ତାଲିବାନ ଦଖଲରେ ଦ୍ୱିତୀୟ ପ୍ରାଦେଶିକ ରାଜଧାନୀ

କାବୁଲ, ୮।୮(ଆଇଏଏନ୍‌ଏସ୍‌): ସପ୍ତାହେ ବ୍ୟାପୀ ସଂଘର୍ଷ ପରେ ତାଲିବାନ ଆତଙ୍କବାଦୀମାନେ ଶନିବାର ଆଫଗାନିସ୍ତାନର ଉତ୍ତର ଭାଗରେ ଅବସ୍ଥିତ ଜଜାନ୍‌ ପ୍ରଦେଶର ରାଜଧାନୀ ଶେବେରଗାନ୍‌କୁ ନିଜ ଦଖଲକୁ ନେଇଛନ୍ତି। ସୂତ୍ର ଅନୁଯାୟୀ ସୁରକ୍ଷା ବଳ କେବଳ ଖ୍ବାଜା ଡାକୋ ଜିଲାର ପ୍ରାଦେଶିକ ବିମାନବନ୍ଦରରେ ସୀମିତ ରହିଛି। ଦୁଇ ଦିନ ମଧ୍ୟରେ ତାଲିବାନ ଦଖଲକୁ ଯିବାରେ ଶେବେରଗାନ୍‌ ଦ୍ୱିତୀୟ ପ୍ରାଦେଶିକ ରାଜଧାନୀ। ଶୁକ୍ରବାର ସେମାନେ ନିମ୍‌ରୁଜ୍‌ ପ୍ରଦେଶର ରାଜଧାନୀ ଜରଞ୍ଜ ସହରକୁ ଦଖଲ କରିଥିଲେ। ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସୈନ୍ୟ ପ୍ରତ୍ୟାହାର ଜାରି ରହିଥିବାବେଳେ ଆତଙ୍କବାଦୀମାନେ ଅନେକ ସୀମାନ୍ତ ଅଞ୍ଚଳକୁ କବ୍‌ଜା କରିସାରିଲେଣି। ଜଜାନ ପ୍ରଦେଶର ସୁରକ୍ଷା ସ୍ଥିତି ଉପରେ ସରକାର ଉପଯୁକ୍ତ ଧ୍ୟାନ ନ ଦେବାରୁ ଏହାର ରାଜଧାନୀ ଆତଙ୍କବାଦୀଙ୍କ କବଳକୁ ଗଲା ବୋଲି ସେଠାର ଏମ୍‌ପିମାନେ ଅଭିଯୋଗ କରିଛନ୍ତି।
ଗୁରୁବାରଠାରୁ ଶେବେରଗାନ୍‌ରେ ଆଫଗାନ ସୈନ୍ୟ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଲାଗି ରହିଥିଲା। ଶୁକ୍ରବାର ତାଲିବାନ ପ୍ରାଦେଶିକ ରାଜ୍ୟପାଳଙ୍କ ବାସଭବନକୁ ଅକ୍ତିଆର କରିଥିଲେ ମଧ୍ୟ ସେନା ଏହାକୁ ସେମାନଙ୍କଠାରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲା। ଏହା ପରେ ପୁଣିଥରେ ଆତଙ୍କବାଦୀମାନେ ଉକ୍ତ କମ୍ପାଉଣ୍ଡ ସମେତ ମ୍ୟୁନିସିପାଲିଟି ବିଲ୍ଡିଂକୁ ଦଖଲକୁ ନେଇଥିଲେ। ଶେବେରଗାନ୍‌ ତାଲିବାନ ଅକ୍ତିଆରକୁ ଯିବା ପରେ ଉକ୍ତ ରାଜ୍ୟରେ ୧୫ ଗଣମାଧ୍ୟମ ସଂସ୍ଥା, ଟିଭି ଷ୍ଟେଶନ ଏବଂ ରେଡିଓ ନେଟଓ୍ବର୍କ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଆଫଗାନ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି, ଖୁବ୍‌ଶୀଘ୍ର ରାଜଧାନୀ ସ୍ଥିତି ସ୍ବାଭାବିକ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଶନିବାର ରାଷ୍ଟ୍ରପତି ଅଶ୍ରଫ୍‌ ଘନି ପୂର୍ବତନ ଉପରାଷ୍ଟ୍ରପତି ମାର୍ଶାଲ ଅବଦୁଲ ରଶିଦ୍‌ ଦୋସ୍ତୁମ୍‌ଙ୍କୁ ଭେଟି ଦେଶର ସୁରକ୍ଷା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଆଫଗାନ ସୈନ୍ୟବାହିନୀକୁ ସମସ୍ତ ସହଯୋଗ ଯୋଗାଇଦେବା ଲାଗି ଦୋସ୍ତୁମ୍‌ ପ୍ରତିଶ୍ରୁତି ଦେଇଥିଲେ। କମାଣ୍ଡର ଅଲି ସର୍‌ଓ୍ବରଙ୍କ ନେତୃତ୍ୱରେ ଜୁନବିଶ୍‌ଙ୍କ ଅନୁଗତ ୧୫୦ ଜଣ ସଦସ୍ୟ ଶନିବାର ସକାଳେ ଶେବେରଗାନରେ ପହଞ୍ଚତ୍ଥିଲେ ବୋଲି ପୂର୍ବତନ ଉପରାଷ୍ଟ୍ରପତି ଦୋସ୍ତୁମ୍‌ଙ୍କ ସହଯୋଗୀ ସୟେଦ ଶାମସୁଦ୍ଦିନ୍‌ ସଦାତ୍‌ କହିଛନ୍ତି। ଜଜାନ୍‌ରେ ତାଲିବାନ ବିରୋଧୀ ଲଢ଼େଇରେ ପବ୍ଲିକ ଅପ୍‌ରାଇଜିଂ ଫୋର୍ସର ନେତୃତ୍ୱ ନେଇଥିଲେ ହୋସ୍ତୁମ୍‌ଙ୍କ ପୁଅ ୟାର୍‌ ମହମ୍ମଦ ଦୋସ୍ତୁମ। ଏଥିସହିତ ସ୍ବତନ୍ତ୍ର ବାହିନୀର କେତେଜଣ ସଦସ୍ୟ ମଧ୍ୟ ସଂଘର୍ଷରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ...

ଇସ୍ରାଏଲ୍‌ ସେନା ଘାଟି ଉପରେ ହେଜବୁଲ୍ଲାର ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୭ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ...

ରାଫାହ ଖାଲି କଲା ଇସ୍ରାଏଲ୍‌

ଜେରୁଜେଲମ୍‌,୭ା୫: ଗାଜାର ଦକ୍ଷିଣ ଭାଗରେ ଥିବା ରାଫାହ ସହରରୁ ୧ ଲକ୍ଷ ପାଲେଷ୍ଟିନୀୟଙ୍କୁ ଖାଲି କରିବା ପାଇଁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେବା ପରେ ସେମାନଙ୍କୁ ଅନ୍ୟତ୍ର...

ଇସ୍ରାଏଲ ସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୬ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅଧୀନ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି...

ଚାଇନାରେ ପୁଣିଥରେ ବଢୁଛି କି ମହାମାରୀ? ହସ୍ପିଟାଲରେ ଆଇସିୟୁ ବେଡ ବଢାଇବାକୁ ସୁପାରିସ

ବେଜିଂ,୬।୫: ନିକଟରେ ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri