ସିଟ୍‌ ଖାଲି, ନୂଆ କଲେଜ ଖୋଲିବାକୁ ତତ୍ପର

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଡିଗ୍ରୀ କଲେଜରେ ସିଟ୍‌ ପୂରଣ ହେଉ ନ ଥିବାବେଳେ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ଓ ଭିତ୍ତିଭୂମି ନାହିଁ। ଏ ପରିସ୍ଥିତିରେ ନୂଆ ଡିଗ୍ରୀ କଲେଜ ଖୋଲିବାକୁ ଅଣ୍ଟାଭିଡିଛି ଉଚ୍ଚଶିକ୍ଷା ବିଭାଗ। ୨୦୨୦-୨୧ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା ଯେ, ୨୦୨୫-୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ନୂତନ ଡିଗ୍ରୀ ଓ ପ୍ରଫେସନାଲ କଲେଜ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ସିଟ୍‌ ଖାଲି ପଡ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏବେ ସେଥିରେ ପରିବର୍ତ୍ତନ କରାଯିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଗତ ମାସରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଷମତାସମ୍ପନ୍ନ କମିଟିରେ ସ୍ଥିର ହୋଇଛି ଯେ, ଏଣିକି ରାଜ୍ୟରେ ନୂଆ କଲେଜ/ବିଭାଗ/ପାଠ୍ୟକ୍ରମ ଖୋଲିବ। ସିଟ୍‌ ବୃଦ୍ଧି ଲାଗି ମଧ୍ୟ ଅନୁମତି ଦିଆଯିବ। ଏହାଦ୍ୱାରା ଛାତ୍ରୀଛାତ୍ର ଉପକୃତ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ କହୁଥିବାବେଳେ ଏହାକୁ ନେଇ ଶିକ୍ଷାବିତ୍‌ ଓ ଅଧ୍ୟାପକ ସଂଘ ସମାଲୋଚନା ଆରମ୍ଭ କରିଛନ୍ତି।
ରାଜ୍ୟରେ ବର୍ତ୍ତମାନ ୧,୦୨୪ ଡିଗ୍ରୀ କଲେଜରେ ୨,୫୫,୯୧୩ ସିଟ୍‌ ରହିଛି। ଯୁକ୍ତ୩ ନାମଲେଖା ପାଇଁ ୩ଥର ଆବେଦନ ଲାଗି ସୁଯୋଗ ଦିଆଯାଇଥିଲେ ମଧ୍ୟ ୫୭ ହଜାରରୁ ଊର୍ଦ୍ଧ୍ୱ ସିଟ୍‌ ଖାଲି ପଡ଼ିଛି। ସାମ୍ସ ପୋର୍ଟାଲର ସୂଚନାନୁସାରେ, ୨,୫୫,୯୧୩ ସିଟ୍‌ ମଧ୍ୟରୁ ୧,୯୮,୪୪୫ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବାବେଳେ ୫୭,୪୬୮ ସିଟ୍‌ ଖାଲି ପଡ଼ିଛି। କଳାରେ ୧୭,୩୦୩ ସିଟ୍‌ ଖାଲି ଥିବାବେଳେ ପଦାର୍ଥ ବଜ୍ଞାନରେ ୧୮,୧୬୯, ଜୈବ ବିଜ୍ଞାନରେ ୮,୨୯୪, ବାଣିଜ୍ୟରେ ୧୦,୪୧୮, ସେଲ୍ଫ ଫାଇନାନ୍ସିଂରେ ୫୮୦ ଏବଂ ସଂସ୍କୃତରେ ୨,୭୦୪ ସିଟ୍‌ ବଳକା ପଡ଼ିଛି। ଇତିମଧ୍ୟରେ ଅକ୍ଟୋବର ୧୩ରୁ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇସାରିଛି। ଏବେ ସିଟ୍‌ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପୁଣି ଚତୁର୍ଥ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଛି। ଶନିବାର ପୂର୍ବାହ୍ନ ୧୧ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଏହା ୧୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୧୭ତାରିଖ ଦିନ ମନୋନୀତ ଛାତ୍ରୀଛାତ୍ରଙ୍କ ମେଧା ତାଲିକା ପ୍ରକାଶ ପାଇବ। ୧୯ ଓ ୨୦ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇବେ।
ତେବେ ସିଟ୍‌ ପୂରଣ ହେଉ ନ ଥିବାରୁ ନାମଲେଖା ପ୍ରକ୍ରିୟା ସରୁନାହିଁ। ଏପରି ସ୍ଥିତିରେ ନୂଆ କଜେଲ ଖୋଲିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଉଠିଛି ପ୍ରଶ୍ନ। ଏନେଇ ୬୬୨ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, ସରକାରଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ବ୍ୟଥିତ କରିଛି। ଗୋଟିଏପଟେ କଲେଜରେ ସିଟ୍‌ ପୂରଣ ହେଉ ନ ଥିବାବେଳେ ଅନ୍ୟପଟେ ନୂଆ କଲେଜ ଖୋଲିବା ପଛରେ କ’ଣ କାରଣ ତାହା ଜଣାପଡ଼ୁନାହିଁ। ଯେଉଁସବୁ କଲେଜରେ ଭିତ୍ତିଭୂମିର ଅଭାବ ରହିଛି ତାକୁ ସଜାଡ଼ିବା ଦରକାର। ସବୁଠାରୁ ବଡ଼ କଥାହେଲା ରାଜ୍ୟରେ ୫୩ଟି ସରକାରୀ ଡିଗ୍ରୀ କଲେଜ ରହିଛି। ଏସବୁ କଲେଜରେ ବି ସିଟ୍‌ ପୂରଣ ହେଉ ନାହିଁ। କାରଣ ଏସବୁ କଲେଜରେ ଆବଶ୍ୟକ ଅଧ୍ୟାପକ ନାହାନ୍ତି। ସେହିପରି ଅନୁଦାନପ୍ରାପ୍ତ କଲେଜରୁ ଯେଉଁ ଅଧ୍ୟାପକମାନେ ଅବସର ନେଉଛନ୍ତି, ଉକ୍ତ ପଦବୀ ଆଉ ପୂରଣ ହେଉ ନାହିଁ। ଫଳରେ ପାଠପଢ଼ା ଗୁରୁତର ବ୍ୟାଘାତ ହେଉଛି। ପିଲାମାନେ ନାମଲେଖା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି। ତେବେ ଆବାସିକ ମହାବିଦ୍ୟାଳୟଗୁଡ଼ିକ ଲାଭବାନ ହେଉଛନ୍ତି। ମିଛ ପ୍ରଲୋଭନ ଦେଖାଇ ଛାତ୍ରୀଛାତ୍ରଙ୍କୁ ନିଜ ଶିକ୍ଷାନୁଷ୍ଠାନକୁ ଟାଣି ନେଉଛନ୍ତି। ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି ଘରୋଇ କଲେଜଗୁଡ଼ିକୁ ଅଧିକ ପ୍ରୋତ୍ସାହିତ କରିବ। ସରକାର ଆଗକୁ ବଢ଼ୁଛନ୍ତି ତାହା ଠିକ୍‌। କିନ୍ତୁ ରାଜ୍ୟରେ ଏବେ ଯେଉଁସବୁ କଲେଜ ରହିଛି ତା’ର ଭିତ୍ତିଭୂମି ସଜାଡ଼ିବା ସହିତ ସେଠାରେ କିପରି ଅଧ୍ୟାପକ ପଦବୀ ପୂରଣ ହେବ ଏବଂ ସେଠାକୁ କିପରି ପିଲା ଆସିବେ ସେଥିପାଇଁ ପଦକ୍ଷେପ ନେବା ଉଚିତ ବୋଲି ସଭାପତି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?