Posted inଖେଳ

ଗିଲଙ୍କ ସଫଳତା ପଛରେ ରହିଛି ଅଜଣା କଥା

ନୂଆଦିଲ୍ଲୀ,୨୨।୧: ଗାବା ଟେଷ୍ଟର ପଞ୍ଚମ ଦିନ ମିଚେଲ ଷ୍ଟାର୍କ ଓ ପାଟ କୁମିନ୍ସ ପ୍ରାୟତଃ ୧୫୦ କି.ମି. ଗତିରେ ଘାତକ ବୋଲିଂ କରୁଥିଲେ। ଭାରତୀୟ ଯୁବ ଓପନର ଶୁବମାନ ଗିଲ ଓ ଚେତ୍ତେଶ୍ୱର ପୂଜାରାଙ୍କ ଉଇକେଟ ହାତେଇବା ପାଇଁ ବାରମ୍ବାର ଶର୍ଟ ପିଚ୍‌ ବଲର ବ୍ୟବହାର କରୁଥିଲେ ଦୁଇ ଘାତକ ପେସର। ଯୋଦ୍ଧା ଭଳି ଖେଳୁଥିବା ପୂଜାରାଙ୍କ ଦେହରେ ଥରେ କି ଦୁଇ ଥର ନୁହେଁ ୧୧ ଥର ବଲ ବାଜିଥିଲା। ବହୁ ବାର ତାଙ୍କୁ ନେବାକୁ ପଡ଼ିଥିଲା ଭାରତୀୟ ଦଳର ମେଡିକାଲ ଷ୍ଟାଫଙ୍କ ସହାୟତା।

ଅନ୍ୟପକ୍ଷରେ ଷ୍ଟାର୍କ ଓ କୁମିନ୍ସଙ୍କ ଶର୍ଟ ପିଚ ବଲକୁ ଅତି ସହଜରେ ଖେଳୁଥିଲେ ଗିଲ। ଷ୍ଟାର୍କଙ୍କ ଏକ ଓଭରରେ ସେ ଆଦାୟ କରିଥିଲେ ୨୦ ରନ୍‌। ଶର୍ଟ ପିଚ ବଲକୁ ବ୍ୟାକ୍‌ଫୁଟ୍‌ରେ ସେ ଖେଳିଥିଲେ ପୁଲ, ହୁକ୍‌, କଟ୍‌ ଓ ପଞ୍ଚ ଭଳି ଶଟ୍‌। ସିରିଜ୍‌ର ଦ୍ୱିତୀୟ ତଥା ମେଲବୋର୍ନ ଟେଷ୍ଟରେ ପଦାର୍ପଣ ପରଠାରୁ ତାଙ୍କ ବ୍ୟାକଫୁଟ୍‌ ଓ୍ବର୍କକୁ ପ୍ରଶଂସା କରିଥିଲେ ବହୁ ପ୍ରାକ୍ତନ ଖେଳାଳି। ତେବେ ଏହା ପଛରେ ରହିଛି ଏକ ଅଜଣା କଥା, ଯାହାକୁ ରହସ୍ୟ ବି କହିପାରିବା।

ପଞ୍ଜାବର ଫାଜିଲକା ଜିଲାର ଚକ ଖେରେ ଓ୍ବାଲା ଗ୍ରାମର ବାସିନ୍ଦା ଗିଲଙ୍କ ପରିବାର। ଛୋଟ ବେଳୁ ଶୁବମାନଙ୍କ କ୍ରିକେଟ ପ୍ରତି ଦୁର୍ବଳତା ଥିଲା। ଏଥି ଯୋଗୁ ପୁଅକୁ ସୁବିଧା ଓ ସୁଯୋଗ ଦେବା ପାଇଁ ପୁରା ପରିବାର ସମେତ ମୋହାଲି ଚାଲିଆସିଥିଲେ ବାପା ଲଖଓ୍ବିନ୍ଦର ସିଂ । ମୋହାଲି କ୍ରିକେଟ ଏକାଡେମୀରେ ଭର୍ତ୍ତି ହେବା ପରେ ମଧ୍ୟ ପୁଅକୁ ନିଜ ଆଡ଼ୁ ଦେଇଥିଲେ ଟ୍ରେନିଂ। ମୁଖ୍ୟତଃ ଶର୍ଟ ବଲ ବିପକ୍ଷରେ କେଉଁ ଭଳି ବ୍ୟାଟିଂ କରିବାକୁ ପଡ଼େ, ତାହା ଉପରେ ଗୁରୁତ୍ୱ ଦେଇଥିଲେ।

