Posted inଖେଳ

ଆଜି ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଗୁଆହାଟୀ,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଗୁଆହାଟୀରେ ଖେଳାଯିବ। ଭାରତ ଏହି ମ୍ୟାଚକୁ ଜିତିବା ସହିତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଘରୋଇ ସିରିଜ ଜିତିବାକୁ ପ୍ରୟାସ କରିବ। ଏହା ପୂର୍ବରୁ ଦକ୍ଷିଣଆଫ୍ରିକା ବିପକ୍ଷରେ ଭାରତ ଆଦୌ ଟି୨୦ ସିରିଜ ଜିତିନାହିଁ। ଭାରତ ମାଟିରେ ଉଭୟ ଦଳଙ୍କ ମଧ୍ୟରେ ୯ ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ମାତ୍ର ୩ଟିରେ ବିଜୟୀ ହୋଇଛି। ତେବେ ଯଶପ୍ରୀତ୍‌ ବୁମ୍‌ରା ଆହତ ହୋଇ ବାଦ୍‌ ପଡିବା ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ବିଶ୍ୱକପ୍‌କୁ ୩ ସପ୍ତାହ ବାକି ଥିବା ବେଳେ ବୁମ୍‌ରା ଷ୍ଟ୍ରେସ୍‌ ଫାକ୍ଚର କାରଣରୁ ବାଦ୍‌ ପଡିଛନ୍ତି। ଚଳିତ ସିରିଜରେ ବୁମ୍‌ରାଙ୍କ ସ୍ଥାନରେ ମହମ୍ମଦ ସିରାଜ୍‌ ଓ ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବ ସ୍ଥାନ ପାଇଛନ୍ତି। ତେବେ ଦଳ ଚୟନ ବର୍ତ୍ତମାନ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ସବୁଠୁ କଷ୍ଟକର ବ୍ୟାପାର ହେବ। ମହମ୍ମଦ ଶାମି କୋଭିଡ୍‌ ମୁକ୍ତ ହୋଇଥିଲେ ହେଁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ତାଙ୍କୁ ସ୍ଥାନ ମିଳିନାହିଁ। ଅଭିଜ୍ଞତା ଦୃଷ୍ଟିରୁ ବିଶ୍ୱକପ୍‌ ଦଳରେ ରିଜର୍ଭ ବୋଲର ରହିଥିବା ଶାମିଙ୍କୁ ବୁମ୍‌ରାଙ୍କ ବିକଳ୍ପ ଭାବରେ ବିବେଚନା ମଧ୍ୟ କରାଯାଉଛି। କେରଳରେ ଖେଳା ଯାଇଥିବା ପ୍ରଥମ ଟି୨୦ରେ ଦୀପକ ଚହର ଏବଂ ଅର୍ଶଦୀପ ସିଂ ବେଶ୍‌ ଘାତକ ବୋଲିଂ କରିଥିଲେ। ଏହି ଦୁଇ ବୋଲରଙ୍କ ଘାତକ ବୋଲିଂ କାରଣରୁ ଭ୍ରମଣକାରୀ ଦଳ ମାତ୍ର ୧୦୮ ରନରେ ସୀମିତ ରହିଥିଲା। ଉଭୟ ବୋଲର ବଢିଆ ସ୍ବିଙ୍ଗ ବୋଲିଂ କରିଥିବା ବେଳେ ଅଷ୍ଟ୍ରେଲିଆରେ ପିଚ୍‌ ଭିନ୍ନ ରହିବ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ହର୍ଶଲ ପଟେଲଙ୍କଠାରୁ ଦଳ ଦୃଢ ପ୍ରଦର୍ଶନ ଆଶା କରିବ।

ଆର. ଅଶ୍ୱିନଙ୍କ ସହିତ ଅକ୍ଷର ପଟେଲ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଉଭୟ ରନ୍‌ ରୋକିବାରେ ସଫଳ ହୋଇଥିବା ବେଳେ ବିଗତ ୪ ମ୍ୟାଚରେ ଅକ୍ଷର ଭାରତର ସର୍ବାଧିକ ଉଇକେଟ ନେଇଛନ୍ତି। ଜାଡେଜାଙ୍କ ବିକଳ୍ପ ଭାବରେ ଦଳରେ ସ୍ଥାନ ପାଇଥିବା ଅକ୍ଷରଙ୍କ ୭.୮୭ର ଇକୋନୋମୀରେ ୮ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?