ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ ଘଟିଥିବା ଦୁଇଟି ପୃଥକ ଲୁଟ୍‌ ମାମଲାରେ ପୋଲିସ ଦ୍ରୁତ ତଦନ୍ତ କରି ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳରେ ୫ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ପର୍ଦ୍ଦାଫାଶ ପରେ ଏବେ ଗାରାବନ୍ଧା ଥାନା ଅଞ୍ଚଳରେ ୭ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ମଧ୍ୟ ପୋଲିସ ସଫଳତା ପାଇଛି।
ସୂଚନାନୁସାରେ, ଗୁରାଣ୍ଡି ଥାନା ଅନ୍ତର୍ଗତ ବଡଦେଉଳା ଗ୍ରାମର ଗଙ୍ଗାଧର ଭୂୟାଁ (୬୨) ନିଜ ଘର ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶର ପଲାସାର ଜଣେ ଠିକାଦାରଙ୍କୁ ଅଗ୍ରିମ ବାବଦରେ ୭ ଲକ୍ଷ ଟଙ୍କା ଦେବାକୁ ଯାଉଥିଲେ। ଏହି ସମୟରେ ଗାରାବନ୍ଧା ଥାନା ଅନ୍ତର୍ଗତ ରତନସିଂ ଗ୍ରାମ ନିକଟରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ତାଙ୍କଠାରୁ ନଗଦ ୭ ଲକ୍ଷ ଟଙ୍କା ସହ ଏଟିଏମ କାର୍ଡ ଓ ବ୍ୟାଙ୍କ ପାସବୁକ ଛଡ଼ାଇ ନେଇ ଫେରାର୍‌ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ଗାରାବନ୍ଧା ଥାନା ଅଧିକାରୀ ପ୍ରଶାନ୍ତ ନିସିକା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବୈଷୟିକ ପ୍ରମାଣ ଓ ଅନ୍ୟାନ୍ୟ ସୂତ୍ରକୁ ଆଧାର କରି ତଦନ୍ତ ଆଗେଇ ନେବା ପରେ ଦୁର୍ବୃତ୍ତମାନେ ଆନ୍ଧ୍ରପ୍ରଦେଶର ଏକ ଗ୍ରାମରେ ଲୁଚିଥିବା ସୂଚନା ପାଇଥିଲେ। ଏହାପରେ ପୋଲିସ ଟିମ ସେଠାରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୪ ଲକ୍ଷ ୯୪ ହଜାର ଟଙ୍କା ଜବତ କରାଯାଇଛି। ଏହି ଲୁଟ୍‌ ଘଟଣାରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଖୋଜାଖୋଜିି ଜାରି ରହିଥିବା ଗାରାବନ୍ଧା ଥାନା ଅଧିକାରୀ ପ୍ରଶାନ୍ତ ନିସିକା ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ପାରଳାଖେମୁଣ୍ଡି ଏସ୍‌ବିଆଇ ମୁଖ୍ୟ ଶାଖା ପରିସରରେ ଘଟିଥିବା ୫ ଲକ୍ଷ ଟଙ୍କା ଲୁଟ୍‌ ମାମଲାରେ ମଧ୍ୟ ଗାରାବନ୍ଧା ଥାନା ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଦୁଇ ଦିନ ମଧ୍ୟରେ କ୍ରମାଗତ ଦୁଇଟି ଲୁଟ୍‌ ମାମଲାର ପର୍ଦ୍ଦାଫାଶକୁ ନେଇ ଗାରାବନ୍ଧା ପୋଲିସକୁ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ ଅନ୍ୟ ଅପରାଧ ମାମଲାରେ ମଧ୍ୟ ଏଭଳି ସଫଳତା ଜାରି ରହିବ ବୋଲି ଆଶା ପ୍ରକାଶ କରିଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?