” ଗିଲ ୯ ବର୍ଷ ବୟସରେ ହିଁ ପ୍ରତ୍ୟେକ ଦିନ ଖେଳୁଥିଲେ ୧୫୦୦ ଶର୍ଟ ବଲ। ଏଥି ଲାଗି ମୁଁ ଟେବୁଲ ଉପରେ ଛିଡ଼ା ହୋଇ ଥ୍ରୋ କରୁଥିଲି। ଆଉ ଗିଲ ବ୍ୟାଟିଂ କରୁଥିଲେ ଏକ ଷ୍ଟମ୍ପରେ। ଏହି କାରଣରୁ ଗିଲ ବଲକୁ ଠିକ୍‌ ସେ ମିଡ୍‌ଲ କରିପାରୁଛନ୍ତି। ତାଙ୍କୁ ମ୍ୟାଟ୍‌ ଉପରେ ଖୁବ ପ୍ରାକ୍ଟିସ କରାଇଛି, ଯାହାକି ବଲକୁ ଅତ୍ୟଧିକ ବାଉନ୍ସ ପ୍ରଦାନ କରେ। ଏହି ବଲରେ ଶଟ ଖେଳିବାକୁ ହେଲେ ଠିକ୍‌ ପୋଜିଶନ ଓ ଟାଇମିଂ ଦରକାର। ଆଉ ମ୍ୟାଟରେ ଖେଳିବା ଦ୍ୱାରା ବ୍ୟାଟ୍ସମ୍ୟାନଙ୍କ ବ୍ୟାକ୍‌ଫୁଟ୍‌ ଗେମ୍‌ରେ ସୁଧାର ଆସିଥାଏ। ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ହେଲେ ବ୍ୟାଟ୍ସମ୍ୟାନ ପାଇଁ ଏହା ନିହାତି ଆବଶ୍ୟକ“ ବୋଲି ଲଖଓ୍ବିନ୍ଦର କହିଛନ୍ତି। ଉଲ୍ଲେଖଥାଉ କି, ଗିଲ ଅଷ୍ଟ୍ରେଲିଆ ବିପକ୍ଷରେ ୬ଟିଂ ଇନିଂସରେ କରିଥିଲେ ୨୫୯ ରନ୍‌। ଏଥିରେ ସାମିଲ ଅଛି ୯୧ ରନ୍‌ର ପାଳି, ଯାହାକି ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରର ସର୍ବାଧିକ ସ୍କୋର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କେ.ଏଲ ରାହୁଲ

ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଖେଳାଳି କେ.ଏଲ ରାହୁଲ କ୍ରିକେଟ ଅପେକ୍ଷା ନିଜ ପ୍ରେମକ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ...

ବିରାଟ କୋହଲି ପିନ୍ଧୁଥିବା ଘଣ୍ଟାର ଦାମ୍‌ କେତେ ଜାଣିଛନ୍ତି କି?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। କେବଳ କ୍ରିକେଟ୍‌ରେ, କୋହଲି ଅଭିନୟରେ...

ଭାରତ-ପାକିସ୍ତାନ ଖେଳିବେ କ୍ରିକେଟ !

ଇସଲାମାବାଦ୍‌,୨୫।୩: ଭାରତ ପାକିସ୍ତାନ ମଧ୍ୟରେ ପୁଣି କ୍ରିକେଟ ଖେଳ ହେବ। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଖୁବ୍‌...

କ୍ରିକେଟ ପରେ ଏବେ ଏହି ଖେଳରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି ବ୍ରାଭୋ

ଚେନ୍ନାଇ, ୨।୭: ଓ୍ବେଷ୍ଟଇଣ୍ଡିଜ ଦଳର ଅଲରାଉଣ୍ଡର ଓ୍ବେନ ବ୍ରାଭୋ କ୍ରିକେଟ ଜଗତରୁ ଅବସର ନେଇସାରିଛନ୍ତି। ଏବେ ସେ କ୍ରିକେଟ ଛାଡି ଶୁଟିଂରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି...

ନ୍ୟୁଜିଲାଣ୍ଡ ଚିଲିକୁ ୩-୧ରେ ହରାଇଲା…

ରାଉରକେଲା,୧୪।୧: ହକି ବିଶ୍ୱକପ ୨୦୨୩ ର ପୁଲ ସି ମ୍ୟାଚ ରେ ନ୍ୟୁଜିଲାଣ୍ଡ ଚିଲିକୁ ୩-୧ରେ ପରାସ୍ତ କରିଛି। ଓଡ଼ିଶାର ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଶନିବାର...

ହାଇଭୋଲଟେଜ୍‌ ମ୍ୟାଚ୍‌ ପୂର୍ବରୁ ଏହି କଥା ଶୁଣି ପ୍ରବଳ ରାଗିଗଲେ କୋହଲି: କହିଲେ…

ଦୁବାଇ,୨୪।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱରୁ ଇସ୍ତଫା ଦେବେ। ତେବେ...

ଇଂଲଣ୍ଡ ଫିଲ୍ଡିଂର ମଜା ଉଡାଇଲେ ଭାଓନ; କହିଲେ ‘ମୋ ଫିଲ୍ଡିଂ ଏକାଡେମୀରେ ଟ୍ରେନିଂ ନେବ ଆସ’

ନୂଆଦିଲ୍ଲୀ,୭।୮: ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଓନ ନିଜର ଟୁଇଟର ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି କ୍ରମରେ ଶୁକ୍ରବାର ସେ ଅନ୍ୟମାନଙ୍କ ପାଇଁ...

ଅଷ୍ଟ୍ରେଲିଆର ବିଜୟ ଅଭିଯାନ

ବ୍ରିଷ୍ଟଲ, ୨।୬- ଆଇସିସି ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ଏଠାରେ ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏକପାଖିଆ ଭାବେ ୭ ଉଇକେଟ୍‌ରେ...

Advertisement
Archives

Model This Week