ସ୍କ୍ରବ୍‌ ଟାଇଫସ ସଂକ୍ରମଣ: ଅନୁଧ୍ୟାନ କଲେ ବୁର୍ଲା ଡାକ୍ତରଖାନା ଟିମ୍‌

ବରଗଡ଼,୧୭ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ ସଂକ୍ରମଣ ଯୋଗୁ ୫ଜଣଙ୍କ ମୃତ୍ୟୁ ହେବା ଘଟଣା ସାମନାକୁ ଆସିବା ପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଆଦେଶକ୍ରମେ ଭୀମସାର୍‌, ବୁର୍ଲା ୩ ଜଣିଆ ଟିମ ଶନିବାର ବରଗଡ଼ ଗସ୍ତରେ ଆସି ଏହାର ଅନୁଧ୍ୟାନ କରିଛନ୍ତି। ପ୍ରକୃତରେ ବିଷାକ୍ତ କୀଟ କାମୁଡ଼ାରେ ହେଉଥିବା ସ୍କ୍ରବ୍‌ ଟାଇଫସ ରୋଗ ଉପରେ ବରଗଡ଼ର କ’ଣ ସ୍ଥିତି ରହିଛି ତାହାର ଅନୁଧ୍ୟାନ କରିଥିଲେ। ଭୀମସାର, ବୁର୍ଲାର ଉଦେନ ନାୟକ ଡା.ସତ୍ୟବ୍ରତ ଠାକୁର ଓ ଶଙ୍କର ରାମ ଚନ୍ଦାନୀ ଏହି ଟିମ୍‌ରେ ଥିଲେ। ସିଡିଏମଓ ଜିତେନ୍ଦ୍ର ମୋହନ ବେବର୍ତ୍ତାଙ୍କୁ ଭେଟି ଜିଲାରେ ସ୍କ୍ରବ୍‌ ଟାଇଫସ ସଂକ୍ରମଣ ସ୍ଥିତି ଉପରେ ପଚାରି ବୁଝିଥିଲେ। ସ୍କ୍ରବ୍‌ ଟାଇଫସ ଯୋଗୁ ଜିଲାର ୫ଜଣଙ୍କର ମୃତ୍ୟୁ ହୋଇଛି ନା ତାହାର ଅନ୍ୟ କିଛି କାରଣ ରହିଛି, ତାହା ତଦନ୍ତ କରାଯିବା ସହିତ ବିଭିନ୍ନ ଦିଗରେ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ଏହି ଟିମ୍‌ ଏକ ରିପୋର୍ଟ ପଠାଇବ ବୋଲି ସୂଚନା ମିଳିଛି। ଏହି ବିଷାକ୍ତ କୀଟ କାମୁଡ଼ିବା ଦାରା ସଂକ୍ରାମକ ରୋଗ ହେଉଛି ନା ନାହିଁ, ତାହାର ଅନୁଧ୍ୟାନ କରାଯିବା ସହିତ ଏହି ସ୍କ୍ରବ୍‌ ଟାଇଫସ ରୋକିବାକୁ କିପରି ଜନସଚେତନତା କରାଯିବ କିମ୍ବା କିପରି ଅନ୍ୟାନ୍ୟ ପଦକ୍ଷେପ ନିଆଯାଇ ପାରିବ ଏବଂ ଏହି ସ୍କ୍ରବ୍‌ ଟାଇଫସ ରୋଗର ଚିହ୍ନଟ, ଚିକିତ୍ସା କିପରି ଶୀଘ୍ର କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା। ଇତିମଧ୍ୟରେ ବରଗଡ଼ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩୭୬ ଜଣଙ୍କର ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ନମୁନା ପଜିଟିଭ୍‌ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ପଜିଟିଭ୍‌ ରୋଗୀ ସୁସ୍ଥ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri