ସାମୁଦ୍ରିକ ଖାଦ୍ୟ ଓ ସଂକ୍ରମଣ

ମାନେକା ଗାନ୍ଧୀ

ହେଲ୍‌ଥ ଆଣ୍ଡ୍‌ ଫିଟ୍‌ନେସ ବିଶେଷଜ୍ଞମାନେ ମାଂସପେଶୀ ଗଠନ ଲାଗି ସାମୁଦ୍ରିକ ଖାଦ୍ୟ (ସି’ଫୁଡ୍‌), ଅଧିକ ପ୍ରୋଟିନ ୱେଟଲସ ଇତ୍ୟାଦି ଉପରେ ଗୁରୁତ୍ୱ ଦେଇଥାନ୍ତି। ସାମୁଦ୍ରିକ ଖାଦ୍ୟ ସ୍ବାସ୍ଥ୍ୟ ଲାଗି କେତେ ବିପଜ୍ଜନକ ତାହା ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ଜାଣିଛନ୍ତି। ଆର୍ଡିଆଟିକ୍‌ ସମୁଦ୍ର କୂଳରେ କ୍ରୋଏସିଆର ଏକ ଛୋଟ ସହର ମେଲ୍‌ଷ୍ଟୋନ। ଏହା ଓ୍ବେଷ୍ଟର ବା ଶାମୁକା ଚାଷ ଲାଗି ବେଶ୍‌ ଜଣାଶୁଣା। ପ୍ରତିବର୍ଷ ଏଠାରେ ୫ ମିଲିୟନ ଶାମୁକା ବିକ୍ରି କରାଯାଏ। ଏଠାରେ ଏକ ବାର୍ଷିକ ଶାମୁକା ଟେଷ୍ଟିଂ ଫିଷ୍ଟ୍‌ କରାଯାଏ,ଯେଉଁଠି ଟୁରିଷ୍ଟଙ୍କ ଭିଡ଼ ଜମେ। କିନ୍ତୁ ୨୦୧୯ରେ ଡୁବ୍ରୋଭିନିକ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଫର୍‌ ମେରାଇନ ଆଣ୍ଡ୍‌ କୋଷ୍ଟାଲ ରିସର୍ଚ୍ଚ ଶାମୁକାରେ ନୋରୋଭାଇରସ ପାଇବା ପରେ ଏହି ଫିଷ୍ଟ୍‌କୁ ବନ୍ଦ ରଖାଯାଇଥିଲା। ସହରରୁ ମଳପାଣି ସମୁଦ୍ରକୁ ଛାଡିବା ଯୋଗୁ ଏହି ଭୂତାଣୁ ଶାମୁକାଠାରେ ମିଳିଥିଲା। ନୋରୋଭାଇରସ ଭାରି ମାରାମତ୍କ। ବର୍ଷକୁ ଏଥିରେ ୨୦ ମିଲିୟନରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହେବା ସହ ଶହଶହ ମୃତ୍ୟୁମୁଖରେ ପଡୁଛନ୍ତି। ସଂକ୍ରମଣ ହେଲେ ଅନେକଦିନ ଧରି ବାନ୍ତି , ପତଳାଝାଡ଼ା ହେବା ଲକ୍ଷଣ ପ୍ରକାଶ ପାଏ ଓ ଅବସ୍ଥା ସାଂଘାତିକ ହୋଇଯାଏ। ପୀଡିତଙ୍କୁ ତୁରନ୍ତ ଚିକିତ୍ସା ଦରକାର ହୁଏ। ଇରାକର ଜାତୀୟ ଖାଦ୍ୟ ମାସ୍‌ଗୁଫ। କ୍ରାପ (ରୋହି, ଭାକୁଡ ଆଦି ମାଛ) ମାଛକୁ ନିଆଁରେ ପୋଡି ସେଥିରେ ସସ୍‌ ଦେଇ ଏହା ପ୍ରସ୍ତୁତ କରାଯାଏ। ଇରାକ୍‌ରେ ପ୍ରତିବର୍ଷ ମାଛଫାର୍ମଗୁଡ଼ିକରୁ ଓ ୟୁପ୍ରେଟିସ ନଦୀରୁ ୨୯,୦୦୦ ଟନ୍‌ କ୍ରାପ ଉତ୍ପାଦନ କରାଯାଏ। ୨୦୧୮ରେ ଫାର୍ମଗୁଡ଼ିକରେ ଗୋଟିଏ ରାତିରେ ଲକ୍ଷ ଲକ୍ଷ ମାଛ ମରିଯାଇଥିଲେ। ପଙ୍କ,ପାଣି ଓ ମଲାମାଛର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଥିଲା। ପାଣିର କମ୍‌ ତାପମାତ୍ରା,ଫାର୍ମରେ କ୍ଷମତାଠାରୁ ଅତ୍ୟଧିକ ମାଛ ରଖାଯିବା ତଥା ପ୍ରଦୂଷିତ ନଦୀ ପାଣିରୁ ସୃୃଷ୍ଟି ଏକ ପ୍ରକାର ଭୂତାଣୁ ଯୋଗୁ ମାଛ ମରିଥିଲେ ବୋଲି ଗବେଷକମାନେ ନିଶ୍ଚିତ ହେବା ପରେ ଏହାକୁ ନ ଖାଇବା ଲାଗି ସରକାର ସତର୍କ କରିଥିଲେ। ଖାଦ୍ୟରୁ ସୃଷ୍ଟି ହେଉଥିବା ରୋଗଗୁଡ଼ିକ ମଧ୍ୟରୁ ଅଧିକ ପ୍ରତିଶତ ସି’ଫୁଡ୍‌ରୁ ହୋଇଥାଏ। ସି’ଫୁଡ୍‌ରୁ ମିଳିଥିବା ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ,ଭୂତାଣୁ ଓ ପରଜୀବୀ, ରାସାୟନିକ ଓ ଧାତବ ତତ୍ତ୍ୱ, ସମୁଦ୍ରଜଳରେ ଥିବା ବିଷାକ୍ତ ଏବଂ ସଂକ୍ରମଣକାରୀ ତତ୍ତ୍ୱ ଯୋଗୁ ଏହି ରୋଗଗୁଡ଼ିକ ହୋଇଥାଏ। ଏମାନଙ୍କ ଦ୍ୱାରା ସାମାନ୍ୟ ଗ୍ୟାଷ୍ଟ୍ରୋଏଣ୍ଟେରିଟିସ୍‌ରୁ ଆରମ୍ଭ କରି ପ୍ରାଣଘାତକ ସମସ୍ୟା ଦେଖାଦେଇପାରେ। ସି’ଫୁଡ୍‌ ମଧ୍ୟରେ ରହିଛି ମୋଲସ୍କ (ଓ୍ବେଷ୍ଟର ଓ କ୍ଲାମ୍ସ ଭଳି ସାମୁଦ୍ରିକ ଶାମୁକା ଏବଂ ଗେଣ୍ଡା), ଫିନ୍‌ ଫିଶ୍‌ (ସାଲମନ ଓ ଟୁନା), କ୍ରୁଷ୍ଟାସିଆନସ୍‌ (ଛୋଟ ଓ ବଡ଼ ସାମୁଦ୍ରିକ ଚିଙ୍ଗୁଡି ଓ କଙ୍କଡା) ଓ ମାଛ ଅଣ୍ଡା।
ସ୍ବାଭାବିକ ଭାବେ କେତେକ ସିଫୁଡ୍‌ ଉତ୍ପାଦ ଅଧିକ ବିପଜ୍ଜନକ ହୋଇଥାଏ। ମଣିଷ ମଳ ଦ୍ୱାରା ଜଳ ଦୂଷିତ ହେଲେ ପାଥୋଜେନ ବା ରୋଗସୃଷ୍ଟିକାରୀ ଅଣୁଜୀବ ଦ୍ୱାରା ଏହା ଦୂଷିତ ହୋଇଥାଏ। ଏହାବାଦ ନେବା ଆଣିବା , ପ୍ରକ୍ରିୟାକରଣ କିମ୍ବା ପ୍ରସ୍ତୁତୀକରଣରେ ମଧ୍ୟ ଏହା ଦୂଷିତ ହୋଇପାରେ। ସି’ଫୁଡ୍‌କୁ ପ୍ରାୟତଃ ଭଲ ଭାବେ ରନ୍ଧାଯାଏ ନାହିଁ। ଏହାଦ୍ୱାରା ସେଥିରୁ ଜୀବାଣୁ ନାଶ ହୋଇ ନ ଥାନ୍ତି। ଅନେକ ସମୟରେ ଏହାକୁ କଞ୍ଚା ଖିତ୍ଆଯାଏ । ସି’ଫୁଡ୍‌ ଅନେକ ରୋଗର ମୂଳ ଉତ୍ସ ବୋଲି ପ୍ରତ୍ୟେକ ଦେଶରେ ସରକାରୀ ସଂସ୍ଥାମାନଙ୍କ ଦ୍ୱାରା ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି। ୟୁରୋପୀୟ ସଂଘର ଫୁଡ୍‌ ଆଣ୍ଡ୍‌ ଭେଟେରିନାରି ଅଫିସ ଖାଦ୍ୟ ପାଇଁ ଏକ ର଼୍ୟାପିଡ୍‌ ଆଲର୍ଟ ସିଷ୍ଟମ (ଆରଏଏସ୍‌) ଆରମ୍ଭ କରିଛି। ବିପଦର ଉତ୍ସ ଓ କେଉଁ ଦେଶରୁ ଏହା ଆରମ୍ଭ ହୋଇଛି ତାହା ଜଣାଇ ଦେଇଛି। ୧୯୯୨ରୁ ୧୯୯୭ ନଭେମ୍ବର ମଧ୍ୟରେ ଏହି ସିଷ୍ଟମରୁ ୭୧ଟି ସି’ଫୁଡ୍‌ ଉପରେ ଆଲର୍ଟ ବା ସତର୍କ ସୂଚନା ଜାରି କରାଯାଇଛି। ଏହା ମୋଟ ସି’ଫୁଡ୍‌ର ୪୨.୫%। ସେବେଠାରୁ ଏହି ସଂଖ୍ୟା ବଢି ଦୁଇଗୁଣ ଓ ତିନିଗୁଣ ହୋଇଯାଇଛି।
ସତର୍କ ସୂଚିତ ସିଫୁଡ୍‌ କିମ୍ବା ମାଛଗୁଡ଼ିକୁ ୩୩ଟି ଦେଶ ରପ୍ତାନି କରିଥିଲେ। ଏହି ମାଛଗୁଡିକ ମଧ୍ୟରୁ ସବୁଠୁ ବେଶି ରପ୍ତାନି କରାଯାଇଥିତ୍ଲା ଭାରତରୁ। ଏଣୁ ଭାରତରେ ବିକ୍ରି ହେଉଥିବା ସିଫୁଡ୍‌ର ମାନ କ’ଣ ଏଥିତ୍ରୁ ଚିନ୍ତା କରିପାରୁଥିବେ। ସେଲ୍‌ଫିଶ ଓ ଫିଶ୍‌ ପଏଜନିଂରେ ଜାପାନରେ ୩୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ୧୯୮୭-୯୬ ମଧ୍ୟରେ ୧୪୭୫ଟି ପଏଜନିଂରେ ୩୩,୨୫୩ଟି କେସ୍‌ ସାମନାକୁ ଆସିଥିଲା। କାନାଡ଼ାରେ ୨୯ଟି ବିଭିନ୍ନ ପ୍ରଜାତିର ଫିଶ୍‌ ଓ ସେଲ୍‌ଫିଶ କିମ୍ବା ସିଫୁଡ୍‌ ଉତ୍ପାଦ ସିଫୁଡ୍‌ ଜନିତ ରୋଗ ସହ ଜଡିତ। ମୁସେଲ,କ୍ଲାମ୍ସ, ଟୁନା, ବାରାକୁଡା ଏବଂ ମର୍ଲିନ ଦ୍ୱାରା ୫୬% ସଂକ୍ରମଣ ହେଉଛି। ୧୦ଟି ଦେଶ ଏହିସବୁ ମାଛକୁ କାନାଡ଼ାକୁ ରପ୍ତାନି କରିଥିଲେ। ଭାରତ ମଧ୍ୟ ଏମାନଙ୍କ ମଧ୍ୟରେ ରହିଥିଲା।
ଆମେରିକାରେ ୧୯୭୩ ରୁ ୨୦୦୬ ମଧ୍ୟରେ ହଠାତ ଦେଖାଦେଇଥିବା ୫୦୦ରୁ ଊର୍ଦ୍ଧ୍ୱ ସଂକ୍ରମଣରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିଲେ। ଏହା ମଧ୍ୟରୁ ୪୯% ସଂକ୍ରମଣ ମଣିଷ ମଳରେ ଥିବା ସଂକ୍ରମଣକାରୀ ତତ୍ତ୍ୱରୁ ହୋଇଥିଲା ।
୪୬ % ସଂକ୍ରମଣ ହୋଇଥିତ୍ଲା ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରସ୍ତତୀକରଣ ସହ ଜଡିତ ତତ୍ତ୍ୱରୁ । ସି’ଫୁଡ୍‌ ସଂକ୍ରମଣ ସୃଷ୍ଟିକାରୀ ପାଥୋଜେନଗୁଡିକ ମଧ୍ୟରେ ରହିଛି ଭିବ୍ରିଓ ବ୍ୟାକ୍ଟେରିଆ। ଏହା ଦ୍ୱାରା ଗ୍ୟାଷ୍ଟ୍ରୋଏଣ୍ଟେରେଟିସ ଦେଖାଦିଏ। ପତଳାଝାଡ଼ା, ପେଟକାମୁଡା,ଅରୁଚି, ବାନ୍ତି ଲକ୍ଷଣ ପ୍ରକାଶ ପାଏ। ଯେଉଁମାନଙ୍କ ଲିଭର ଓ ଆଇରନ ସମସ୍ୟା ରହିଥାଏ ସେମାନଙ୍କ ପ୍ରତି ଭି.ଭୁଲନିଫିକୁସ ବିପଦ ବେଶି। ସେପ୍‌ସିସ ଏବଂ ଗୁରୁତର କ୍ଷତ ସଂକ୍ରମଣ ଆଡକୁ ଗତି କରେ। ରକ୍ତପ୍ରବାହ ସଂକ୍ରମଣ ମୃତ୍ୟୁହାର ପ୍ରାୟ ୫୦% ଏବଂ କ୍ଷତ ସଂକ୍ରମଣରେ ମୃତ୍ୟୁହାର ୨୫% ରହେ। ଜାନୁୟାରୀ ୨୦୦୭ରେ ଜାତୀୟ ସ୍ତରରେ ଭିବ୍ରୋସିସ୍‌ ଏକ ଜଣାଶୁଣା ରୋଗ ଭାବେ ଉଭା ହୋଇଥିଲା।
ସାଲମାନେଲା ବ୍ୟାକ୍ଟେରିଅ ଭୟଙ୍କର ଗ୍ୟାଷ୍ଟ୍ରୋଏଣ୍ଟେରେ୍‌ଟିସର ଜନକ। ଏହା ମାଛ, ଚିଙ୍ଗୁଡି, ଶାମୁକା ଏବଂ କାମ୍ସରୁ ଆସିଥାଏ। ମାଛରେ ଥିବା ସିଗେଲ୍ଲା ବ୍ୟାକ୍ଟେରିଆ ମଣିଷ ମଳରୁ ଆସିଥାଏ। ଏହାଯୋଗୁ ଅତି ପତଳା ଝାଡ଼ା, ଝାଡ଼ାରେ ରକ୍ତ ପଡିବା,ପେଟ ଦରଜ ହେବା ଓ ଜ୍ୱର ଆଦି ଲକ୍ଷଣ ଦେଖାଯାଏ। କ୍ଲୋଷ୍ଟ୍ରିଡିୟମ ବୋଟୁଲିନୁମ ସାଂଘାତିକ ପକ୍ଷାଘାତ ଭାବେ ଜଣାଶୁଣା। ତିମି ଓ ସାଲମନରୁ ଏହି ସଂକ୍ରମଣ ହୋଇଥାଏ। ଏହାବାଦ୍‌ ଷ୍ଟାଫିଲୋକୋକୁସରେସ, କ୍ଲୋଷ୍ଟ୍ରିଡିୟମ ପର୍ଫିନଜେନ ଏବଂ ବାସିଲସ ସିରେଉସ ମଧ୍ୟ ଏଣ୍ଟେରୋଟକ୍ସିନ ବା ଅନ୍ତରେ ବିଷକ୍ରିୟାର କାରଣ ପାଲଟିଥାନ୍ତି। ନୋରୋଭାଇରସ ସଂକ୍ରମଣ ଦ୍ୱାରା ପତଳାଝାଡା,ବାନ୍ତି, ଅରୁଚି, ପେଟ କାମୁଡା, ମୁଣ୍ଡବିନ୍ଧା,ମାଂସପେଶୀ ପୀଡା ଏବଂ କମ୍‌ ଜ୍ୱର ହେବା ଲକ୍ଷ୍ୟ କରାଯାଏ। ମଳ ମିଶ୍ରିତ ପ୍ରଦୂଷିତ ପାଣିରୁ ଉତ୍ପାଦିତ ସିଫୁଡ୍‌ରୁ ନୋରୋଭାଇରସ ଗ୍ୟାଷ୍ଟ୍ରୋଏଣ୍ଟେରିଟିସ ସଂକ୍ରମଣ ହୋଇଥାଏ। ହେପାଟାଇଟିସ ଏ’ ଭୂତାଣୁଜନିତ ସଂକ୍ରମଣ ସିଫୁଡ୍‌ ସହ ଜଡିତ। ଶାମୁକା ଏବଂ କ୍ଲାମ୍‌ସରୁ ଏହି ସଂକ୍ରମଣ ବ୍ୟାପିଥାଏ ବୋଲି ୧୯୬୦ରୁ ଜଣାପଡିଛି। ୧୯୮୮ରେ ଚାଇନାରେ ସବୁଠୁ ବଡ ସଂକ୍ରମଣ ଦେଖାଯାଇଥିତ୍ଲା। ମଳ ପ୍ରଦୂଷିତ ଅଞ୍ଚଳରେ ଉତ୍ପାଦନ କରାଯାଇଥିବା କ୍ଲାମ୍‌ସ ଖାଇ ପ୍ରାୟ ୩ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ। ବିଶ୍ୱରେ ଦେଖାଯାଉଥିତ୍ବା ଅନ୍ୟ ସାଧାରଣ ସି’ଫୁଡ୍‌ ଜନିତ ରୋଗ ଏବଂ ସଂକ୍ରମଣକଗୁଡ଼ିକ ମଧ୍ୟରେ ରହିଛି ଡାଇରୋହେଟିକ ସେଲଫିସ ପଏଜନିଂ,ସ୍କୁମ୍ବ୍ରୋଏଡ ହିଷ୍ଟାମାଇନ ପଏଜନିଂ, ପାରାଲେଟିକ ସେଲ୍‌ଫିଶ ପଏଜନିଂ, ଭିବ୍ରୋ କୋଲେରା,ଲିଷ୍ଟେରିଆ ମୋନୋସାଇଟୋଜିନେସ, ଷ୍ଟାଫିଲୋକୋକୋସ, ବାସିଲସ ସିରେଉସ। ଆହୁରି ଅନେକ ସଂକ୍ରମଣ ଏବେ ସୁଦ୍ଧା ଜଣାପଡିନାହିଁ କି ଏହା ଉପରେ ଅନୁଧ୍ୟାନ ମଧ୍ୟ କରାଯାଇନାହିଁ।
ସିଫୁଡ ଉତ୍ପାଦନ ହେଉଥିବା ଅଞ୍ଚଳକୁ ଅଧିକ ମଳ ଛାଡିବା, ମଳ ପ୍ରଦୂଷିତ ପାଣିରେ ମାଛ ଚାଷ କରିବା ଏବଂ ଅତ୍ୟଧିତ୍କ ବର୍ଷାରେ ମାଟିରୁ ମଳ ଧୋଇହୋଇ ଆସିବା ଦ୍ୱାରା ଏହା ଦୂଷିତ ହୋଇଥାଏ। ଉତ୍ପାଦନ ପର୍ଯ୍ୟାୟରୁ ଆରମ୍ଭ କରି ପ୍ୟାକେଜିଂ, ପରିବହନ, ଖାଇବା ଯାଏ ସିଫୁଡ ବ୍ୟାକ୍ଟେରିଆ, ଭୂତାଣୁ ଓ ଫଙ୍ଗାଲ ବା କବକ ସଂକ୍ରମଣ ଦ୍ୱାରା ଦୂଷିତ ହୋଇଥାଏ। ପ୍ରକ୍ରିୟାକରଣ,ପ୍ୟାକେଜିଂ ସମୟରେ ଶ୍ରମିକମାନେ ସ୍ବଚ୍ଛତା ପ୍ରତି ଧ୍ୟାନ ନ ଦେବା, ଖରାପ ଭଣ୍ଡାରଣ ବ୍ୟବସ୍ଥା, ତାପମାତ୍ରାରେ ଅନିୟମିତତା ସହ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଉଥିବା ଉପାଦାନ ଦ୍ୱାରା ଏହା ଦୂଷିତ ହୋଇଥାଏ।
ଖାଇବା ସମୟରେ ସି’ଫୁଡ୍‌କୁ ଯେଭଳି ପ୍ରସ୍ତୁତ କରାଯାଏ ଅନେକ ସମୟରେ ସେଥିରୁ ଜୀବାଣୁ ନଷ୍ଟ ହୋଇନଥାନ୍ତି। ଏପରିକି ବହୁ ସମୟରେ ଏହାକୁ କଞ୍ଚା ଖିଆଯାଇଥାଏ। ଏହା ବାସ୍ତବରେ ଅତି ଭୟଙ୍କର ଖାଦ୍ୟ। ସି’ଫୁଡ୍‌ ଖାଇବାର ପରିଣତି କ’ଣ ହୁଏ ସେ ସମ୍ପର୍କରେ ଆମେ ଅବଗତ ହେବା ଉଚିତ। ଏହା ପରିବେଶ କିମ୍ବା ପ୍ରଣୀ କଲ୍ୟାଣ ଲାଗି ନୁହେଁ ବରଂ ନିଜ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହା ଉପରେ ଚିନ୍ତା କରନ୍ତୁ। ଯେଉଁମାନଙ୍କର ଯକୃତ ରୋଗ,ଡାଇବେଟିସ କିମ୍ବା ରୋଗପ୍ରତିରୋଧକ ଶକ୍ତି କମ୍‌ ରହିଛି ସେମାନେ ସାଂଘାତିକ ସି’ଫୁଡ ସଂକ୍ରମଣର ଶିକାର ହେବାର ଆଶଙ୍କା ରହିଛି। ଏଣୁ ଏଥିପ୍ରତି ସତର୍କ ହେବା ଉଚିତ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri