ସାମୁଦ୍ରିକ ଖାଦ୍ୟ ରପ୍ତାନି ୩୦୦୦ କୋଟି ଛୁଇଁଲା

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଲୁଣାପାଣି ମାଛଚାଷ କ୍ଷେତ୍ରରେ ରାଜ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ଉତ୍ପାଦନ ୭୪୭ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଓଡ଼ିଶାରୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ୨୦୧୧-୧୨ ଆର୍ଥିକ ବର୍ଷରେ ସମୁଦାୟ ଉତ୍ପାଦନ ପ୍ରାୟ ୧୧,୪୬୦ ମେଟ୍ରିକ୍‌ ଟନ୍‌ ଥିବା ବେଳେ ୨୦୨୦-୨୧ ବର୍ଷରେ ଏହା ପ୍ରାୟ ୯୭,୧୨୫ ମେଟ୍ରିକ୍‌ ଟନକୁ ବୃଦ୍ଧି ପାଇଛି। ଉତ୍ପାଦନ ବୃଦ୍ଧି ସହ ରାଜ୍ୟରୁ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୧୦-୧୧ ବର୍ଷରେ ସମୁଦାୟ ରପ୍ତାନି ମୂଲ୍ୟ ୮୦୧ କୋଟି ଟଙ୍କା ଥିଲା ା ଲଗାତର ଭାବେ ପ୍ରତି ବର୍ଷ ଏହା ବୃଦ୍ଧି ପାଇ କୋଭିଡ୍‌ ମାନ୍ଦାବସ୍ଥା ସତ୍ତ୍ୱେ ୨୦୨୦-୨୧ ମସିହାରେ ୩୧୦୭କୋଟି ଟଙ୍କାରେ ପହଞ୍ଚଛି॥ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡିଛି।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଲୁଣାପାଣି ମାଛଚାଷ ନିମନ୍ତେ ଜମି ଲିଜ୍‌ ଦେବା ସମ୍ବନ୍ଧିତ ବ୍ୟବସ୍ଥା ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ପ୍ରଚଳିତ ନିୟମ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ସମୀକ୍ଷା କରି ଏହି ଅର୍ଥକରୀ କ୍ଷେତ୍ରର ଅଧିକ ବିକାଶ ନିମନ୍ତେ ଏକ ସରଳ, ସମନ୍ବିତ ଏବଂ ଦୂରଦର୍ଶୀ ନିୟାମକ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି॥ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଇଡ୍‌କୋ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମିଳିତ ଭାବେ ଏହି ନିୟାମକ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ, ଉଦ୍ୟୋଗୀ ଏବଂ କ୍ଷେତ୍ର ସହ ସମ୍ପୃକ୍ତ ସମସ୍ତ ସଂସ୍ଥାଗୁଡ଼ିକ ସହିତ ଆଲୋଚନା କରି ସେମାନଙ୍କର ପରାମର୍ଶ ନେଇ ନିୟାମକକୁ ସରଳ, ସୁଗମ ଏବଂ ଲକ୍ଷ୍ୟଭେଦି କରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି। ବିଭିନ୍ନ ଜିଲାରେ ଲୁଣାପାଣି ମାଛଚାଷ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବା ନିମନ୍ତେ ଇଡ୍‌କୋ, ମତ୍ସ୍ୟ ଅଧିକାରୀ ଏବଂ ସଂପୃକ୍ତ ଜିଲା ପ୍ରଶାସନକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଲ୍ୟାଣ୍ଡ ବ୍ୟାଙ୍କ୍‌ ସୃଷ୍ଟି କରିବା ଏବଂ ମାଛ ଚାଷ ନିମନ୍ତେ ଲୁଣାପାଣି ସଂଯୋଗ, ରାସ୍ତା ଓ ବିଦ୍ୟୁତ୍‌ ଆଦି ଭିତ୍ତିଭୂମି ବିକାଶ କାର୍ଯ୍ୟ ଇଡ୍‌କୋ ମାଧ୍ୟମରେ କରାଇବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା। ଲୁଣାପାଣି ମାଛଚାଷ ପାଇଁ ଜାଗା ଚିହ୍ନଟ କଲା ବେଳେ ଉପକୂଳ ନିୟାମକ ଜୋନ୍‌ ଏବଂ ଉପକୂଳ ମାଛଚାଷ କର୍ତ୍ତୃପକ୍ଷ ଆଇନରେ ଥିବା ନିୟମଗୁଡ଼ିକୁ ବିଚାରକୁ ନେବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ପରାମର୍ଶ ଦେଇଛନ୍ତି। ମାଛଚାଷୀ ବା ଉଦ୍ୟୋଗୀଙ୍କୁ ଭବିଷ୍ୟତର ସମ୍ଭାବ୍ୟ ଅସୁବିଧାରୁ ସୁରକ୍ଷା ଦେବା ପାଇଁ ପ୍ରଥମରୁ ନିୟମଗୁଡ଼ିକର ଅନୁପାଳନ ପୂର୍ବକ ଜମି ଚିହ୍ନଟ କରିବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ଉତ୍ପାଦିତ ସାମୁଦ୍ରିକ ଖାଦ୍ୟ ବିଦେଶ ବଜାରରେ ବେଶ୍‌ ଆଦୃତ ହୋଇଛି। ଜାପାନ, ଚାଇନା, ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ର, ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ର ଏବଂ ମଧ୍ୟପ୍ରାଚ୍ୟ ଆଦି ଦେଶମାନଙ୍କୁ ଓଡ଼ିଶା ଉତ୍ପାଦିତ ସାମୁଦ୍ରିକ ଖାଦ୍ୟ ରପ୍ତାନି କରୁଛି। ରାଜ୍ୟରେ ଉଭୟ ସରକାରୀ ଏବଂ ଘରୋଇ ଜମିରେ ଲୁଣାପାଣି ମାଛ ଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସଚିବ ଆର. ରଘୁ ପ୍ରସାଦ ସୂଚନା ଦେଇଥିଲେ। ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ ଓ ଗଞ୍ଜାମ ଆଦି ଜିଲାରୁ ଲୁଣାପାଣି ମାଛ ଚାଷ ପାଇଁ ମିଳିଥିବା ପ୍ରାୟ ୨୦୦୦ ପ୍ରକଳ୍ପ ପ୍ରସ୍ତାବ ଉପରେ ଚଳିତ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମଧ୍ୟ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ଅଧିକାରୀ ଏବଂ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା, ଇଡ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?