Posted inଖେଳ

ଦ୍ୱିତୀୟ ଟେଷ୍ଟ: ନେଟ୍ସରେ ଅକ୍ଷରଙ୍କ ଅଭ୍ୟାସ, ପ୍ରଥମ ଦିନରୁ ବଲ୍‌ ଟର୍ନ ହେବା ସମ୍ଭାବନା

ନୂଆଦିଲ୍ଲୀ,୧୧।୨(ପି.ଟି.): ଚେନ୍ନାଇରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ଅତିକମ୍‌ରେ ଗୋଟିଏ ପରିବର୍ତ୍ତନ ହେବା ନିଶ୍ଚିତ ହୋଇଛି। ପ୍ରଥମ ଟେଷ୍ଟରେ ନୌରାଶ୍ୟଜନକ ପ୍ରଦର୍ଶନ କରିଥିବା ନଦିମ ଏହି ମ୍ୟାଚ୍‌ରୁ ବାଦ୍‌ ପଡିବେ। ନଦିମଙ୍କ ବଦଳ ଖେଳାଳି ନେଇ ଶୁକ୍ରବାର ନିଷ୍ପତ୍ତି ନିଆଯିବ। ତେବେ ଫିଟ୍‌ନେସ ହାସଲ କରିଥିବା ସ୍ପିନ ଅଲ୍‌ରାଉଣ୍ଡର ଅକ୍ଷର ପଟେଲ ନଦିମଙ୍କ ବଦଳରେ ଖେଳିବା ସମ୍ଭାବନା ରହିଛି। ପ୍ରଥମ ଟେଷ୍ଟରେ ଭାରତ ଭ୍ରମଣକାରୀ ଇଂଲଣ୍ଡଠାରୁ ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲା। ଅକ୍ଷରଙ୍କ ଆଣ୍ଠୁରେ ସାମାନ୍ୟ ସମସ୍ୟା ରହିଥିଲା। ନେଟ୍ସରେ ସେ ବ୍ୟାଟିଂ କରିଥିବା ବେଳେ ଆଗାମୀ ଦୁଇ ଦିନରେ ସେ ବୋଲିଂ ଆରମ୍ଭ କରିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ଅକ୍ଷରଙ୍କ ଖେଳିବା ନେଇ ଅଧିନାୟକ ବିରାଟ କୋହଲି, କୋଚ୍‌ ରବି ଶାସ୍ତ୍ରୀ ଓ କୋଚ୍‌ ଭରତ ଅରୁଣ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।
ପରାଜୟ ପରେ କୋହଲି ଓ୍ବାଶିଂଟନ ସୁନ୍ଦର ଓ ନଦିମଙ୍କ ପ୍ରଦର୍ଶନରେ ଅସନ୍ତୋଷ ଜାହିର କରିଥିଲେ। ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସହାୟତା ଦେବାରେ ଏହି ଦୁଇ ବୋଲର ବିଫଳ ହୋଇଥିଲେ। ପ୍ରଥମ ଟେଷ୍ଟରେ ୪ ଉଇକେଟ ହାସଲ କରିଥିଲେ ମଧ୍ୟ ନଦିମ ୫୯ ଓଭରରେ ୨୩୩ ରନ ବ୍ୟୟ କରିଥିଲେ ଓ ଓଭର ପିଛା ୪ରୁ ଊର୍ଦ୍ଧ୍ୱ ରନ ବ୍ୟୟ କରିଥିଲେ। ସେହିପରି ଓ୍ବାଶିଂଟନ ୨୬ ଓଭରରେ ୯୮ ରନ ବ୍ୟୟ କରିଥିଲେ। ଦ୍ୱିତୀୟ ଇନିଂସରେ ତାଙ୍କୁ ମାତ୍ର ଗୋଟିଏ ଓଭର ବୋଲିଂ କରିବାକୁ ଦିଆଯାଇଥିଲା। ତେବେ ପ୍ରଥମ ଇନିଂସରେ ସେ ବ୍ୟାଟିଂରେ ଦମ୍‌ଦାର ପ୍ରଦର୍ଶନ କରି ଅପରାଜିତ ୮୫ ରନ ସଂଗ୍ରହ କରିଥିଲେ। ତେଣୁ ଦଳରେ ସେ ସ୍ଥାନ ବଜାୟ ରଖିବା ଆଶା କରାଯାଉଛି।
ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଜୋଫ୍ରା ଆର୍ଚରଙ୍କ ଏକ ଶର୍ଟ ବଲ୍‌ରେ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ଅଶ୍ୱିନ ଫିଟ୍‌ ଅଛନ୍ତି। ପ୍ରଥମ ଟେଷ୍ଟରେ ଅଶ୍ୱିନ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ।
ପ୍ରଥମ ଟେଷ୍ଟରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଥମେ ବ୍ୟାଟିଂ କରିବା ଦଳ ଫାଇଦା ହାସଲ କରିଥିଲା। ତେଣୁ ଦ୍ୱିତୀୟ ଟେଷ୍ଟରେ ଏକ ଭିନ୍ନ ଧରଣର ଉଇକେଟ ପ୍ରସ୍ତୁତ କରିବାକୁ କ୍ୟୁରେଟର ଭି. ରମେଶ କୁମାର ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ହେଡ୍‌ ଅଫ୍‌ ପିଚେସ୍‌ ଆଣ୍ଡ ଗ୍ରାଉଣ୍ଡ କମିଟି ତାପସ ଚାଟାର୍ଜୀ ମନ ବଳାଇଛନ୍ତି। ଏହି ପିଚ୍‌ରେ ଟସ୍‌ର ଭୂମିକା ଗୌଣ ହେବ ଓ ଏନେଇ ପ୍ରୟାସ କରାଯିବ। ପିଚ୍‌ରେ ଘାସ ରହିଛି ଓ ଏଥିରେ ବଲ ଟର୍ନ ମଧ୍ୟ ହେବ। ଏକ ଶୁଖିଲା ପିଚ୍‌ ଉପରେ ଖରା ପଡିଲେ ଏହା ଫାଟିବାର ସମ୍ଭାବନା ରହିବ। ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କୁ ସୁହାଇବା ଭଳି ଏକ ପିଚ୍‌ ପ୍ରସ୍ତୁତ କରିବାକୁ ପ୍ରୟାସ କରାଯିବ। ପ୍ରଥମ ଟେଷ୍ଟର ତୃତୀୟ ଦିବସରେ ବଲ୍‌ ଟର୍ନ ହୋଇଥିଲା। ତେବେ ଏହି ନୂଆ ପିଚ୍‌ରେ ପ୍ରଥମ ଦିନରୁ ହିଁ ବଲ୍‌ କିଛି ମାତ୍ରାରେ ଟର୍ନ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri