ଓଡ଼ିଆରେ ହେବ ବିଜ୍ଞାନ, ବାଣିଜ୍ୟ ସ୍ନାତକ ପାଠ୍ୟକ୍ରମ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ):ଏଣିକି ସ୍ନାତକ (ୟୁଜି) ଶିକ୍ଷାରେ ଭାଷା ଆଉ ପ୍ରତିବନ୍ଧକ ହେବ ନାହିଁ। ଓଡ଼ିଆ ଭାଷାରେ ସ୍ନାତକ ପଢ଼ିପାରିବେ ଛାତ୍ରୀଛାତ୍ର। ଏଥିସହିତ ଓଡ଼ିଆ ଭାଷାରେ ବି ହେବ ପରୀକ୍ଷା। ଏଥିପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ ହେବ। ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ୟୁଜିସି ଭାରତୀୟ ଲେଖକଙ୍କୁ ଉତ୍ସାହିତ କରିଛି।
ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଆଧାରରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଅଣାଯାଉଛି। ଏହିକ୍ରମରେ ଦେଶବ୍ୟାପୀ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସ୍ନାତକରେ ଅନର୍ସ ଡିଗ୍ରୀ ୩ ବର୍ଷ ବଦଳରେ ୪ ବର୍ଷିଆ ହେବା ନେଇ ନିକଟରେ ୟୁଜିସି ପକ୍ଷରୁ ଘୋଷଣା ହୋଇଛି। ଏବେ ମାତୃଭାଷାରେ ସ୍ନାତକ ଶିକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାତୃଭାଷାରେ ପାଠ୍ୟକ୍ରମ ଏବଂ ପରୀକ୍ଷା ହେବ। ପୂର୍ବରୁ ଓଡ଼ିଶାରେ ସ୍ନାତକ କଳା (ବି.ଏ.) ପାଠ୍ୟକ୍ରମ ଓଡ଼ିଆ ସହ ଇଂଲିଶ ରହିଥିଲା, ଏବେ ବାଣିଜ୍ୟ (ବି.କମ୍‌) ଏବଂ ବିଜ୍ଞାନ (ବି.ଏସ୍‌ସି.) ପାଠ୍ୟକ୍ରମକୁ ମଧ୍ୟ ଓଡ଼ିଆ ଭାଷାରେ ପଢ଼ିହେବ। ଏଥିପାଇଁ ୟୁଜିସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଓଡ଼ିଆ ସମେତ ବଙ୍ଗଳା, ଆସାମିଜ୍‌, ହିନ୍ଦୀ, ଗୁଜରାଟୀ, କନ୍ନଡ଼, ମାଲାୟଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭଳି ୧୨ଟି ଭାଷାରେ ପାଠ୍ୟପୁସ୍ତକ ଉପଲବ୍ଧ ହେବ। ଇଂଲିଶ ପାଠ୍ୟପୁସ୍ତକକୁ ବିଭିନ୍ନ ଭାରତୀୟ ଆଞ୍ଚଳିକ ଭାଷାରେ ଅନୁବାଦ କରିବାକୁ ପ୍ରକାଶକଙ୍କ ସହ ୟୁଜିସି ବିଚାରବିମର୍ଶ ଚଳାଇଛି। ଏହି ପ୍ରକ୍ରିୟାରେ ପିୟର୍‌ଶନ ଇଣ୍ଡିଆ, ନାରୋସା ପବ୍ଲିସର୍ସ, ଭିଭା ବୁକ୍ସ, ଏସ୍‌. ଚାନ୍ଦ ପବ୍ଲିସର୍ସ, ବିକାଶ ପବ୍ଲିସିଂ, ନ୍ୟୁ ଏଜ୍‌ ପବ୍ଲିସର୍ସ, ମହାବୀର ପବ୍ଲିକେଶନ୍‌ସ, ୟୁନିଭର୍ସିଟିଜ୍‌ ପ୍ରେସ୍‌ ଏବଂ ଟ୍ୟାକ୍ସମ୍ୟାନ୍‌ ପବ୍ଲିକେଶନ୍‌ସ ଭଳି ସଂସ୍ଥା ରହିଛନ୍ତି।
ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍‌. ଜଗଦେଶ କୁମାରଙ୍କ ସୂଚନାନୁସାରେ, ୟୁଜିସି ନୋଡାଲ ଏଜେନ୍ସି ଭାବେ ପାଠ୍ୟପୁସ୍ତକ ଚିହ୍ନଟ, ଅନୁବାଦ ଉପକରଣ, ସମ୍ପାଦନା ବିଶେଷଜ୍ଞ ଆଦି କ୍ଷେତ୍ରରେ ପ୍ରକାଶକଙ୍କୁ ସାହାଯ୍ୟ ଓ ସହାୟତା ଯୋଗାଇବ। ପାଠ୍ୟପୁସ୍ତକ ଚିହ୍ନଟ ଓ ଅନୁବାଦ ସହ ଏକକାଳୀନ ଭାବେ ଅଣ-ବୈଷୟିକ ବିଷୟ ଲାଗି ଭାରତୀୟ ଭାଷାରେ ପାଠ୍ୟପୁସ୍ତକ ଲେଖିବାକୁ ଲେଖକଙ୍କୁ ଉତ୍ସାହିତ କରାଯିବ। ଏହି ମିଶନରେ ସାମିଲ ହୋଇଥିବା ପ୍ରକାଶକଙ୍କୁ ପ୍ରଶଂସା କରାଯିବା ସହ ୬ରୁ ୧୨ ମାସ ମଧ୍ୟରେ ଅନେକ ପୁସ୍ତକ ଅନୁବାଦ କରିବା ପାଇଁ ୟୁଜିସି ଚାହଁୁଥିବା ଜଗଦେଶ କୁମାର କହିଛନ୍ତି। ଏଥିପାଇଁ ଏକ ଖସଡ଼ା ପ୍ରସ୍ତୁତ କରି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ଏକ ସର୍ବୋଚ୍ଚ (ଆପେକ୍ସ) କମିଟି ଗଠନ କରାଯାଇଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ନିକଟରେ ୟୁଜିସି ପକ୍ଷରୁ ୪ ବର୍ଷିଆ ୟୁଜି ପାଠ୍ୟକ୍ରମ ଘୋଷଣା କରାଯାଇଥିଲା। ଏଣିକି ୩ ବର୍ଷ ପରିବେର୍ତ୍ତ ୪ ବର୍ଷ ୟୁଜି ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରୀଛାତ୍ର ଅନର୍ସ ଡିଗ୍ରୀ ସାର୍ଟିଫିକେଟ ପାଇପାରିବେ। ସ୍ନାତକ ଡିଗ୍ରୀ ସାର୍ଟିଫିକେଟ୍‌ ପାଇବା ପାଇଁ ପୂର୍ବପରି ତିନିବର୍ଷ ପଢ଼ିବାକୁ ପଡ଼ିବ। ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ରଖାଯାଇଛି। ସେହିଭଳି ଯେଉଁ ଛାତ୍ରୀଛାତ୍ର ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏଶନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହିଁବେ, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ। ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ। ସ୍ନାତକରେ ଏକବର୍ଷ ସମ୍ପୂର୍ଣ୍ଣ ହେବା ପରେ ବର୍ଷିକିଆ ସାର୍ଟିଫିକେଟ୍‌ ମିଳିବ, ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ୍‌ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?