Posted inଖେଳ

ଦ୍ୱିତୀୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ : ଆଇସିସିର ନୂଆ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୧।୭ (ପି.ଟି.): ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ ସିଷ୍ଟମ ଲାଗୁ କରିଛି। ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜରୁ ଡବ୍ଲ୍ୟୁଟିସିର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ।
ପ୍ରତ୍ୟେକ ମ୍ୟାଚ୍‌ ବିଜୟରେ ୧୨ ପଏଣ୍ଟ ପ୍ରଦାନ କରାଯିବ। ମ୍ୟାଚ୍‌ ଟାଇ ରହିଲେ ୬ ଲେଖାଏ ପଏଣ୍ଟ ଉଭୟ ଦଳକୁ ମିଳିବ। ସେହିପରି ଯଦି ମ୍ୟାଚ୍‌ ଡ୍ର ରହେ ତାହାହେଲେ ଦୁଇ ଦଳକୁ ୪ ପଏଣ୍ଟ ଲେଖାଏ ମିଳିବ। ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ କରାଯିବ ବୋଲି ଆଇସିସି ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଓଫ୍‌ ଆଲ୍ଲାରଡଶଇସ୍‌ ଚଳିତ ମାସ ଆରମ୍ଭରୁ କହିଥିଲେ।
ପୂର୍ବରୁ ପ୍ରତ୍ୟେକ ସିରିଜ (ମ୍ୟାଚ୍‌ ସଂଖ୍ୟା ଯାହାହେଉ ନା କହିଁକି) ପାଇଁ ୧୨୦ ପଏଣ୍ଟ ରଖାଯାଉଥିଲା। କିନ୍ତୁ ଏବେ ମ୍ୟାଚ୍‌ ପ୍ରତି ୧୨ ପଏଣ୍ଟ ରଖାଯାଇଛି। ଦଳଗୁଡିକ ଯତେ ସଂଖ୍ୟକ ମ୍ୟାଚ୍‌ ଖେଳି ଯେତୋଟି ବିଜୟ ହାସଲ କରିଥିବେ ତାହାକୁ ବିଚାରରେ ରଖି ପର୍ସେଣ୍ଟେଜ୍‌ ଅନୁସାରେ ପଏଣ୍ଟ ପ୍ରଦାନ କରାଯିବ। ଆଗାମୀ ସପ୍ତାହଗୁଡିକରେ ଆଇସିସି ମୁଖ୍ୟ କାର୍ଯ୍ୟକାରୀ କମିଟି ପଏଣ୍ଟ ସିଷ୍ଟମକୁ ମଞ୍ଜୁରି ପ୍ରଦାନ କରିବ। ପଏଣ୍ଟ ସିଷ୍ଟମର ସରଳୀକରଣ ପାଇଁ ଏଭଳି ସଂସ୍କାର ଅଣାଯାଇଛି।
ଡବ୍ଳ୍ୟୁଟିସିରେ ମୋଟ ଉପରେ ୯ଟି ଦଳ ମଧ୍ୟରେ ମୁକାବିଲା ହେବ। ପ୍ରତ୍ୟେକ ଦଳ ୬ଟି ଲେଖାଏ ଟେଷ୍ଟ ସିରିଜ ଖେଳିବେ। ୩ଟି ଲେଖାଏ ସିରିଜ ଘରୋଇ ପରିବେଶରେ ଓ ବିଦେଶରେ ଦଳଗୁଡିକ ଖେଳିବେ। ପର୍ସେଣ୍ଟେଜ ସିଷ୍ଟମ୍‌ରେ ପଏଣ୍ଟ ତାଲିକା ସ୍ଥିରୀକୃତ ହେବ। ଆଗାମୀ ଡବ୍ଲ୍ୟୁଟିସି ସାଇକଲ୍‌ରେ ଇଂଲଣ୍ଡ ସର୍ବାଧିକ ୨୧ଟି ମ୍ୟାଚ୍‌ ଖେଳିବ। ଭାରତ ୧୯, ଅଷ୍ଟ୍ରେଲିଆ ୧୮ ଓ ଦକ୍ଷିଣ ଆଫ୍ରିକା ୧୫ଟି ମ୍ୟାଚ୍‌ ଖେଳିବ। ପ୍ରଥମ ସଂସ୍କରଣର ଚାମ୍ପିୟନ ନ୍ୟୁଜିଲାଣ୍ଡ ମାତ୍ର ୧୩ଟି, ପାକିସ୍ତାନ ୧୪ ଓ ଓ୍ବେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ୧୩ଟି ଲେଖାଏ ମ୍ୟାଚ୍‌ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri