ଗଛଲତାଙ୍କ ରାସାୟନିକ ଭାଷା

”ବୈଜ୍ଞାନିକମାନେ ପରୀକ୍ଷା କରି ପ୍ରମାଣିତ କଲେଣି ଯେ ଗଛମାନେ ଯନ୍ତ୍ରଣା, କ୍ରୋଧ, ବ୍ୟଥାଭାବ ଏବଂ ଅସନ୍ତୋଷ ପ୍ରକଟ କରିବାକୁ ସମର୍ଥ। ଏପରିକି ସେମାନେ ସଙ୍ଗୀତ ପ୍ରତି ମଧ୍ୟ ପ୍ରତିକ୍ରିୟା କରନ୍ତି। କିଛି ବର୍ଷ ପୂର୍ବେ ଟମାଟୋ ଗଛଗୁଡ଼ିକୁୁ ହେଡ୍‌ଫୋନ୍‌ ସାହାଯ୍ୟରେ ସଙ୍ଗୀତ ପରିବେଷଣ କରିବାରୁ ସେଗୁଡ଼ିକ ଶୀଘ୍ର ବଢ଼ିବାର ଦେଖାଯାଇଥିଲା। ପୁନଶ୍ଚ ସେମାନେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବାକୁ ସମର୍ଥ ବୋଲି ଏବେ ବୈଜ୍ଞାନିକମାନେ କହିଲେଣି। ଅବଶ୍ୟ ସେ ଭାଷା ଆମଭଳି ଉଚ୍ଚାରିତ ନୁହେଁ, ତାହା ଅନୁଚାରିତ ଏବଂ ରାସାୟନିକ।“

ଗଛଲତାଙ୍କୁ ଆମେ ସାଧାରଣତଃ ମୂକ ଏବଂ ପ୍ରତିକ୍ରିୟାବିହୀନ ହୋଇଥିବାର ମନେ କରୁ। ସେଥିପାଇଁ ତାଙ୍କ ଉପରେ ଅତ୍ୟାଚାର କଲାବେଳେ ଆମକୁ ବିବେକ ବାଧା ଦିଏନା। ଆମେ କେତେବେଳେ ତାଙ୍କର ଡାଳପତ୍ର କାଟି ଦେଉ ତ ଆଉ କେତେବେଳେ ତାଙ୍କୁ ମୂଳରୁ କାଟି ଦେଇଥାଉ। ତେବେ ବିଗତ ଶତାବ୍ଦୀରେ ମହାନ ଭାରତୀୟ ବୈଜ୍ଞାନିକ ସାର୍‌ ଜଗଦୀଶ ଚନ୍ଦ୍ର ବୋଷ ଗଛଲତାଙ୍କଠାରେ ଥିବା ଚେତନା ଶକ୍ତି ବିଷୟରେ ଦର୍ଶାଇଥିଲେ। ଇତିମଧ୍ୟରେ ଏହାକୁ ମିଳିଲାଣି ଅନେକ ସ୍ବୀକୃତି। ବୈଜ୍ଞାନିକମାନେ ପରୀକ୍ଷାକରି ପ୍ରମାଣିତ କଲେଣି ଯେ, ଗଛଗୁଡ଼ିକ ଯନ୍ତ୍ରଣା, କ୍ରୋଧ ବ୍ୟଥାଭାବ ଏବଂ ଅସନ୍ତୋଷ ପ୍ରକଟ କରିବାକୁ ସମର୍ଥ। ଏପରିକି ସେମାନେ ସଙ୍ଗୀତ ପ୍ରତି ମଧ୍ୟ ପ୍ରତିକ୍ରିୟା କରନ୍ତି। କିଛି ବର୍ଷ ପୂର୍ବେ ଟମାଟୋ ଗଛଗୁଡ଼ିକୁ ହେଡ୍‌ଫୋନ୍‌ ସାହାଯ୍ୟରେ ସଙ୍ଗୀତ ପରିବେଷଣ କରିବାରୁ ସେଗୁଡ଼ିକ ଶୀଘ୍ର ବଢ଼ିବାର ଦେଖାଯାଇଥିଲା। ପୁନଶ୍ଚ ସେମାନେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବାକୁ ସମର୍ଥ ବୋଲି ଏବେ ବୈଜ୍ଞାନିକମାନେ କହିଲେଣି। ଅବଶ୍ୟ ସେ ଭାଷା ଆମ ଭଳି ଉଚ୍ଚାରିତ ନୁହେଁ, ତାହା ଅନୁଚାରିତ ଏବଂ ରାସାୟନିକ।
ଗଛଗୁଡ଼ିକ ରାସାୟନିକ ଭାବର ଆଦାନ ପ୍ରଦାନ କରନ୍ତି ବୋଲି ପ୍ରଥମେ ସୂଚନା ଦେଇଥିଲେ ଉଭୟ ରସାୟନ ଏବଂ ପ୍ରାଣୀବିଜ୍ଞାନରେ ଗବେଷଣା କରୁଥିବା ଆମେରିକୀୟ ବିଜ୍ଞାନୀ ଡାଭେ ରୋଡସ୍‌। ସେ ୧୯୭୯ ମସିହାରେ ଓ୍ବାଶିଂଟନ ଡିସି ନିକଟବର୍ତ୍ତୀ ଏକ କ୍ଷେତରେ ଓ୍ବିଲୋ ଗଛଗୁଡ଼ିକ ସଅଁବାଳୁଆ ଆକ୍ରମଣ ସମୟରେ କି ପ୍ରତିକ୍ରିୟା ପ୍ରକାଶ କରନ୍ତି ତାହା ଅଧ୍ୟୟନ କରୁଥିଲେ। ଏଥିପାଇଁ ସେ ଗଛଗୁଡିକୁ ଦୁଇ ଭାଗରେ ବିଭକ୍ତ କଲେ ଏବଂ ତହିଁରୁ ଗୋଟିକୁ ସଅଁବାଳୁଆଙ୍କ ଦ୍ୱାରା ସଂକ୍ରମିତ କରାଇଲା ବେଳେ ଅନ୍ୟଟିକୁ ସେଥିରୁ ମୁକ୍ତ ରଖିଲେ। ପ୍ରାୟ ଦୁଇ ସପ୍ତାହ ପରେ ପ୍ରଥମ ସଂକ୍ରମିତ ଗଛଗୁଡିକରୁ ପତ୍ର ନେଇ ବିଜ୍ଞାନାଗାର ମଧ୍ୟରେ ସେହି କୀଟମାନଙ୍କୁ ଖାଇବାକୁ ଦେବାରୁ ସେମାନଙ୍କର ଶାରୀରିକ ଅଭିବୃଦ୍ଧି ମନ୍ଥର ହେବାର ଦେଖାଗଲା। ତତ୍ପରେ ସେ ଅନ୍ୟ ଗଛଗୁଡ଼ିକର ପତ୍ର ସେମାନଙ୍କୁ ଖାଇବାକୁ ଦେଲେ। ତେବେ ଫଳାଫଳ ଏକପ୍ରକାର ହେଲା। ସଅଁବାଳୁଆଙ୍କର ଶାରୀରିକ ଅଭିବୃଦ୍ଧି ସୀମିତ ରହିଲା। ଏହାପରେ ପତ୍ରଗୁଡିକୁ ପରୀକ୍ଷା କରିବାକୁ ଜଣାପଡ଼ିଲା ଯେ, ସେହି ଉଭୟ ପ୍ରକାରରେ ଏକ ଅରୁଚିକର ରସାୟନ ମାତ୍ରାଧିକ ବୃଦ୍ଧି ଘଟିଛି, ଯାହାକି ସଅଁବାଳୁଆମାନଙ୍କର ଅଭିବୃଦ୍ଧିର ପ୍ରତିହତ କରିଛି। ଏହା ତାଙ୍କ ମନକୁ ପ୍ରଶ୍ନଟିଏ ଆଣିଲା ଯେ, ସଂକ୍ରମିତ ଗଛଗୁଡିକ ହୁଏତ ପତ୍ରଗୁଡିକୁ ସୁରକ୍ଷା ଦେବା ପାଁଇ ପ୍ରତିରକ୍ଷା କ୍ରିୟାବିଧି ଅନୁସାରେ ନିଜ ଠାରେ ଏହି ରାସାୟନିକ ସୃଷ୍ଟି କରିଥାଆନ୍ତି, ତେବେ ଏଥିରୁ ମୁକ୍ତ ଗଛମାନଙ୍କର ପତ୍ରରେ ତାହା ଉତ୍ପନ ହେଲା କାହିଁକି ? ଏଣୁ ରୋଡସ୍‌ ସିଦ୍ଧାନ୍ତରେ ପହଞ୍ଚତ୍ଲେ ଯେ ସମ୍ଭବତଃ ପ୍ରଭାବିତ ଗଛଗୁଡିକ କୌଣସି ‘ଭାଷା’ରେ ଅନ୍ୟ ପ୍ରଭାବିତ ଗଛଗୁଡିକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେଥିପାଇଁ ସେଗୁଡିକ ନିଜର ସୁରକ୍ଷା ପାଇଁ ଏହି ପ୍ରତିରୋଧକାରୀ ରସାୟନ ସୃଷ୍ଟି କରିଛନ୍ତି। ତେଣୁ ଏ ‘ଭାଷା’ଟି କ’ଣ ତାହା ଆବିଷ୍କାର କରିବା ପାଇଁ ସେ ପରୀକ୍ଷା ଚଳାଇଲେ।
ପରବର୍ତ୍ତୀ ଅଧ୍ୟୟନରୁ ତାଙ୍କୁ ଜଣାପଡିଲା ଯେ, ପ୍ରକୃତି ଉଦ୍ଭିଦମାନଙ୍କୁ ପ୍ରତି ମୁହୂର୍ତ୍ତରେ ବିବିଧ ଅଲୌକିକ ଭାବେ ଶତ୍ରୁ କବଳରୁ ନିଜକୁ ରକ୍ଷା କରିବାର ସାମର୍ଥ୍ୟ ଦେଇଛି। ଆଗକୁ ସେଗୁଡିକ ନିଷ୍କ୍ରିୟ ତଥା ଅସହାୟ ଏବଂ ପରିବେଶର ଯେକୌଣସି କଠୋର ପ୍ରଭାବକୁ ସହ୍ୟ କରିବାକୁ ବାଧ୍ୟ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ତାଙ୍କର ପରିବର୍ତ୍ତିତ ପରିବେଶକୁ ଚାହିଁ ଏହାର କୁପ୍ରଭାବ ନିବାରଣ ଲାଗି କିଛି କରିପାରିବାର ଶକ୍ତି ରହିଛି ବୋଲି ଏଥିରୁ ଜଣାପଡିଲା। ସେଥିପାଇଁ ସେଗୁଡିକ ହଜାର ହଜାର ସଂଖ୍ୟକ ରସାୟନ କ୍ଷରଣ କରିବାକୁ ସମର୍ଥ, ଯାହାଙ୍କ କ୍ରିୟାକଳାପ ଏବେ ମଧ୍ୟ ଅଧ୍ୟୟନ ମଧ୍ୟରେ ସୀମାବଦ୍ଧ ରହିଛି। କୌଣସି ପ୍ରକାରେ ପ୍ରରୋଚିତ ହେଲେ ପରିସ୍ଥିତିର ମୁକାବିଲା କରିବା ଲାଗି ସେଗୁଡିକ ଏହା ବ୍ୟବହାର କରନ୍ତି। ଉଦାହରଣସ୍ବରୂପ, କିଛି ଗଛ କବକ (ଫଙ୍ଗସ) ବିରୋଧରେ ‘ଫଟୋ ଆଲେକସିନ୍‌’ ନାମକ କବକ ବିନାଶ ଉତ୍ପନ୍ନ କଲାବେଳେ ଆଳୁଜାତୀୟ ଗଛକୁ କୋଟଳି ପୋକମାନେ ଖାଇବାକୁ ଆରମ୍ଭ କରିବାର ମାତ୍ର କେତେ ଘଣ୍ଟା ମଧ୍ୟରେ ଏଗୁଡିକ ଏକ ଶକ୍ତିଶାଳୀ ପ୍ରତିରୋଧକାରୀ ପ୍ରୋଟିନ୍‌ ସୃଷ୍ଟି କରନ୍ତି।
ଗଛମାନେ ଅଚଳ। ଏଣୁ ଅନିଷ୍ଟକାରୀ କୀଟ, କୋଟଳିପୋକ ବା କବକ ଆଦି ଦ୍ୱାରା ଆକ୍ରମଣର ଶିକାର ହେଲା ବେଳେ ସେମାନେ ପଳାୟନ କରିପାରନ୍ତି ନାହିଁ କିମ୍ବା ଅନ୍ୟ କୌଣସି ଉପାୟରେ ପ୍ରତିରୋଧ କରିପାରନ୍ତି ନାହିଁ। ତେଣୁ ସେମାନେ ନିଜକୁ ରକ୍ଷା କରିବା ଲାଗି ଏହି ରହସ୍ୟମୟ ପ୍ରକ୍ରିୟାର ବିକାଶ ଘଟାଇଛନ୍ତି। ସେଇଯୋଗୁ ସେମାନେ ରସାୟନିକ ଆତ୍ମରକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିପାରୁଛନ୍ତି। ଶହ ଶହ ଭିନ୍ନ ଭିନ୍ନ ପ୍ରଜାତିର କୀଟପତଙ୍ଗ ଏବଂ ପରାଗପୁଷ୍ଟ ପୋକଯୋକ ତଥା ଅସଂଖ୍ୟ ଜୀବାଣୁ ଏବଂ କବକ ଏହାର ଡାଳପତ୍ରଗୁଡିକୁ ନଷ୍ଟ କରିଥାଆନ୍ତି। ସେମାନଙ୍କ ବିରୋଧରେ ପ୍ରତିରକ୍ଷା ପାଇଁ ପ୍ରକୃତି ଉଦ୍ଭିଦଗୁଡ଼ିକୁ ଏବର ସାମର୍ଥ୍ୟ ପ୍ରଦାନ କରିଛି। ତେଣୁ ସେଗୁଡିକ ନିଜ ସନ୍ଧାନରେ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ଏହି ‘ରସାୟନ ଅସ୍ତ୍ର’ ନିର୍ମାଣରେ ଉପଯୋଗ କରିଥାନ୍ତି। ସାଧାରଣତଃ ଏ ରସାୟନଗୁଡିକ ପତ୍ରରେ ଅଧିକ ଘନୀଭୂତ ଅବସ୍ଥାରେ ଥାଏ, କାରଣ ଏହି ଅଂଶଟି ଶତ୍ରୁମାନଙ୍କର ପ୍ରଥମ ଶିକାର ହୋଇଥାଏ। ଉଦାହରଣସ୍ବରୂପ, କୀଟପତଙ୍ଗଠାରେ ବଦହଜମୀ ଲାଗି ସେମାନେ ବିବିଧ ‘ଟ୍ୟାନିକ୍‌’ ଏବଂ ସେମାନଙ୍କ ସ୍ନାୟୁ ବ୍ୟବସ୍ଥାକୁ ନିଷ୍କ୍ରିୟ ଓ ବିଧ୍ୱସ୍ତ କରିବା ଲାଗି ‘ଆଲକାଲଏଡସ୍‌’ ଆଦି ଉତ୍ପନ୍ନ କରନ୍ତି। ଏପରି କି କେତେକ ଆମିନୋ ଅମ୍ଳର ନକଲ ମଧ୍ୟ ସୃଷ୍ଟି କରନ୍ତି, ଯାହାକି ଭକ୍ଷକ ଶରୀରରେ ତୃଟିପୂର୍ଣ୍ଣ ପ୍ରୋଟିନ୍‌ ସୃଷ୍ଟି କରିଥାଏ। ଉଦ୍ଭିଦମାନେ ଏହି ରସାୟନିକ ଅସ୍ତ୍ର ଧାରଣ କରିଥାଆନ୍ତି। ନଚେତ୍‌ ଖୁବ୍‌ କମ୍‌ ସମୟ ମଧ୍ୟରେ ଆବଶ୍ୟକତାକୁ ଚାହିଁ ତାହା ତିଆରି କରନ୍ତି। ବୋଧହୁଏ ଗଛଗୁଡ଼ିକ ପର-ପରାଗସଙ୍ଗମର ସୁଯୋଗ ସୃଷ୍ଟି ଲାଗି ଫୁଲ ଫୁଟିବାର ସମୟ ସହିତ ତାଳ ଦେବା କିମ୍ବା ତାଙ୍କୁ ଆକ୍ରମଣ କରୁଥିବା କୀଟପତଙ୍ଗଙ୍କୁ ଘଉଡାଇବା ନିମନ୍ତେ ପରସ୍ପର ସହିତ ଭାବର ଆଦାନ ପ୍ରଦାନ କରନ୍ତି ବୋଲି ମତ ଦିଅନ୍ତି ନିୟୁ ହାମ୍ପସାୟରସ୍ଥିତ ଡାର୍ଟମାଉଥ କଲେଜର ପ୍ରଫେସର ଜ୍ୟାକ୍‌ ସୁଲଜ୍‌ ଏବଂ ତାଙ୍କର ସହଯୋଗୀ ବାଲ୍‌ଡଉଇନ୍‌। (କ୍ରମଶଃ..)

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୭୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରହଙ୍କ ଶୁଭ ଦୃଷ୍ଟି: ଶୁକ୍ରବାରରୁ ଏହି ୫ ରାଶିଙ୍କୁ ମିଳିବ ବମ୍ପର ଲାଭ, ହେବେ ମାଲାମାଲ!

ଜୁନ ୧୨, ୨୦୨୬, ଉପବାସର ଦିନ, ଶୁଭ ଯୋଗର ଗୃହ ଏବଂ ଗ୍ରହମଣ୍ଡଳରେ ଏକ ଦିବ୍ୟ ଦିନ। ଏହି ଦିନ ଶୁକ୍ରବାର, ଗ୍ରହମାନଙ୍କ ମଧ୍ୟରେ ଶୁକ୍ର ଏବଂ…

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

ସିଙ୍ଗଡ଼ା- କଚୋଡ଼ି ପ୍ରେମୀ ସାବଧାନ! FSSAI ଜାରି କଲା ବଡ଼ ଚେତାବନୀ, ହୋଇପାରେ ମାରାତ୍ମକ ରୋଗ!

ଭାରତ ଏମିତି ଏକ ଦେଶ ଯେଉଁଠି ଖାଇବା ପିଇବା ପଛରେ ପ୍ରଚୁର ପଇସା ଖର୍ଚ୍ଚ କରାଯାଏ। ଲୋକମାନେ ସ୍ବାସ୍ଥ୍ୟ ଅପେକ୍ଷା ସ୍ବାଦକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଚା’…

ମେଷ ସମେତ ୩ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ମିଳିପାରେ ବଡ଼ ସଫଳତା

ଆଜିଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ନବମୀ ତିଥି । ନବମୀ ତିଥି ଆଜି ବିଳମ୍ବିତ ରାତି ୨:୩୫ ପର୍ଯ୍ୟନ୍ତ ଜାରି ରହିବ। ‘ପ୍ରୀତି ଯୋଗ’ ୮:୧୯ ପର୍ଯ୍ୟନ୍ତ…

ଗଣ୍ଠି ଯନ୍ତ୍ରଣା ପାଇଁ ରୋବୋଟିକ୍‌ ସର୍ଜରି

ସାଧାରଣତଃ ଗଣ୍ଠି ଯନ୍ତ୍ରଣାକୁ ଅଧିକାଂଶ ବାର୍ଦ୍ଧକ୍ୟର ଏକ ଅପରିହାର୍ଯ୍ୟ ଅଂଶ ବୋଲି ଗ୍ରହଣ କରିଥା’ନ୍ତି। ହେଲେ ବାସ୍ତବରେ ବିଭିନ୍ନ କାରଣରୁ ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି ଅନ୍ୟମାନଙ୍କଠାରେ…

ଆଜିଠାରୁ ‘ମୃତ୍ୟୁ ପଞ୍ଚକ’ ଆରମ୍ଭ: ସ୍ବପ୍ନରେ ଏହି ୭ଟି ଜିନିଷ ଦେଖିଲେ ହୋଇଯାଆନ୍ତୁ ସାବଧାନ, ଘଟିପାରେ ବଡ଼ ଅଘଟଣ!

ସନାତନ ଧର୍ମରେ ମୃତ୍ୟୁ ପଞ୍ଚକର ଏକ ବିଶେଷ ମହତ୍ତ୍ୱ ରହିଛି, ଯାହାକୁ କ୍ଷତିକାରକ ଓ କଷ୍ଟଦାୟକ ବୋଲି ମାନିଥାନ୍ତି। ଯେତେବେଳେ ବି ପଞ୍ଚକ ଶନିବାର ଦିନରୁ ଆରମ୍ଭ…

ଆଜି ବିଶ୍ବ ପରିବେଶ ଦିବସ: ସବୁଜ ଯୋଦ୍ଧାଙ୍କୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା

ଗଛ କଟା, ପ୍ରଦୂଷଣ, ଜଳ ସଙ୍କଟ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ମଣିଷ ଏବଂ ପ୍ରକୃତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିବାବେଳେ ପରିବେଶ ସୁରକ୍ଷା ଏବେ…

ସାବଧାନ! ଏହି ୫ ରାଶି ଉପରେ ମାଡ଼ି ଆସୁଛି ମହାସଙ୍କଟ, ଜୁନ ମାସରେ ଘଟିବ…

୨୭ଟି ଦୈନିକ ଯୋଗ ମଧ୍ୟରୁ ବୈଦୃତି ଯୋଗ ୨୭ତମ ସ୍ଥାନରେ ଅଛି, ଯାହା ପ୍ରାୟତଃ ମାନବ ଜୀବନ ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri