ଦୁଇ ପ୍ରକାର ଭାକ୍ସିନ୍‌ ଡୋଜ୍‌ ନେଲେ ସ୍ବାସ୍ଥ୍ୟ ଉପରେ କିପରି ପଡ଼ିବ ପ୍ରଭାବ, ଏଭଳି ମତ ଦେଲେ ବୈଜ୍ଞାନିକ…

ଲଣ୍ଡନ/ନୂଆଦିଲ୍ଲୀ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଟିକା କରଣ ଅଭିଯାନ ଜାରି ରହିଛି। ତେବେ ବି କରୋନା ଥମିବାର ନାଁ ଧରୁନି। ଭାରତ ଭଳି କେତେକ ଦେଶରେ ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହା ସହିତ ତୃତୀୟ ଲହର ଆଶଙ୍କା ନେଇ କୋକୁଆ ଭୟ ଦେଖାଦେଇଛି। ଦୁଇ ପ୍ରକାର ଭାକ୍ସିନ୍‌ ନେଲେ ଏହାର ପ୍ରଭାବ କ’ଣ ହେବ ସେ ନେଇ ଲାନ୍ସେଟ୍‌ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରଥମେ ଗୋଟିଏ ପ୍ରକାର ଡୋଜ୍‌ ଏବଂ ଦ୍ୱିତୀୟ ଥର ଅନ୍ୟ ଡୋଜ୍‌ ନେବା ଦ୍ୱାରା ଶରୀର ଉପରେ କୌଣସି ପ୍ରକାର ଗୁରୁତର ପ୍ରଭାବ ପଡ଼ି ନ ଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହା ଦ୍ୱାରା ଅଧିକ ସମୟ ଧରି ମୁଣ୍ଡବିନ୍ଧା, ଥଣ୍ଡା ଏବଂ ଜ୍ୱର ଭଳି କେତେକ ପାର୍ଶ୍ୱ ପ୍ରତିକ୍ରିୟା ଶରୀରରେ ସୃଷ୍ଟି ହୋଇଥାଏ। ଏସମ୍ପର୍କରେ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା ହୋଇଥିଲା। ଗବେଷକମାନେ ୮୦୦ ଜଣ ୫୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ପ୍ରଥମ ଡୋଜ୍‌ରେ ଆଷ୍ଟ୍ରାଜେନିକା ଏବଂ ପରେ ଦ୍ୱିତୀୟ ଡୋଜ୍‌ରେ ଫାଇଜର ଟିକା ଦେଇଥିଲେ। ଟିକାଦାନ କରାଯାଇଥିବା ବ୍ୟକ୍ତିଙ୍କ ଶରୀର ଲକ୍ଷଣକୁ ଅଧ୍ୟୟନ କରାଯାଇଥିଲା। ମାତ୍ର ସେଭଳି କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଶରୀରରେ ସୃଷ୍ଟି ହୋଇ ନଥିବା ରିପୋର୍ଟ ଦର୍ଶାଯାଇଛି ବୋଲି ବିଶ୍ୱବିଦ୍ୟାଳୟର ପେଡିଆଟ୍ରିକ୍ସ୍‌ ଏବଂ ଭାକ୍ସିନୋଲୋଜି ପ୍ରଫେସର ମାଥ୍ୟୁ ସ୍ନାପେ ସୂଚନା ଦେଇଛନ୍ତି। ଦୁଇ ପ୍ରକାର ଟିକା ନେଇଥିବା ୧୦ ପ୍ରତିଶତ ଲୋକଙ୍କୁ ଅଧିକ ଥକ୍କା ଲାଗିଥିଲା। ଅପରପକ୍ଷରେ ଗୋଟିଏ ପ୍ରକାର ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ୩ ପ୍ରତିଶତ ଥିଲା। ପ୍ରଥମ ଡୋଜ୍‌ ଶରୀରରେ କରୋନା ଭୂତାଣୁ ପ୍ରତିରୋଧୀ ଆଣ୍ଟିବଡ଼ି ସୃଷ୍ଟି କରୁଥିବାବେଳେ ଦ୍ୱିତୀୟ ଡୋଜ୍‌ ବୁଷ୍ଟର ଭାବେ କାମ କରିଥାଏ। ଆଗାମୀ ଦିନରେ ମୋଡେର୍ନା ଏବଂ ନୋଭାକ୍ସ୍‌ ଭାକ୍ସିନ୍‌ ଡୋଜ୍‌ ଉପରେ ଏଭଳି ପରୀକ୍ଷା କରାଯିବାର ଯୋଜନା ରହିଥିବା ସ୍ନାପେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri