ଖୋଜିଲେ ବାବୁଆଣୀ ମିଳୁନାହାନ୍ତି

ଭୁବନେଶ୍ବର,୬।୧୧(ବ୍ୟୁରୋ): ସରକାରୀ ଅଧିକାରୀମାନଙ୍କ ଉତ୍ତରଦାୟିତ୍ୱ ହେଉଛି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଠିକ୍‌ କାର୍ଯ୍ୟାନ୍ବୟନ କରିବା ଦିଗରେ ଉଚିତ ପଦକ୍ଷେପ ନେବା। ଏହାସହ ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ନ୍ୟାୟ ଦେବା ଲାଗି ସରକାରୀ ଅଧିକାରୀମାନେ ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି। ଏଥିପାଇଁ ରାଜ୍ୟ ସରକାର ଜନସାଧାରଣଙ୍କଠାରୁ ଆଦାୟ କରୁଥିବା ଟିକସ ଅର୍ଥରୁ ହିଁ ସରକାରୀ ଅଧିକାରୀମାନଙ୍କୁ ଦରମା ବାବଦରେ ବହୁ କୋଟି ଟଙ୍କା ପ୍ରଦାନ କରୁଛନ୍ତି। ହେଲେ ଏବେକୁ ଏବେ ଦେଖିବାକୁ ମିଳୁଛି ବହୁ ସଂଖ୍ୟକ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କ ମୂଳ ଦାୟିତ୍ୱରୁ ହଟିଗଲେଣି। ସାଧାରଣ ଲୋକଙ୍କ ସମସ୍ୟା ଦୂରକରିବା ତ ଦୂରର କଥା ସେମାନଙ୍କ ଅଭିଯୋଗ ଶୁଣିବା ଲାଗି ମଧ୍ୟ ଅଧିକାରୀମାନେ ସାମାନ୍ୟତମ ଆଗ୍ରହ ଦେଖାଉନାହାନ୍ତି। ଅନେକ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଥିବା ଆଇଏଏସ୍‌ ଅଧିକାରୀଙ୍କ କାର୍ଯ୍ୟଶୈଳୀ ମଧ୍ୟ ସାଧାରଣ ଲୋକଙ୍କୁ ଅତିଷ୍ଠ କରିଲାଣି ବୋଲି ଏବେ ଖୋଲାଖୋଲି ଆଲୋଚନା ହେବାରେ ଲାଗିଛି। ଗୋଟିଏ ପଟେ ଓଡ଼ିଶାରେ ରାଜନେତାମାନଙ୍କ ପ୍ରଭାବ ଆଉ ପୂର୍ବପରି ରଖେଇ ଦିଆଯାଉ ନ ଥିବାବେଳେ ଜଣେ ଲେଖା ଆଇଏଏସ୍‌ ଅଧିକାରୀଙ୍କୁ ଏକାଧିକ ପଦବୀରେ ଅଳଙ୍କୃତ କରାଯିବା ବୋଧହୁଏ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବାର ମୂଳକାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୭(ଗୁରୁବାର) କଫିଚାଷୀମାନଙ୍କ ସମସ୍ୟା ସମ୍ପର୍କିତ ‘କଫି ଚାଷୀ କ୍ଷତିରେ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ସେଥିରେ ମୁଖ୍ୟତଃ ଉଲ୍ଲେଖ ଥିଲା ଯେ, କୋରାପୁଟ ଚାଷୀଙ୍କ କଫି ଏବେ ବିଶ୍ୱ ବଜାରରେ ଆଦୃତ ହେଉଛି। ହେଲେ ଉପଯୁକ୍ତ ତାଲିମ ଏବଂ ପ୍ରୋତ୍ସାହନ ସେମାନଙ୍କୁ ମିଳିପାରୁ ନ ଥିବାରୁ ସେମାନଙ୍କ କଫିର ମାନ ବୃଦ୍ଧି ହୋଇପାରୁ ନାହିଁ ବୋଲି ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିବା ସହ ଅନେକ ସମସ୍ୟା ସମ୍ପର୍କରେ କହିଥିଲେ। ଏଥିପାଇଁ ଚାଷୀଙ୍କୁ ସର୍ବୋପରି ମୂଲ୍ୟ ନ ମିଳିବା ସହିତ ବହୁ ପରିମାଣର କ୍ଷତି ସହିବାକୁ ପଡୁଥିବା କଥା ମଧ୍ୟ ସେମାନେ ଉଲ୍ଲେଖ କରିଥିଲେ। ରାଜ୍ୟ ସରକାରଙ୍କ ଓଡ଼ିଶା ଜନଜାତି ଉନ୍ନୟନ ସମବାୟ ନିଗମ(ଟିଡିସିସି) ଜରିଆରେ ଚାଷୀଙ୍କଠାରୁ ପାଚିଲା କଫି ନିଆଯାଉଛି। ହେଲେ ଓଡ଼ିଶାରେ ସେମାନଙ୍କଠାରୁ ଟିଡିସିସି ପାଚିଲା କଫି ଫଳ କେଜି ପିଛା ୩୫ରୁ ୪୫ ଟଙ୍କା ମଧ୍ୟରେ ନେଉଥିବା ବେଳେ କର୍ନାଟକ, କେରଳ ଭଳି ରାଜ୍ୟରେ ତାହା ୬୫ରୁ ୭୫ ଟଙ୍କା ରହୁଛି। କୋରାପୁଟ କଫିର ଚାହିଦା ବଢୁଥିଲେ ମଧ୍ୟ ଚାଷୀଙ୍କଠାରୁ ଏତେ କମ୍‌ ଦରରେ କାହିଁକି ପାଚିଲା କଫି ଫଳ କିଣାଯାଉଛି ବୋଲି ଜାଣିବା ଲାଗି ଟିଡିସିସି ମ୍ୟାନେଜିଂ ଡାଇରେକ୍ଟର(ଏମ୍‌ଡି) ଆଇଏଏସ୍‌ ଅଫିସର ମାନ୍‌ସି ନିମଭାଲ୍‌ଙ୍କୁ ଦେଖାହେବାକୁ ଗତ ୨୬ ତାରିଖରେ ଚେଷ୍ଟା କରିଥିଲୁ। ତାଙ୍କୁ ଭେଟିବା ପାଇଁ ଭୁବନେଶ୍ୱରସ୍ଥିତ ରୂପାଲୀ ଛକଠାରେ ଥିବା ଟିଡିସିସିଓଏଲ୍‌ କାର୍ଯ୍ୟାଳୟକୁ ପୂର୍ବାହ୍ନ ୧୧ଟା ୧୫ ମିନିଟ୍‌ ସମୟରେ ଯାଇପହଞ୍ଚିଥିଲୁ। ହେଲେ ସେଠାରେ ଉପସ୍ଥିତ ଥିବା ଜଣେ ଘରୋଇ ସୁରକ୍ଷା କର୍ମୀ ଏମ୍‌ଡି ମାଡାମ୍‌ ନାହାନ୍ତି ବୋଲି କହିଥିଲେ। ପ୍ରାୟ ୩ ଦିନ ହେବ ମାଡାମ୍‌ ସେଠାକୁ ଆସି ନ ଥିବା କଥା ମଧ୍ୟ ସେ କହିଥିଲେ। ମାଡାମ୍‌ ଓଏଲ୍‌ଏମ୍‌(ଓଡ଼ିଶା ଲାଇଭଲିହୁଡ୍‌ ମିଶନ)ର ସିଇଓ(ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଅଛନ୍ତି। ତେଣୁ ସେଠାରେ ସେ ପ୍ରାୟ ବସୁଛନ୍ତି, ସେଠାକୁ ଯାଇ ଦେଖା ହୋଇପାରିବ ବୋଲି ଉକ୍ତ ଘରୋଇ କର୍ମଚାରୀ ଏବଂ ସେଠାରେ ଉପସ୍ଥିତ ଜଣେ ସରକାରୀ ପିଅନ କହିଥିଲେ। ଏହାପରେ ଦିନ ପ୍ରାୟ ୧ଟା ସମୟରେ ୟୁନିଟ୍‌ ୮ ଜଳେଶ୍ୱର ମନ୍ଦିର ନିକଟସ୍ଥ ଓଏଲ୍‌ଏମ୍‌ କାର୍ଯ୍ୟାଳୟରେ ପହଞ୍ଚି ନିମଭାଲ୍‌ଙ୍କୁ ଭେଟିବାକୁ ଚେଷ୍ଟା କରିଥିଲୁ। ହେଲେ ସେ ମିଟିଂରେ ଥିବାବେଳେ ଅଳ୍ପ ସମୟ ପରେ ମଧ୍ୟାହ୍ନଭୋଜନ ଲାଗି ଚାଲିଗଲେଣି ବୋଲି ତାଙ୍କ ପିଏସ୍‌ଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା। ଏହାପରେ ଅପରାହ୍ନ ୪ଟା ସମୟରେ ନିମଭାଲ୍‌ଙ୍କୁ ଭେଟିବା ଲାଗି ପୁଣିଥରେ ଓଏଲ୍‌ଏମ୍‌ କାର୍ଯ୍ୟାଳୟଠାରେ ପହଞ୍ଚି ତାଙ୍କୁ ପ୍ରାୟ ୧ ଘଣ୍ଟା ୧୫ମିନିଟ୍‌ ଅପେକ୍ଷା କରିବା ପରେ ମାଡାମ୍‌ ଏବେ ଭେଟିପାରିବେ ନାହିଁ, ଅନ୍ୟ କାର୍ଯ୍ୟ ଅଛି ବୋଲି ତାଙ୍କ ପିଏସ୍‌ଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଥିଲା। ଫଳରେ ନିମଭାଲ୍‌ଙ୍କ ମତାମତ ସଂଗ୍ରହ କରାଯାଇପାରି ନ ଥିଲା।
ଏହାପରେ ଟିଡିସିସି କାର୍ଯ୍ୟାଳୟକୁ ୨୭ ତାରିଖରୁ ଲଗାତର ନିମଭାଲ୍‌ କେତେବେଳେ ଆସୁଛନ୍ତି ବୋଲି ସେଠାକୁ ଗତ ୧ ତାରିଖ ପର୍ଯ୍ୟନ୍ତ ଗସ୍ତ କରିଥିଲୁ। ହେଲେ ନିମଭାଲ୍‌ ଏହା ଭିତରେ କେବଳ ୩୧ ତାରିଖରେ ଆସି ଅଳ୍ପ ସମୟ ରହି ଚାଲିଯାଇଥିବା ସେଠାର ଜଣେ କର୍ମଚାରୀ କହିଥିଲେ। ନିମଭାଲ୍‌ ସେଠାକୁ ପ୍ରତି ସପ୍ତାହରେ ଥରେ କିମ୍ବା ମାସକୁ ୨ରୁ ୩ ଥର ଆସୁଥିବା କର୍ମଚାରୀ ଜଣକ ଜଣାଇଥିଲେ। ଏଭଳି ସ୍ଥିତିରେ କୋରାପୁଟରେ କଫିଚାଷ କରି କମ୍‌ ଦାମ୍‌ରେ ଟିଡିସିସିକୁ ଯୋଗାଇ ଦେଉଥିବା ଚାଷୀକୁ କେତେ ହଇରାଣ ହେବାକୁ ପଡୁଥିବ ଏଥିରୁ ସ୍ପଷ୍ଟ ଅନୁମେୟ। ତେବେ ସେହି କର୍ମଚାରୀ ଜଣକ ମଧ୍ୟ କାହିଁକି ଏହି ଏମ୍‌ଡି ପଦବୀ ରହିଛି ସେକଥା କେହି କାହିଁକି ପଚାରୁନାହାନ୍ତି ବୋଲି ପରୋକ୍ଷ ଇଙ୍ଗିତ ମଧ୍ୟ କରିଥିଲେ। ତେବେ ଟିଡିସିସିରେ ଏମ୍‌ଡି ଦାୟିତ୍ୱରେ ଥିବା ଆଇଏଏସ୍‌ ଅଫିସରଙ୍କ ପ୍ରକୃତ ଦାୟିତ୍ୱ କ’ଣ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, ଏବେ ଦୁଇ ରକମର ଆଇଏଏସ୍‌ ଅଛନ୍ତି। କେତେଜଣ ପଛରେ ଗୋଡ଼େଇ ଚାଲିଛନ୍ତି, ଆଉ କେତେଜଣ ଖାଇବା ପାଇଁ ଚାହିଁ ବସିଛନ୍ତି। ଲୋକସେବା ଭବନରେ ସେବା କି ଲୋକ କେହି ନାହାନ୍ତି, କେବଳ ଭବନ ରହିଗଲାଣି। ସଚିବାଳୟରେ ସଚିବମାନଙ୍କ ଦେଖା ମିଳୁନାହିଁ। ଜିଲାପାଳମାନେ ରାସ୍ତାକୁ ଓହ୍ଲାଉନାହାନ୍ତି। କେହି ତ ଜଣେ ଆଇଏଏସ୍‌ ଅଫିସରଙ୍କୁ ଭେଟିପାରୁନାହାନ୍ତି, ତାଙ୍କୁ ପଚାରିବ କ’ଣ ଜାଣିବ କ’ଣ। ଯଦି ଅଫିସରଙ୍କୁ ଭେଟି ହେଉନି, ତେବେ ଭିତରେ କ’ଣ ଚାଲିଛି ସେଥିରୁ ବୁଝାପଡୁଛି। ଜଣେ ଏମ୍‌ଡିଙ୍କ କାମ ହେଉଛି ସଂସ୍ଥାକୁ ଚଳାଇବା ଏବଂ ବଢ଼ାଇବା। ଯଦି କୌଣସି ଏମ୍‌ଡି ଦୈନିକ କାର୍ଯ୍ୟାଳୟକୁ ଆସୁନାହାନ୍ତି, ଏହାର ଅର୍ଥ ଭିତରେ ଅନ୍ୟ କେହି ଉକ୍ତ ସଂସ୍ଥା ଚଳାଉଛି ବୋଲି ସହଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?