ଉତ୍ତରପ୍ରଦେଶରୁ ଦ୍ୱିତୀୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଧିକାରୀ କହି ୩ କୋଟିର ଲୋଭ ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ୨.୩୫ କୋଟି ଟଙ୍କା ଠକେଇ କରିବା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରାକେଟର ଦ୍ୱିତୀୟ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶର ଏଟା ଜିଲାରୁ ଗିରଫ କରିଛି। ସେ ହେଲେ ବିଜୟ ଭରଦ୍ୱାଜ। ବୁଧବାର ବିଜୟଙ୍କୁ ଗିରଫ କରାଯିବା ପରେ ଏଟାସ୍ଥିତ ସିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ଅନୁମତି ଦେବା ପରେ ଇଓଡବ୍ଲ୍ୟୁ ବିଜୟଙ୍କୁ ଓଡ଼ିଶା ଆଣୁଛି। ଶନିବାର କେନ୍ଦୁଝର ଜିଲା ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ତାଙ୍କୁ ହାଜର କରାଯିବ। ତେବେ ଏହାପୂର୍ବରୁ ମାର୍ଚ୍ଚ ୧୫ରେ ଏହି ଠକେଇରେ ସମ୍ପୃକ୍ତ ହିମାଂଶୁ ଭଣ୍ଡାରୀଙ୍କୁ ଉତ୍ତରପ୍ରଦେଶ ନୋଏଡ଼ାରୁ ଗିରଫ କରାଯାଇଥିଲା। ତେବେ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁକହାଯାଇଛି। ସୂଚନା ଅନୁଯାୟୀ, ମାକ୍ସ ନ୍ୟୁୟୋର୍କ ଲାଇଫ୍‌ ଇନ୍‌ସ୍ୟୁରାନ୍ସରେ ଏକ ପଲିସି ଥିବା କେନ୍ଦୁଝର ଜିଲା ଯୋଡ଼ାର ବ୍ୟବସାୟୀ ପ୍ରମୋଦ କୁମାର ରାଉତଙ୍କୁ ୨୦୧୯ ଅକ୍ଟୋବରରେ ଅଭିଯୁକ୍ତମାନେ ଜାଲରେ ଫଶାଇଥିଲେ। ଜଣେ ଅଭିଯୁକ୍ତ ତାଙ୍କୁ କଲ୍‌ କରି କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଫଣ୍ଡ ରିଲିଜିଙ୍ଗ୍‌ ହେଡ୍‌ ଏ.କେ. ୱାଲିଆ ବୋଲି ପରିଚୟ ଦେଇଥିଲେ। ତାଙ୍କ ଜୀବନ ବୀମାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ‘ରାହତ କୋଷ ଯୋଜନା’ ଦ୍ୱାରା ଚୟନ କରାଯାଇଛି ତେଣୁ ସରକାରଙ୍କ ପକ୍ଷରୁ ୩ କୋଟି ମିଳିବ ବୋଲି କହିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ପ୍ରମୋଦଙ୍କ ହ୍ବାଟ୍ସଆପ୍‌କୁ କେନ୍ଦ୍ର ସରକାରଙ୍କ ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଏଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅଥରିଟିର ଏକ ଜାଲ ଚିଠି ପଠାଇଥିଲେ। ୩ କୋଟି ପାଇବାକୁ ହେଲେ ୧ କୋଟି ୫୬ ଲକ୍ଷ ୩୬ ହଜାର ଟଙ୍କା ଦେବାକୁ ହେବ ବୋଲି ସେଥିରେ ଉଲ୍ଲେଖ ଥିଲା। ପ୍ରମୋଦ ୨୦୧୯ ନଭେମ୍ବର ୧୯ରୁ ୨୦୨୧ ଫେବୃୟାରୀ ୪ ମଧ୍ୟରେ ବିଭିନ୍ନ ଟ୍ୟାକ୍ସ ସହ ୨.୩୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଠାଇଥିଲେ। ଅଭିଯୁକ୍ତମାନେ ପ୍ରମୋଦଙ୍କ ହ୍ବାଟ୍ସଆପ୍‌କୁ ଅର୍ଥ ମନ୍ତ୍ରଣାଳୟ, ଆର୍‌ବିଆଇ ଓ ଇନ୍‌କମ୍‌ ଟ୍ୟାକ୍ସର ଅନେକ ଫେକ୍‌ ଲେଟର୍‌ ସହ ୧.୨୭ କୋଟି ଓ ୭୦.୮୧ ଲକ୍ଷର ୨ଟି ଫେକ୍‌ ବ୍ୟାଙ୍କ ଡିମାଣ୍ଡ୍‌ ଡ୍ରାଫ୍ଟ ମଧ୍ୟ ପଠାଇଥିଲେ। ହେଲେ ତାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ନ ଆସିବାରୁ ସନ୍ଦେହ ହୋଇଥିଲା। ଠକେଇର ଶିକାର ହେବା ଜାଣି ପ୍ରମୋଦଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଗତ ଫେବୃୟାରୀ ୨ରେ ଏକ ମାମଲା (ନଂ.୨/୨୦୨୨) ଗୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଛି, ଏହି ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ବିଭିନ୍ନ ରାଜ୍ୟର ଠକେଇ ହୋଇଥିବା ବହୁ ମାମଲାରେ ସମ୍ପୃକ୍ତ ଅଛନ୍ତି। ତେବେ ଠକେଇ ଟଙ୍କା ୨.୩୭ କୋଟିରୁ ଅଭିଯୁକ୍ତ ବିଜୟଙ୍କ ଆକାଉଣ୍ଟଙ୍କୁ ୭୯ ଲକ୍ଷ ଯାଇଥିବା ଇଓଡବ୍ଲ୍ୟୁକୁ ପ୍ରମାଣ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri