ଓଡ଼ିଆରେ ହେବ ବିଜ୍ଞାନ, ବାଣିଜ୍ୟ ସ୍ନାତକ ପାଠ୍ୟକ୍ରମ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ):ଏଣିକି ସ୍ନାତକ (ୟୁଜି) ଶିକ୍ଷାରେ ଭାଷା ଆଉ ପ୍ରତିବନ୍ଧକ ହେବ ନାହିଁ। ଓଡ଼ିଆ ଭାଷାରେ ସ୍ନାତକ ପଢ଼ିପାରିବେ ଛାତ୍ରୀଛାତ୍ର। ଏଥିସହିତ ଓଡ଼ିଆ ଭାଷାରେ ବି ହେବ ପରୀକ୍ଷା। ଏଥିପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ ହେବ। ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ୟୁଜିସି ଭାରତୀୟ ଲେଖକଙ୍କୁ ଉତ୍ସାହିତ କରିଛି।
ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଆଧାରରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଅଣାଯାଉଛି। ଏହିକ୍ରମରେ ଦେଶବ୍ୟାପୀ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସ୍ନାତକରେ ଅନର୍ସ ଡିଗ୍ରୀ ୩ ବର୍ଷ ବଦଳରେ ୪ ବର୍ଷିଆ ହେବା ନେଇ ନିକଟରେ ୟୁଜିସି ପକ୍ଷରୁ ଘୋଷଣା ହୋଇଛି। ଏବେ ମାତୃଭାଷାରେ ସ୍ନାତକ ଶିକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାତୃଭାଷାରେ ପାଠ୍ୟକ୍ରମ ଏବଂ ପରୀକ୍ଷା ହେବ। ପୂର୍ବରୁ ଓଡ଼ିଶାରେ ସ୍ନାତକ କଳା (ବି.ଏ.) ପାଠ୍ୟକ୍ରମ ଓଡ଼ିଆ ସହ ଇଂଲିଶ ରହିଥିଲା, ଏବେ ବାଣିଜ୍ୟ (ବି.କମ୍‌) ଏବଂ ବିଜ୍ଞାନ (ବି.ଏସ୍‌ସି.) ପାଠ୍ୟକ୍ରମକୁ ମଧ୍ୟ ଓଡ଼ିଆ ଭାଷାରେ ପଢ଼ିହେବ। ଏଥିପାଇଁ ୟୁଜିସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଓଡ଼ିଆ ସମେତ ବଙ୍ଗଳା, ଆସାମିଜ୍‌, ହିନ୍ଦୀ, ଗୁଜରାଟୀ, କନ୍ନଡ଼, ମାଲାୟଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭଳି ୧୨ଟି ଭାଷାରେ ପାଠ୍ୟପୁସ୍ତକ ଉପଲବ୍ଧ ହେବ। ଇଂଲିଶ ପାଠ୍ୟପୁସ୍ତକକୁ ବିଭିନ୍ନ ଭାରତୀୟ ଆଞ୍ଚଳିକ ଭାଷାରେ ଅନୁବାଦ କରିବାକୁ ପ୍ରକାଶକଙ୍କ ସହ ୟୁଜିସି ବିଚାରବିମର୍ଶ ଚଳାଇଛି। ଏହି ପ୍ରକ୍ରିୟାରେ ପିୟର୍‌ଶନ ଇଣ୍ଡିଆ, ନାରୋସା ପବ୍ଲିସର୍ସ, ଭିଭା ବୁକ୍ସ, ଏସ୍‌. ଚାନ୍ଦ ପବ୍ଲିସର୍ସ, ବିକାଶ ପବ୍ଲିସିଂ, ନ୍ୟୁ ଏଜ୍‌ ପବ୍ଲିସର୍ସ, ମହାବୀର ପବ୍ଲିକେଶନ୍‌ସ, ୟୁନିଭର୍ସିଟିଜ୍‌ ପ୍ରେସ୍‌ ଏବଂ ଟ୍ୟାକ୍ସମ୍ୟାନ୍‌ ପବ୍ଲିକେଶନ୍‌ସ ଭଳି ସଂସ୍ଥା ରହିଛନ୍ତି।
ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍‌. ଜଗଦେଶ କୁମାରଙ୍କ ସୂଚନାନୁସାରେ, ୟୁଜିସି ନୋଡାଲ ଏଜେନ୍ସି ଭାବେ ପାଠ୍ୟପୁସ୍ତକ ଚିହ୍ନଟ, ଅନୁବାