରୀ ୫ରେ ତାଙ୍କ ଝିଅ ଟାନିଆ ନିକ୍ସ ସ୍ବର୍ଗତ ପିତାଙ୍କ ବଦାନ୍ୟତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଲାଗି ପ୍ରସ୍ତୁତ ହେଉଥିଲେ। ବାପା ନିଜ ମୃତ୍ୟୁ ପୂର୍ବରୁ ଏହି ଦାନ ସମ୍ପର୍କରେ କେବଳ ମୋତେ ଜଣାଇଥିଲେ ବୋଲି ୫୮ ବର୍ଷୀୟା ହେୟାରଷ୍ଟାଇଲିଷ୍ଟ ଟାନିଆ ନିକ୍ସ ଗଣମାଧ୍ୟମକୁ କହିଛନ୍ତି। ନିକ୍ସଙ୍କ ସାବତ ମା’ ମାର୍ଥା ଜୋ ଚିଲ୍‌ଡ୍ରେସ୍‌ ମଧ୍ୟ ଏହି ବିଷୟରେ ଜାଣି ନ ଥିଲେ। ସବୁ କଥା ପ୍ରଘଟ ହେବା ପରେ ହୋଡିଙ୍କ ବନ୍ଧୁ ସମ୍ପର୍କୀୟ ଓ ତାଙ୍କୁ ଜାଣିଥିବା ଲୋକେ ତାଙ୍କ ଘରକୁ ଯାଇ ଧନ୍ୟବାଦ ଜଣାଉଛନ୍ତି। ଔଷଧ ଦୋକାନୀ ତାଙ୍କ ଦାନ ପାଣ୍ଠିକୁ ଜୀବିତ ରଖିବା ପାଇଁ ବଳକା ଅର୍ଥରେ ‘ହୋଡି ଚିଲ୍‌ଡ୍ରେସ୍‌ ଫଣ୍ଡ୍‌’ ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?