ନିଷିଦ୍ଧାଞ୍ଚଳରେ ପ୍ରାଚୀର ନିର୍ମାଣ

ପୁରୀ ଅଫିସ,୨।୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ପ୍ରକଳ୍ପର ନିଷିଦ୍ଧାଞ୍ଚଳରେ କ୍ଲକ୍‌ ରୁମ୍‌, ମିନି କ୍ଲକ୍‌ ରୁମ୍‌, ଜନତା ଓ ସେବାୟତଙ୍କ ଶୌଚାଳୟ ସମେତ ଅନ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଏହି ନିଷିଦ୍ଧାଞ୍ଚଳ ପରିସରରେ ନିର୍ମାଣାଧୀନ ପ୍ରାଚୀରକୁ ନେଇ ସାନି ବିବାଦ ଦେଖାଦେଇଛି। ପ୍ରକଳ୍ପ ବିରୋଧୀମାନେ ଏହାକୁ ବେଆଇନ ବୋଲି ଦର୍ଶାଇବା ସହ ଏନେଇ ରାଜ୍ୟ ସରକାର ଅନୁମତି ପାଇ ନ ଥିବା ଅଭିଯୋଗ କରୁଛନ୍ତି।
ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ପାଇଁ ଅନୁମତି ରହିଥିବାବେଳେ କ’ଣ ସବୁ ନିର୍ମାଣ କରାଯିବ ତାହା ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି। ସମ୍ପୃକ୍ତ ତାଲିକାରେ ପ୍ରାଚୀର ନିର୍ମାଣ କରିବା ନେଇ ଉଲ୍ଲେଖ ନାହିଁ। ପ୍ରଶାସନ ମନଇଚ୍ଛା ବେଆଇନ ଭାବେ ପ୍ରାଚୀର ନିର୍ମାଣ କରୁଛି। ପ୍ରଶାସନ ପ୍ରଥମେ ଏଥିଲାଗି ଅନୁମତି ଆଣିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ବରାଳ ଆହୁରି କହିଛନ୍ତି, ପ୍ରଶାସନ ପ୍ରାଚୀରକୁ ଲୋକଙ୍କ ଆଢ଼ୁଆଳରେ ରଖିବାକୁ ଚାହୁଁଛି। ଏଥିପାଇଁ ଯେତିକି ପ୍ରାଚୀର ନିର୍ମାଣ ହେଉଛି ତାହାକୁ ପୋତି ଦିଆଯାଉଛି। ତଳୁ ବର୍ତ୍ତମାନ ସୁଦ୍ଧା ୫ ଫୁଟର ପ୍ରାଚୀର ନିର୍ମାଣ ହୋଇସାରିଲାଣି। କିଛି ସ୍ଥାନରେ ନିର୍ମାଣ ସରିଯାଇଥିବା ବେଳେ ପରିକ୍ରମା ପ୍ରକଳ୍ପ ଚାରି ପାଖରେ ଏହି ପ୍ରାଚୀର ବୁଲାଯାଉଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପୁରୀ ସର୍କଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅନୁମତି ଥିବା ପ୍ରକଳ୍ପ କାର୍ଯ୍ୟ ସଂଲଗ୍ନ ଏକ ପ୍ରାଚୀର ନିର୍ମାଣ ହେଉଛି। ମାତ୍ର ଏନେଇ ଅନୁମତି ରହିଛି କି ନାହିଁ ତାହା ଯାଞ୍ଚ ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରକଳ୍ପ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ଲାଗି କୁହାଯାଇଛି। ତେବେ ପ୍ରାଚୀର ନିର୍ମାଣରେ ଆଇନ ଉଲ୍ଲଂଘନ ହୋଇଛି କି ନାହିଁ ଏବଂ ଏଭଳି ନିର୍ମାଣ ହୋଇପାରିବ କି ନାହିଁ ତାହାର ବୈଷୟିକ ଦିଗ ଉପରେ ଆଲୋଚନା କରାଯିବ। ଘଟଣାସ୍ଥଳକୁ ଯାଇ ଯାଞ୍ଚ ଶେଷ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ପରାମର୍ଶ ମାଗିଛୁ ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ପ୍ରକଳ୍ପ କାର୍ଯ୍ୟ ଦାୟିତ୍ୱରେ ଥିବା ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି)ର ଅଧିକାରୀ ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ପରିକ୍ରମା ପ୍ରକଳ୍ପରେ ନିର୍ମାଣ କରାଯାଉଥିବା କୋଠା ଓ ବାହାର ରାସ୍ତାକୁ ବିଭକ୍ତ କରିବା ସହ ଗମନାଗମନ ଏବଂ ଯୋଗାଯୋଗର ସୁବିଧା ନିମନ୍ତେ ଏହି ପ୍ରାଚୀର ତିଆରି ହେଉଛି। ମୁଖ୍ୟତଃ ପ୍ରାଚୀର ସେପଟେ ଯାନବାହନ ଚଳାଚଳ ସହ ଲୋକେ ଯାତାୟାତ କରିବେ। ପାର୍କିଂ ଓ ଯାନବାହନ ଚଳାଚଳ ପ୍ରାଚୀର ସେପଟେ ହେବ। ଫଳରେ ଟ୍ରାଫିକ ଜାମ୍‌ ଭଳି ସ୍ଥିତି ଉପୁଜିବ ନାହିଁ। ଯାତ୍ରୀଙ୍କ ମୌଳିକ ସୁବିଧା ପାଇଁ ହୋଇଥିବା ଶୌଚାଳୟ ଓ କ୍ଳକ ରୁମ୍‌ ଇତ୍ୟାଦିକୁ ଅନାୟାସରେ ଯାଇଆସି ହେବ। ପ୍ରାଚୀର ବାହାରେ ପାର୍କିଂ ସୁବିଧା ରହିବ। ତେବେ ଗୋଟିଏ ପଟେ ପ୍ରଶାସନ ଏଭଳି ନିର୍ମାଣକୁ ଆଇନ ଦୃଷ୍ଟିକୋଣରୁ ଠିକ୍‌ ଦର୍ଶାଉଥିବାବେଳେ ଅନ୍ୟପଟେ ପ୍ରକଳ୍ପ ବିରୋଧୀମାନେ କାର୍ଯ୍ୟକୁ ବେଆଇନ ବୋଲି କହିଛନ୍ତି। ପ୍ରକଳ୍ପ କାର୍ଯ୍ୟ ପାଇଁ ମିଳୁଥିବା ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌ (ଏନ୍‌ଓସି)ରେ ପ୍ରାଚୀର ସମ୍ପର୍କରେ ଉଲ୍ଲେଖ ନ ଥିବାରୁ ବିରୋଧୀମାନେ ପ୍ରଶାସନକୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?