ଉତ୍ତରପ୍ରଦେଶରୁ ଦ୍ୱିତୀୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଧିକାରୀ କହି ୩ କୋଟିର ଲୋଭ ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ୨.୩୫ କୋଟି ଟଙ୍କା ଠକେଇ କରିବା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରାକେଟର ଦ୍ୱିତୀୟ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶର ଏଟା ଜିଲାରୁ ଗିରଫ କରିଛି। ସେ ହେଲେ ବିଜୟ ଭରଦ୍ୱାଜ। ବୁଧବାର ବିଜୟଙ୍କୁ ଗିରଫ କରାଯିବା ପରେ ଏଟାସ୍ଥିତ ସିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ଅନୁମତି ଦେବା ପରେ ଇଓଡବ୍ଲ୍ୟୁ ବିଜୟଙ୍କୁ ଓଡ଼ିଶା ଆଣୁଛି। ଶନିବାର କେନ୍ଦୁଝର ଜିଲା ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ତାଙ୍କୁ ହାଜର କରାଯିବ। ତେବେ ଏହାପୂର୍ବରୁ ମାର୍ଚ୍ଚ ୧୫ରେ ଏହି ଠକେଇରେ ସମ୍ପୃକ୍ତ ହିମାଂଶୁ ଭଣ୍ଡାରୀଙ୍କୁ ଉତ୍ତରପ୍ରଦେଶ ନୋଏଡ଼ାରୁ ଗିରଫ କରାଯାଇଥିଲା। ତେବେ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁକହାଯାଇଛି। ସୂଚନା ଅନୁଯାୟୀ, ମାକ୍ସ ନ୍ୟୁୟୋର୍କ ଲାଇଫ୍‌ ଇନ୍‌ସ୍ୟୁରାନ୍ସରେ ଏକ ପଲିସି ଥିବା କେନ୍ଦୁଝର ଜିଲା ଯୋଡ଼ାର ବ୍ୟବସାୟୀ ପ୍ରମୋଦ କୁମାର ରାଉତଙ୍କୁ ୨୦୧୯ ଅକ୍ଟୋବରରେ ଅଭିଯୁକ୍ତମାନେ ଜାଲରେ ଫଶାଇଥିଲେ। ଜଣେ ଅଭିଯୁକ୍ତ ତାଙ୍କୁ କଲ୍‌ କରି କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଫଣ୍ଡ ରିଲିଜିଙ୍ଗ୍‌ ହେଡ୍‌ ଏ.କେ. ୱାଲିଆ ବୋଲି ପରିଚୟ ଦେଇଥିଲେ। ତାଙ୍କ ଜୀବନ ବୀମାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ‘ରାହତ କୋଷ ଯୋଜନା’ ଦ୍ୱାରା ଚୟନ କରାଯାଇଛି ତେଣୁ ସରକାରଙ୍କ ପକ୍ଷରୁ ୩ କୋଟି ମିଳିବ ବୋଲି କହିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ପ୍ରମୋଦଙ୍କ ହ୍ବାଟ୍ସଆପ୍‌କୁ କେନ୍ଦ୍ର ସରକାରଙ୍କ ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଏଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅଥରିଟିର ଏକ ଜାଲ ଚିଠି ପଠାଇଥିଲେ। ୩ କୋଟି ପାଇବାକୁ ହେଲେ ୧ କୋଟି ୫୬ ଲକ୍ଷ ୩୬ ହଜାର ଟଙ୍କା ଦେବାକୁ ହେବ ବୋଲି ସେଥିରେ ଉଲ୍ଲେଖ ଥିଲା। ପ୍ରମୋଦ ୨୦୧୯ ନଭେମ୍ବର ୧୯ରୁ ୨୦୨୧ ଫେବୃୟାରୀ ୪ ମଧ୍ୟରେ ବିଭିନ୍ନ ଟ୍ୟାକ୍ସ ସହ ୨.୩୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଠାଇଥିଲେ। ଅଭିଯୁକ୍ତମାନେ ପ୍ରମୋଦଙ୍କ ହ୍ବାଟ୍ସଆପ୍‌କୁ ଅର୍ଥ ମନ୍ତ୍ରଣାଳୟ, ଆର୍‌ବିଆଇ ଓ ଇନ୍‌କମ୍‌ ଟ୍ୟାକ୍ସର ଅନେକ ଫେକ୍‌ ଲେଟର୍‌ ସହ ୧.୨୭ କୋଟି ଓ ୭୦.୮୧ ଲକ୍ଷର ୨ଟି ଫେକ୍‌ ବ୍ୟାଙ୍କ ଡିମାଣ୍ଡ୍‌ ଡ୍ରାଫ୍ଟ ମଧ୍ୟ ପଠାଇଥିଲେ। ହେଲେ ତାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ନ ଆସିବାରୁ ସନ୍ଦେହ ହୋଇଥିଲା। ଠକେଇର ଶିକାର ହେବା ଜାଣି ପ୍ରମୋଦଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଗତ ଫେବୃୟାରୀ ୨ରେ ଏକ ମାମଲା (ନଂ.୨/୨୦୨୨) ଗୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଛି, ଏହି ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ବିଭିନ୍ନ ରାଜ୍ୟର ଠକେଇ ହୋଇଥିବା ବହୁ ମାମଲାରେ ସମ୍ପୃକ୍ତ ଅଛନ୍ତି। ତେବେ ଠକେଇ ଟଙ୍କା ୨.୩୭ କୋଟିରୁ ଅଭିଯୁକ୍ତ ବିଜୟଙ୍କ ଆକାଉଣ୍ଟଙ୍କୁ ୭୯ ଲକ୍ଷ ଯାଇଥିବା ଇଓଡବ୍ଲ୍ୟୁକୁ ପ୍ରମାଣ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?