ମୋବାଇଲ ଦ୍ୱାରା ବ୍ୟାପୁଛି କରୋନା!

କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତା କରିବାରେ ଲାଗିଛି। ଦେଖୁ ଦେଖୁ ଏହା ଚାଇନାରୁ ଆମେରିକା, ବ୍ରିଟେନ, ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିସାରିଛି। ଏହି ଭାଇରସକୁ ନେଇ ଅନେକ ପ୍ରକାରର କଥା ସାମ୍ନାକୁ ଆସୁଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଛୁଇଁବା ଦ୍ୱାରା ବ୍ୟାପିଥାଏ। ମାତ୍ର ଜୁଲାଇ ପ୍ରଥମରେ ଏକ ଟିମ୍‌ ଏକ ଆର୍ଟିକିଲ୍‌ ପ୍ରକାଶ କରିଛନ୍ତି, ଯେଉଁଥିରେ କୁହାଯାଉଛି ଏହି ଭାଇରସ ୫ଜି ରେଡିୟମ୍‌ (ମୋବାଇଲ) ବିକିରଣ ଦ୍ୱାରା ବ୍ୟାପୁଛି। ମନୁଷ୍ୟ ଶରୀରର ସ୍କିନ୍‌ ୫ଜି ରେଡିୟମ୍‌କୁ ଅବ୍‌ଜର୍ଭ କରିଥାଏ। ପରେ ଏହା ଶରୀରରେ କରୋନା ଭାଇରସରେ ପରିଣତ ହୋଇଥାଏ। ଯେଉଁ ଦେଶରେ ଅଧିକ ୫ଜି ଡିଷ୍ଟ୍ରିବୁଶନ ହୋଇଛି ସେଠାରେ ଏହି ଭାଇରସ୍‌ ଅଧିକ ବୋଲି ଉକ୍ତ ଆର୍ଟିକିଲରେ ଦାବି କରାଯାଇଛି। ମାତ୍ର ବର୍ତ୍ତମାନ କିଛି ବୈଜ୍ଞାନିକ ଏହି ଦାବି ଉପରେ ଅନୁସନ୍ଧାନ ଚଳାଇଛନ୍ତି।
ଜୁଲାଇ ପ୍ରାରମ୍ଭରେ ଅନ୍ତର୍ଜାତୀୟ ଟିମ୍‌ ଏବଂ ବାୟୋମେଡିକାଲ ଡାଟାବେସ୍‌ର ଜର୍ନାଲ ‘ପବ୍‌ମେଡ୍‌’ରେ ପ୍ରକାଶ ପାଇଥିଲା ଯେ, କରୋନା ଜୀବାଣୁ ପାଇଁ ୫ଜି ନେଟ୍‌ଓ୍ବାର୍କ ଦାୟୀ। ଏହି ରିପୋର୍ଟରେ କୁହାଯାଉଛି, ମଣିଷ ଚର୍ମକୋଶଗୁଡିକ ଆଣ୍ଟିନା ପରି କାମ କରେ। ତେଣୁ ଏହା ୫ଜି ସିଗ୍‌ନାଲକୁ ଗ୍ରହଣକରି ଅନ୍ୟ କୋଷରେ ପହଞ୍ଚି କରୋନା ଜୀବାଣୁ ସୃଷ୍ଟି କରିଥାଏ। ଏଥିପାଇଁ କୌଣସି ପରୀକ୍ଷା କରାଯାଇ ନାହିଁ। କେବଳ କିଛି ଆକଳନ କରି ଚିତ୍ର ଆଙ୍କି ସେହି ଆଧାରରେ ଏହି ଦାବି ହୋଇଛି। ଏହି ଦାବିକୁ ଅନେକ ବୈଜ୍ଞାନିକ ବିରୋଧ ମଧ୍ୟ କରିଛନ୍ତି।


ବୈଜ୍ଞାନିକଙ୍କ କହିବା ଅନୁସାରେ, ଆମେରିକାରେ ସବୁଠାରୁ କମ୍‌ ୫ଜି ବିକିରଣ ହୋଇଥିବା ବେଳେ ସେଠାରେ କିନ୍ତୁ କରୋନା ରୋଗୀଙ୍କ ସଂଖ୍ୟା ବହୁତ ଅଧିକ। ଆମେରିକାଠାରୁ ଅଧିକ ୫ଜି ବଣ୍ଟନ ସାଉଦି ଆରବ, ଦକ୍ଷିଣ କୋରିଆ, ସ୍ବିଜରଲ୍ୟାଣ୍ଡ, କୁଏତ, ଅଷ୍ଟ୍ରେଲିଆ, ସ୍ପେନ୍‌ ଏବଂ ବ୍ରିଟେନରେ ରହିଛି। ହେଲେ ଉକ୍ତ ଦେଶଗୁଡିକ ତୁଳନାରେ ଆମେରିକାରେ ଅଧିକ କରୋନା ପଜିଟିଭ ରହିଛି। ଏହି ଦାବି ପରେ ବୋଷ୍ଟନ ଉତ୍ତର ପୂର୍ବ ବିଶ୍ୱବିଦ୍ୟାଳୟର ଜଣେ ବିଶେଷଜ୍ଞ ଜେମ୍ସ ହେଥର ଏହା ସବୁଠାରୁ ବେକାର ରିପୋର୍ଟ ବୋଲି ଟୁଇଟ୍‌ କରିଛନ୍ତି। ଅନ୍ୟ ବୈଜ୍ଞାନିକମାନେ ଏହି ରିପୋର୍ଟକୁ ଟାର୍ଗେଟ କରିବା ପରେ ୨୪ ଜୁଲାଇରେ ଅନ୍ୟ ଏକ ଆର୍ଟିକିଲ ମାଧ୍ୟମରେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri