ସିଟ୍‌ ଖାଲି, ନୂଆ କଲେଜ ଖୋଲିବାକୁ ତତ୍ପର

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଡିଗ୍ରୀ କଲେଜରେ ସିଟ୍‌ ପୂରଣ ହେଉ ନ ଥିବାବେଳେ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ଓ ଭିତ୍ତିଭୂମି ନାହିଁ। ଏ ପରିସ୍ଥିତିରେ ନୂଆ ଡିଗ୍ରୀ କଲେଜ ଖୋଲିବାକୁ ଅଣ୍ଟାଭିଡିଛି ଉଚ୍ଚଶିକ୍ଷା ବିଭାଗ। ୨୦୨୦-୨୧ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା ଯେ, ୨୦୨୫-୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ନୂତନ ଡିଗ୍ରୀ ଓ ପ୍ରଫେସନାଲ କଲେଜ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ସିଟ୍‌ ଖାଲି ପଡ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏବେ ସେଥିରେ ପରିବର୍ତ୍ତନ କରାଯିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଗତ ମାସରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଷମତାସମ୍ପନ୍ନ କମିଟିରେ ସ୍ଥିର ହୋଇଛି ଯେ, ଏଣିକି ରାଜ୍ୟରେ ନୂଆ କଲେଜ/ବିଭାଗ/ପାଠ୍ୟକ୍ରମ ଖୋଲିବ। ସିଟ୍‌ ବୃଦ୍ଧି ଲାଗି ମଧ୍ୟ ଅନୁମତି ଦିଆଯିବ। ଏହାଦ୍ୱାରା ଛାତ୍ରୀଛାତ୍ର ଉପକୃତ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ କହୁଥିବାବେଳେ ଏହାକୁ ନେଇ ଶିକ୍ଷାବିତ୍‌ ଓ ଅଧ୍ୟାପକ ସଂଘ ସମାଲୋଚନା ଆରମ୍ଭ କରିଛନ୍ତି।
ରାଜ୍ୟରେ ବର୍ତ୍ତମାନ ୧,୦୨୪ ଡିଗ୍ରୀ କଲେଜରେ ୨,୫୫,୯୧୩ ସିଟ୍‌ ରହିଛି। ଯୁକ୍ତ୩ ନାମଲେଖା ପାଇଁ ୩ଥର ଆବେଦନ ଲାଗି ସୁଯୋଗ ଦିଆଯାଇଥିଲେ ମଧ୍ୟ ୫୭ ହଜାରରୁ ଊର୍ଦ୍ଧ୍ୱ ସିଟ୍‌ ଖାଲି ପଡ଼ିଛି। ସାମ୍ସ ପୋର୍ଟାଲର ସୂଚନାନୁସାରେ, ୨,୫୫,୯୧୩ ସିଟ୍‌ ମଧ୍ୟରୁ ୧,୯୮,୪୪୫ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବାବେଳେ ୫୭,୪୬୮ ସିଟ୍‌ ଖାଲି ପଡ଼ିଛି। କଳାରେ ୧୭,୩୦୩ ସିଟ୍‌ ଖାଲି ଥିବାବେଳେ ପଦାର୍ଥ ବଜ୍ଞାନରେ ୧୮,୧୬୯, ଜୈବ ବିଜ୍ଞାନରେ ୮,୨୯୪, ବାଣିଜ୍ୟରେ ୧୦,୪୧୮, ସେଲ୍ଫ ଫାଇନାନ୍ସିଂରେ ୫୮୦ ଏବଂ ସଂସ୍କୃତରେ ୨,୭୦୪ ସିଟ୍‌ ବଳକା ପଡ଼ିଛି। ଇତିମଧ୍ୟରେ ଅକ୍ଟୋବର ୧୩ରୁ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇସାରିଛି। ଏବେ ସିଟ୍‌ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପୁଣି ଚତୁର୍ଥ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଛି। ଶନିବାର ପୂର୍ବାହ୍ନ ୧୧ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଏହା ୧୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୧୭ତାରିଖ ଦିନ ମନୋନୀତ ଛାତ୍ରୀଛାତ୍ରଙ୍କ ମେଧା ତାଲିକା ପ୍ରକାଶ ପାଇବ। ୧୯ ଓ ୨୦ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇବେ।
ତେବେ ସିଟ୍‌ ପୂରଣ ହେଉ ନ ଥିବାରୁ ନାମଲେଖା ପ୍ରକ୍ରିୟା ସରୁନାହିଁ। ଏପରି ସ୍ଥିତିରେ ନୂଆ କଜେଲ ଖୋଲିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଉଠିଛି ପ୍ରଶ୍ନ। ଏନେଇ ୬୬୨ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, ସରକାରଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ବ୍ୟଥିତ କରିଛି। ଗୋଟିଏପଟେ କଲେଜରେ ସିଟ୍‌ ପୂରଣ ହେଉ ନ ଥିବାବେଳେ ଅନ୍ୟପଟେ ନୂଆ କଲେଜ ଖୋଲିବା ପଛରେ କ’ଣ କାରଣ ତାହା ଜଣାପଡ଼ୁନାହିଁ। ଯେଉଁସବୁ କଲେଜରେ ଭିତ୍ତିଭୂମିର ଅଭାବ ରହିଛି ତାକୁ ସଜାଡ଼ିବା ଦରକାର। ସବୁଠାରୁ ବଡ଼ କଥାହେଲା ରାଜ୍ୟରେ ୫୩ଟି ସରକାରୀ ଡିଗ୍ରୀ କଲେଜ ରହିଛି। ଏସବୁ କଲେଜରେ ବି ସିଟ୍‌ ପୂରଣ ହେଉ ନାହିଁ। କାରଣ ଏସବୁ କଲେଜରେ ଆବଶ୍ୟକ ଅଧ୍ୟାପକ ନାହାନ୍ତି। ସେହିପରି ଅନୁଦାନପ୍ରାପ୍ତ କଲେଜରୁ ଯେଉଁ ଅଧ୍ୟାପକମାନେ ଅବସର ନେଉଛନ୍ତି, ଉକ୍ତ ପଦବୀ ଆଉ ପୂରଣ ହେଉ ନାହିଁ। ଫଳରେ ପାଠପଢ଼ା ଗୁରୁତର ବ୍ୟାଘାତ ହେଉଛି। ପିଲାମାନେ ନାମଲେଖା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି। ତେବେ ଆବାସିକ ମହାବିଦ୍ୟାଳୟଗୁଡ଼ିକ ଲାଭବାନ ହେଉଛନ୍ତି। ମିଛ ପ୍ରଲୋଭନ ଦେଖାଇ ଛାତ୍ରୀଛାତ୍ରଙ୍କୁ ନିଜ ଶିକ୍ଷାନୁଷ୍ଠାନକୁ ଟାଣି ନେଉଛନ୍ତି। ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି ଘରୋଇ କଲେଜଗୁଡ଼ିକୁ ଅଧିକ ପ୍ରୋତ୍ସାହିତ କରିବ। ସରକାର ଆଗକୁ ବଢ଼ୁଛନ୍ତି ତାହା ଠିକ୍‌। କିନ୍ତୁ ରାଜ୍ୟରେ ଏବେ ଯେଉଁସବୁ କଲେଜ ରହିଛି ତା’ର ଭିତ୍ତିଭୂମି ସଜାଡ଼ିବା ସହିତ ସେଠାରେ କିପରି ଅଧ୍ୟାପକ ପଦବୀ ପୂରଣ ହେବ ଏବଂ ସେଠାକୁ କିପରି ପିଲା ଆସିବେ ସେଥିପାଇଁ ପଦକ୍ଷେପ ନେବା ଉଚିତ ବୋଲି ସଭାପତି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶର୍ଟସର୍କିଟ ଅଗ୍ନିକାଣ୍ଡ ମୃତ୍ୟୁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨ା୯(ବ୍ୟୁରୋ): ବିଦ୍ୟୁତ୍‌ ଶର୍ଟ ସର୍କିଟ ଅଗ୍ନିକାଣ୍ଡରେ ଓଡ଼ିଶାରେ ସବୁଠୁ ଅଧିକ ଜୀବନ ଯାଇଛି। ମୋଟ ୨୭୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିମଧ୍ୟରୁ ୨୬୫ଜଣ ପୁରୁଷ ଓ ୧୪ଜଣ...

ଅଫ୍‌ଲାଇନରେ ହେବ ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ଟର୍ମ-୧

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ୍ସ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଟର୍ମ-୧ ପରୀକ୍ଷା ଅଫ୍‌ଲାଇନ୍‌ରେ...

କଟକରୁ ଆଜି ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୯-କଟକ ସହରରୁ ଆଜି ଆଉ ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌...

କ୍ଷତିପୂରଣ ମିଳୁନି: ଅଧାରେ ଏନ୍‌ଏଚ୍‌ କାମ

ଯାଜପୁର ଅଫିସ,୧୨।୧୦: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ ୨୦୧୭ରୁ ରାଜ୍ୟରେ ୧୧୬୨ କିମି ଦୂରତା ବିଶିଷ୍ଟ ୨୨ଟି ଜାତୀୟ ରାଜପଥ (ଏନ୍‌ଏଚ୍‌) ପ୍ରକଳ୍ପ...

କୁଲଡ଼ିହା ଅଭୟାରଣ୍ୟରେ ହାତୀମଡ଼କ

ସଜନାଗଡ଼,୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡ଼ିହା ଅଭୟାରଣ୍ୟ ଏବେ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଗତ ୩ମାସ ମଧ୍ୟରେ ୩ ମାଈହାତୀଙ୍କ...

ଲକ୍‌ଡାଉନ୍‌ କୋହଳ ଅର୍ଥ ନୁହେଁ ‘ଅଲ୍‌ କ୍ଲିୟର’: ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ଜୁନ୍‌-ଜୁଲାଇର ସମ୍ଭାବ୍ୟ ପରିସ୍ଥିତି ମୂଳରେ ଗୋଟିଏ ଆତ୍ମସଚେତନତାର କଥା। ସେଇଟି ହେଲା ଲକ୍‌ଡାଉନ୍‌ରେ କୋହଳ ଅର୍ଥ ନୁହେଁ କରୋନାର ଶେଷ। ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି।...

ଚଳିତବର୍ଷ ଦେଢ଼ଲକ୍ଷ ହେକ୍ଟର ବନୀକରଣ

ଭୁବନେଶ୍ୱର, ୬।୭(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟରେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟ...

୨୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଆସନ୍ତା ୨ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

Advertisement
Archives

Model This Week