Posted inଜାତୀୟ

ରାଫାଲର ଗୃହପ୍ରବେଶ

ନୂଆଦିଲ୍ଲୀ, ୨୯।୭: ବହୁ ପ୍ରତିକ୍ଷୀତ ରାଫାଲ ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତରେ ଗୃହପ୍ରବେଶ କରିଛି। ଫ୍ରାନ୍ସ୍‌ରୁ ୭ ହଜାର କିଲୋମିଟର ଦୂରତା ଅତିକ୍ରମ ୫ଟି ରାଫାଲ ବିମାନ ଅପରାହ୍ନ ୧ଟା ୨୯ରେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲେ। ବିମାନଗୁଡ଼ିକ ୟୁଏଇରୁ ଉଡ଼ାଣ ଆରମ୍ଭ କରିଥିଲେ। ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଆଇଏନ୍‌ଏସ୍‌ କୋଲକାତା କଣ୍ଟ୍ରୋଲ ରୁମ୍‌ରୁ ବିମାନ ଗୁଡ଼ିକୁ ସ୍ବାଗତ କରାଯାଇଥିଲା। ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ବିମାନ ଗୁଡ଼ିକ ଅପରାହ୍ନ ୩ଟା ୧୧ରେ ଅବତରଣ କରିଛନ୍ତି। ୫୫ ହଜାର ଫୁଟ ଉଚ୍ଚତାରୁ ରାଫାଲ ଶତ୍ରୁପକ୍ଷର ଶିବରକୁ ଧ୍ୱଂସ କରିବାକୁ ସକ୍ଷମ ହେବ। ଭାରତୀୟ ବାୟୁସେନାର ପ୍ରତିରକ୍ଷା ବୃଦ୍ଧି ଏହାଦ୍ୱାରା ବହୁଗୁଣା ବୃଦ୍ଧି ପାଇବ ବୋଲି କୁହାଯାଉଛି। ଚାଇନା ଏବଂ ପାକିସ୍ତାନ ପାଖରେ ଏଭଳି ବିକଶିତ ଯୁଦ୍ଧ ବିମାନ ନ ଥିବାରୁ ସେମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଫାଲ ବିମାନର ଅବତରଣକୁ ଦୃଷ୍ଟିରେ ରଖି ଅମ୍ବାଲା ଏୟାରବେସ୍‌ ନିକଟବର୍ତ୍ତୀ ୪ଟି ଗାଁରେ ୧୪୪ ଧାରା ଜାରି କରାଯାଇଥିଲା। କେହି ଘର ଛାତ ଉପରକୁ ଯାଇ ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ଗାଡ଼ି: ୭ ଯବାନ ମୃତ

ନୂଆଦିଲ୍ଲୀ,୨୮।୫ (ପି.ଟି.): ଲଦାଖର ଟୁକ୍‌ଟୁକ୍‌ ସେକ୍ଟରରେ ଶୁକ୍ରବାର ସକାଳେ ସୈନ୍ୟବାହିନୀର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଶ୍ୟୋକ ନଦୀକୁ ଖସିପଡ଼ିବାରୁ ୭ ଜଣ ଯବାନଙ୍କ ମୃତ୍ୟୁ...

୨୦୪୭ ସୁଦ୍ଧା ଭାରତ ହେବ ବିଶ୍ୱ ନେତା: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୫।୫ : ଉପରାଷ୍ଟ୍ରପତି ଜଗଦୀପ ଧନଖର କହିଛନ୍ତି ଦେଶ ବର୍ତ୍ତମାନ ଦ୍ରୁତ ବିକାଶ ପଥରେ ଆଗକୁ ବଢୂଛି। ଦେଶରେ ଯେଉଁ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି...

୨ ବସ୍‌ ମଧ୍ୟରେ ଧକ୍କା, ୯ ମୃତ, ୪୦ରୁ ଅଧିକ ଆହତ…

ଥିରୁଭାନନ୍ତପୁରମ,୬।୧୦ : କେରଳରେ ଦୁଇଟି ବସ ମଧ୍ୟରେ ହୋଇଥିବା ଧକ୍କାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ପଲକ୍କଡ ଜିଲାର...

ପୋଷ୍ଟପେଡ୍‌ ସେବା ଆରମ୍ଭର କିଛି ସମୟ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ: ଅଗଷ୍ଟ, ସେପ୍ଟେମ୍ବରର ବିଲ୍‌ ମାଗୁଛି କମ୍ପାନୀ

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀରରେ ଦୀର୍ଘ ଦିନର ଅପେକ୍ଷା ଅର୍ଥାତ୍‌ ୭୨ ଦିନ ପରେ ପୋଷ୍ଟପେଡ୍‌ ସେବା ଆରମ୍ଭ ହୋଇଛି। ସୋମବାରରୁ ଏହାର ଲାଭ ୪୦ ଲକ୍ଷ ପୋଷ୍ଟପେଡ...

ଚାଇନା ନାଗରିକଙ୍କୁ ଇ-ଭିଜା ମନା, ତାଲିକାରୁ ବ୍ରିଟେନ୍‌-କାନାଡ଼ା-ସୌଦି ବାହାର…

ନୂଆଦିଲ୍ଲୀ,୧୧।୧୧: ସୀମାରେ ଜିଦଖୋର ତଥା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଥିବା ଚାଇନାକୁ ଭାରତନିଜ ଭାଷାରେ ଜବାବ ଦେଇଛି। ଏହା ଦ୍ୱାରା ଚାଇନାକୁ ବଡ଼ ଝଟ୍‌କା କିନ୍ତୁ...

‘ଜୀବନ ଦେବି ପଛେ ପଶ୍ଚିମବଙ୍ଗର ବିଭାଜନ ହେବାକୁ ଦେବିନି’

କୋଲକାତା, ୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରଛନ୍ତି। ସେ କହିଛନ୍ତି ଯେ ମୁଁ ମୋ...

ଲିଭ୍ ଇନ୍ ରିଲେସନଶିପ ଆଇନ ସମ୍ମତ, ଏଥିରେ କେହି କରିପାରିବେନି ହସ୍ତକ୍ଷେପ: ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ,୩ ।୧୨: ଲିଭ୍ ଇନ୍ ରିଲେସନଶିପରେ ରହୁଥିବା ପ୍ରେମୀଯୁଗଳଙ୍କ ପାଇଁ ଆଶ୍ୱସ୍ତିକର ଖବର । ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଲିଭ୍ ଇନ୍ ରିଲେସନଶିପ ଆଇନ ସମ୍ମତ...

ପୁଅ ବିଦେଶରୁ ଫେରିଥିବା ସୂଚନା ଦେଇ ନ ଥିବାରୁ ଡିଏସ୍‌ପିଙ୍କ ନାଁରେ ଏତଲା

ହାଇଦ୍ରାବାଦ,୨୫।୩: ସାରା ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି।...

Advertisement
Archives

Model This Week