ଧୂମଧାମରେ ହୋଇଥିଲା ବିବାହ; ପରଦିନ କରୋନା ସଂକ୍ରମିତ ହେଲେ ବର: ୯ମ ଦିନରେ…

ନୂଆଦିଲ୍ଲୀ,୧୧।୫: ସହର ପରେ ଏବେ ଗାଁ ମୁହାଁ କରୋନା। ଫଳରେ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏହାସତ୍ତ୍ୱେ ଗାଁମାନଙ୍କରେ ଠିକ୍‌ ଭାବେ କରୋନା ଗାଇଡ୍‌ଲାଇନ୍‌ ପାଳନ କରାଯାଉନାହିଁ। ସଚେତନତା ଅଭାବରୁ ଗ୍ରାମୀଣ ଅଞ୍ଚଳର ଅଧିକାଂଶ ଲୋକ କରୋନାରେ ସଂକ୍ରମିତ ହୋଇ ଜୀବନ ହାରୁଛନ୍ତି। ଏହିପରି ଏକ ଘଟଣା ରାଜସ୍ଥାନର ଜାଲୋର ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ବିବାହର କିଛି ଦିନ ପରେ କରୋନାରେ ସଂକ୍ରମିତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସଭା, ସମାରୋହ ଏବଂ ବିବାହ ଉତ୍ସବ ଆଦି ଉପରେ ନାନାଦି କଟକଣା ଜାରି କରାଯାଇଛି। ରାଜସ୍ଥାନର ଗେହଲଟ ସରକାର ଲଗାତାର ଭାବେ ଲୋକଙ୍କୁ ସତର୍କ କରାଇବା ସହ ଏହି ସମୟରେ ବୈବାହିକ କାର୍ଯ୍ୟକ୍ରମର ଆୟୋଜନ ନ କରିବାକୁ ଅପିଲ ମଧ୍ୟ କରିଛନ୍ତି। ଏକାସାଙ୍ଗରେ ଅଧିକ ସଂଖ୍ୟକ ଲୋକଙ୍କ ଏକତ୍ରିତ ହେବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ଗ୍ରାମଗୁଡ଼ିକରେ ବିବାହ ସମାରୋହ ଧୁମଧାମରେ ପାଳନ କରାଯାଉଛି। ସେଠାରେ ସାମାଜିକ ଦୂରତା ପାଳନ ତ ଦୂରର କଥା ମାସ୍କ ବି କେହି ପିନ୍ଧୁନାହାନ୍ତି। ଯାହାର ପରିଣାମସ୍ବରୂପ ରବିବାର ଏକ ନବବିବାହିତା ଦାମ୍ପତ୍ୟ ଜୀବନରେ ପ୍ରବେଶ କରିବାର କିଛି ଦିନ ପରେ ସ୍ବାମୀଙ୍କୁ ହରାଇଛନ୍ତି।

ଜାଲୋର ରାୟପୁରିଆର ଇଶ୍ୱର ସିଂହ ଦଓ୍ବେଡାଙ୍କ ଝିଅ କୃଷ୍ଣା କଓ୍ବରଙ୍କ ବିବାହ ଚଳିତ ବର୍ଷ ଏପ୍ରିଲ ୩୦ରେ ବେରଠ ଅଞ୍ଚଳର ଶୈତାନ ସିଂହଙ୍କ ସହ ହୋଇଥିଲା। ଏହି ବିବାହରେ କରୋନା ଗାଇଡଲାଇନ୍‌ ପାଳନ କରାଯାଇ ନ ଥିଲା। ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ମେ’ ୧ରେ ବରବଧୂ ଘରକୁ ଫେରିଥିଲେ। ଉକ୍ତଦିନ ଶୈତାନ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜାଲୋର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ସ୍ବାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ ସିରୋହି ଏବଂ ପରେ ପାଲନପୁର ଡାକ୍ତରଖାନା ନିଆଯାଇଥିଲା। ହେଲେ ମେ’ ୯ ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ବିବାହ ଉତ୍ସବ ସମୟରେ କରୋନାର ଗାଇଡ୍‌ଲାଇନ୍‌ ପାଳନ କରାଯାଇ ନ ଥିବାରୁ ଏଭଳି ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆସୁଛି ଦିଲ୍ଲୀରୁ: ଅନିଲ

ଚଣ୍ଡିଗଡ଼,୨୭।୪: ହରିୟାଣାରେ କରୋନା ସଂକ୍ରମଣ ପାଇଁ ଦିଲ୍ଲୀ ଦାୟୀ ବୋଲି କହିଛନ୍ତି ହରିୟାଣାର ଗୃହମନ୍ତ୍ରୀ ଅନିଲ ବିଜ। ସେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ...

ଭାଙ୍ଗିଲା ଭାଜପା-ଜେଡିୟୁ ମେଣ୍ଟ: ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ କୁମାର

ପାଟନା,୯।୮: ବହୁ କଳ୍ପନାଜଳ୍ପନା ପରେ ବିହାରରେ ଜେଡିୟୁ ଏବଂ ଭାଜପାର ମେଣ୍ଟ ଶେଷରେ ଭାଙ୍ଗି ଯାଇଛି। ମଙ୍ଗଳବାର ସକାଳୁ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ଯେକୌଣସି...

ଉତ୍ତରାଖଣ୍ଡରେ ପ୍ରତିରକ୍ଷା ଗ୍ରାମ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ, ୨୭ା୫: ସୀମା ବିବାଦକୁ ନେଇ ଭାରତ ସହ ଦୀର୍ଘଦିନ ମୁହାଁମୁହିଁ ସ୍ଥିତି ଲାଗିରହିବା ପରେ ଚାଇନା ଏବେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ଠାରୁ ୧୧...

ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ, ୧୮।୧: ମହାମାରୀ କରୋନା ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ସମସ୍ତଙ୍କ ଅପେକ୍ଷା ଥିଲା ଟିକାକୁ। ସଂକ୍ରମଣର ପ୍ରାୟ ବର୍ଷେ ପରେ ଆମେରିକା, ବ୍ରିଟେନ,...

ଅଡି ବସିଛନ୍ତି ଉନ୍ନାଓ ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ,୮।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ...

ବୋମା ଗୁଜବରୁ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦୁଇଜଣ ଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବିମାନରେ ବୋମା ଥିବା ଖବର ପ୍ରଚାରିତ ହୋଇଥିଲା। ଫଳରେ...

ଲଖିମପୁର ମାମଲା, ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ-ପ୍ରିୟଙ୍କା…

ନୂଆଦିଲ୍ଲୀ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଗୁଲାମନବୀ ଆଜାଦ୍‌, ମଲ୍ଲକାର୍ଜୁନ ଖର୍ଗେ, ଏ.କେ.ଆଣ୍ଟୋନୀ ପ୍ରମୁଖ ରାଷ୍ଟ୍ରପତି...

ଚିକିତ୍ସା ବେଳେ ମହିଳା ଡାକ୍ତରଙ୍କୁ ହତ୍ୟା

କୋଲାମ/ଥିରୁଭାନନ୍ଥପୁରମ୍‌, ୧୧ା୫: କେରଳ କୋଲାମ ଜିଲାର ଏକ ହସ୍ପିଟାଲରେ ବୁଧବାର ଜଣେ ରୋଗୀ ୨୩ ବର୍ଷୀୟା ମହିଳା ଡାକ୍ତରଙ୍କୁ ଛୁରିଭୁସି ହତ୍ୟା କରିଛନ୍ତି। ଅଭିଯୁକ୍ତ ସନ୍ଦିପ୍‌...

Advertisement
Archives

Model This Week