Posted inଖେଳ

ଦ୍ୱିତୀୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ : ଆଇସିସିର ନୂଆ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୧।୭ (ପି.ଟି.): ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ ସିଷ୍ଟମ ଲାଗୁ କରିଛି। ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜରୁ ଡବ୍ଲ୍ୟୁଟିସିର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ।
ପ୍ରତ୍ୟେକ ମ୍ୟାଚ୍‌ ବିଜୟରେ ୧୨ ପଏଣ୍ଟ ପ୍ରଦାନ କରାଯିବ। ମ୍ୟାଚ୍‌ ଟାଇ ରହିଲେ ୬ ଲେଖାଏ ପଏଣ୍ଟ ଉଭୟ ଦଳକୁ ମିଳିବ। ସେହିପରି ଯଦି ମ୍ୟାଚ୍‌ ଡ୍ର ରହେ ତାହାହେଲେ ଦୁଇ ଦଳକୁ ୪ ପଏଣ୍ଟ ଲେଖାଏ ମିଳିବ। ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ କରାଯିବ ବୋଲି ଆଇସିସି ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଓଫ୍‌ ଆଲ୍ଲାରଡଶଇସ୍‌ ଚଳିତ ମାସ ଆରମ୍ଭରୁ କହିଥିଲେ।
ପୂର୍ବରୁ ପ୍ରତ୍ୟେକ ସିରିଜ (ମ୍ୟାଚ୍‌ ସଂଖ୍ୟା ଯାହାହେଉ ନା କହିଁକି) ପାଇଁ ୧୨୦ ପଏଣ୍ଟ ରଖାଯାଉଥିଲା। କିନ୍ତୁ ଏବେ ମ୍ୟାଚ୍‌ ପ୍ରତି ୧୨ ପଏଣ୍ଟ ରଖାଯାଇଛି। ଦଳଗୁଡିକ ଯତେ ସଂଖ୍ୟକ ମ୍ୟାଚ୍‌ ଖେଳି ଯେତୋଟି ବିଜୟ ହାସଲ କରିଥିବେ ତାହାକୁ ବିଚାରରେ ରଖି ପର୍ସେଣ୍ଟେଜ୍‌ ଅନୁସାରେ ପଏଣ୍ଟ ପ୍ରଦାନ କରାଯିବ। ଆଗାମୀ ସପ୍ତାହଗୁଡିକରେ ଆଇସିସି ମୁଖ୍ୟ କାର୍ଯ୍ୟକାରୀ କମିଟି ପଏଣ୍ଟ ସିଷ୍ଟମକୁ ମଞ୍ଜୁରି ପ୍ରଦାନ କରିବ। ପଏଣ୍ଟ ସିଷ୍ଟମର ସରଳୀକରଣ ପାଇଁ ଏଭଳି ସଂସ୍କାର ଅଣାଯାଇଛି।
ଡବ୍ଳ୍ୟୁଟିସିରେ ମୋଟ ଉପରେ ୯ଟି ଦଳ ମଧ୍ୟରେ ମୁକାବିଲା ହେବ। ପ୍ରତ୍ୟେକ ଦଳ ୬ଟି ଲେଖାଏ ଟେଷ୍ଟ ସିରିଜ ଖେଳିବେ। ୩ଟି ଲେଖାଏ ସିରିଜ ଘରୋଇ ପରିବେଶରେ ଓ ବିଦେଶରେ ଦଳଗୁଡିକ ଖେଳିବେ। ପର୍ସେଣ୍ଟେଜ ସିଷ୍ଟମ୍‌ରେ ପଏଣ୍ଟ ତାଲିକା ସ୍ଥିରୀକୃତ ହେବ। ଆଗାମୀ ଡବ୍ଲ୍ୟୁଟିସି ସାଇକଲ୍‌ରେ ଇଂଲଣ୍ଡ ସର୍ବାଧିକ ୨୧ଟି ମ୍ୟାଚ୍‌ ଖେଳିବ। ଭାରତ ୧୯, ଅଷ୍ଟ୍ରେଲିଆ ୧୮ ଓ ଦକ୍ଷିଣ ଆଫ୍ରିକା ୧୫ଟି ମ୍ୟାଚ୍‌ ଖେଳିବ। ପ୍ରଥମ ସଂସ୍କରଣର ଚାମ୍ପିୟନ ନ୍ୟୁଜିଲାଣ୍ଡ ମାତ୍ର ୧୩ଟି, ପାକିସ୍ତାନ ୧୪ ଓ ଓ୍ବେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ୧୩ଟି ଲେଖାଏ ମ୍ୟାଚ୍‌ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିସ୍‌-କ୍ୟାପିଟାଲ ଫାଇନାଲ

ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ୟୁନିଟ-୬ ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ କିସ୍‌ ଓ କ୍ୟାପିଟାଲ...

ପଦାର୍ପଣ କରିବେ ଇଶାନ, ସୂର୍ଯ୍ୟକୁମାର

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ...

ଥିରିମାନେ, ସନକାଙ୍କୁ ପାକିସ୍ତାନ ଗସ୍ତର ନେତୃତ୍ୱ

କଲମ୍ବୋ, ୧୧।୯ (ଏଏଫ୍‌ପି): ବହୁଚର୍ଚ୍ଚିତ ପାକିସ୍ତାନ ଗସ୍ତ ଲାଗି ବୁଧବାର ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳ ଘୋଷଣା କରାଯାଇଛି। ଲାହିରୁ ଥିରିମାନେଙ୍କୁ ଦିନିକିଆ ଓ...

ବିସିସିଆଇର ବଡ଼ ଘୋଷଣା: ଭାରତରେ ହେବ ନାହିଁ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୮।୬: ବିସିସିଆଇ ସୋମବାର ଏକ ବଡ ଘୋଷଣା କରିଛି। ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌କୁ ୟୁଏଇ ସ୍ଥାନାନ୍ତର କରାଯାଇଛି। ଦେଶରେ କରୋନା ପରିସ୍ଥିତି...

ପୁଣି ବଦଳିଲେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୬।୭: ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ୍‌ ପାଇଁ ଶୁକ୍ରବାର ୨୪ ଜଣିଆ ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଆସନ୍ତା ୧୮ରୁ ଆରମ୍ଭ ହେବାକୁ...

‘ଚେସ୍‌ ଇତିହାସର ସବୁଠାରୁ ବଡ଼ ସ୍କାଣ୍ଡାଲ’

ସେଣ୍ଟ ଲୁଇସ୍‌, ମିସୋରି (ଆମେରିକା) ୨୭ା୯: ଚଳିତ ମାସ ପ୍ରଥମ ଭାଗରେ ଅନୁଷ୍ଠିତ ‘ସିନ୍‌କ୍ୱିଫିଲ୍ଡ କପ୍‌’ରେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନ ଓ ଆମେରିକାର ୧୯ବର୍ଷୀୟ...

ଗୋଟିଏ ଛକା, ଅନେକ ଭିଡିଓ; ଦେଖନ୍ତୁ ଧୋନୀ ବିଜୟୀ ଛକା ମାରିବା ପରେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏପରି ଜଣେ ଖେଳାଳି, ପଡ଼ିଆରେ ଯାହାର ଉପସ୍ଥିତି ହିଁ ପ୍ରଶଂସକଙ୍କୁ ଉତ୍ସାହିତ କରିଥାଏ। ଜିତିବା ଏବଂ ହାରିବା...

ସାକ୍ଷୀଙ୍କ ପୂର୍ବରୁ ଏସବୁ ବଲିଉଡ୍‌ ନାୟିକାଙ୍କ ପ୍ରେମରେ ପଡ଼ିଥିଲେ ଧୋନୀ: ହେଲେ…

ନୂଆଦିଲ୍ଲୀ,୧୮।୮: ୨୦୧୦ରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସାକ୍ଷୀଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କ ଏକ ଝିଅ ଅଛି। ହେଲେ...

Advertisement
Archives

Model This Week