୧୦ ବର୍ଷ ଧରି ଗୋପନରେ ସହାୟତା

ଓ୍ବାଶିଂଟନ,୨୧।୧: ଆମେରିକାର ଆଲବାମାସ୍ଥିତ ଛୋଟ ସହର ଗେରାଲ୍ଡାଇନ୍‌ରେ ଜଣେ କୃଷକ ବର୍ଷ ବର୍ଷ ଧରି ଗୋପନରେ ଲୋକଙ୍କ ବିଲ୍‌ ପଇଠ କରିଚାଲିଥିଲେ। ଅସହାୟ ଲୋକଙ୍କୁ ଔଷଧ କିଣିବା ପାଇଁ କୃଷକ ହୋଡି ବୁଫୋର୍ଡ ଚିଲ୍‌ଡ୍ରେସ୍‌ ଅନେକ ହଜାର ଡଲାର ଦାନ କରିଥିଲେ। ନୂଆବର୍ଷରେ ତାଙ୍କ ମୃତ୍ୟୁ ପରେ ସହରବାସୀ ଏହି ବିଷୟ ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।
୧୦ ବର୍ଷ ତଳେ ହୋଡି ଚିଲ୍‌ଡ୍ରେସ୍‌ ଗେରାଲ୍‌ଡାଇନ୍‌ର ଏକ ଔଷଧ ଦୋକାନକୁ ଯାଇଥିଲେ। ଔଷଧ ଦୋକାନୀ ବ୍ରୁକ୍‌ ଓ୍ବାକରଙ୍କୁ ସେ ପଚାରିଥିଲେ, ଏପରି କୌଣସି ପରିବାର ଅଛନ୍ତି କି, ଯେଉଁମାନେ ନିଜ ଔଷଧ କିଣିବା ପାଇଁ ସକ୍ଷମ ନୁହନ୍ତି। ୩୮ ବର୍ଷୀୟା ଓ୍ବାକର କହିଥିଲେ, ହଁ, ଦୁର୍ଭାଗ୍ୟବଶତଃ ଏପରି ହୋଇଥାଏ। ହୋଡି ସେତେବେଳେ ଓ୍ବାକରଙ୍କୁ ୧୦୦ ଡଲାର ଦେଇ କହିଥିଲେ, ଔଷଧ କିଣିପାରୁ ନ ଥିବା ଲୋକଙ୍କ କାମରେ ଏହାକୁ ଲଗାଇବ। କିନ୍ତୁ ଏହି ବିଷୟ କାହାକୁ ଜଣାଇବ ନାହିଁ। ଯଦି କେହି ପଚାରନ୍ତି ଏହା ଭଗବାନଙ୍କ ଆଶୀର୍ବାଦ ବୋଲି ତାଙ୍କୁ କହିଦେବ। ମାସକ ପରେ ହୋଡି ପୁଣି ଓ୍ବାକରଙ୍କ ପାଖକୁ ଆସି ୧୦୦ ଡଲାର ଦେଇଥିଲେ। ଏହିପରି ଭାବେ ସେ ପ୍ରତି ମାସ ସେହି ଔଷଧ ଦୋକାନକୁ ଯାଇ ଓ୍ବାକରଙ୍କୁ ଅର୍ଥ ଦେଉଥିଲେ। ବର୍ଷ ବର୍ଷ ଧରି ଲୋକଙ୍କୁ ସହାୟତା ପ୍ରଦାନ ବେଳେ ସେ ଓ୍ବାକରଙ୍କ ଆଗରେ ଦୋହରାଉଥିଲେ, ଅର୍ଥର ସ୍ରୋତ କାହାକୁ ଜଣାଇବ ନାହିଁ। ଗତବର୍ଷ ଶେଷ ଆଡ଼କୁ ହୋଡି ହଠାତ୍‌ ଫୁସ୍‌ଫୁସ୍‌ଜନିତ ରୋଗରେ ପଡ଼ି ଦୁର୍ବଳ ହୋଇଯାଇଥିଲେ। ଫଳରେ ସେ ଆଉ ଔଷଧ ଦୋକାନୀଙ୍କ ପାଖକୁ ଯାଇପାରି ନ ଥିଲେ।
ଜାନୁୟାରୀ ୧ରେ ୮୦ ବର୍ଷୀୟ ହୋଡିଙ୍କ ମୃତ୍ୟୁ ଘଟିବା ପରେ ଓ୍ବାକର ତାଙ୍କ ପରିବାରକୁ ଏହି ଦାନ ସମ୍ପର୍କରେ ଜଣାଇବାକୁ ନିଷ୍ପତ୍ତି ନେଲେ। ହଣ୍ଟ୍‌ସ୍‌ଭିଲେରୁ ୬୦ ମାଇଲ ଦୂରରେ ବସବାସ କରୁଥିବା କୃଷକମାନଙ୍କୁ ହୋଡି କିପରି ଆର୍ଥିକ ସହାୟତା ଯୋଗାଇଆସିଥିଲେ ତାହା କହିବା ପାଇଁ ସେ ମନସ୍ଥ କଲେ। ହୋଡିଙ୍କ ପରିବାରକୁ ଓ୍ବାକର ଫୋନ୍‌ କରିବା ପାଇଁ ଯାଉଥିବାବେଳେ ଜାନୁୟାରୀ ୫ରେ ତାଙ୍କ ଝିଅ ଟାନିଆ ନିକ୍ସ ସ୍ବର୍ଗତ ପିତାଙ୍କ ବଦାନ୍ୟତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଲାଗି ପ୍ରସ୍ତୁତ ହେଉଥିଲେ। ବାପା ନିଜ ମୃତ୍ୟୁ ପୂର୍ବରୁ ଏହି ଦାନ ସମ୍ପର୍କରେ କେବଳ ମୋତେ ଜଣାଇଥିଲେ ବୋଲି ୫୮ ବର୍ଷୀୟା ହେୟାରଷ୍ଟାଇଲିଷ୍ଟ ଟାନିଆ ନିକ୍ସ ଗଣମାଧ୍ୟମକୁ କହିଛନ୍ତି। ନିକ୍ସଙ୍କ ସାବତ ମା’ ମାର୍ଥା ଜୋ ଚିଲ୍‌ଡ୍ରେସ୍‌ ମଧ୍ୟ ଏହି ବିଷୟରେ ଜାଣି ନ ଥିଲେ। ସବୁ କଥା ପ୍ରଘଟ ହେବା ପରେ ହୋଡିଙ୍କ ବନ୍ଧୁ ସମ୍ପର୍କୀୟ ଓ ତାଙ୍କୁ ଜାଣିଥିବା ଲୋକେ ତାଙ୍କ ଘରକୁ ଯାଇ ଧନ୍ୟବାଦ ଜଣାଉଛନ୍ତି। ଔଷଧ ଦୋକାନୀ ତାଙ୍କ ଦାନ ପାଣ୍ଠିକୁ ଜୀବିତ ରଖିବା ପାଇଁ ବଳକା ଅର୍ଥରେ ‘ହୋଡି ଚିଲ୍‌ଡ୍ରେସ୍‌ ଫଣ୍ଡ୍‌’ ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri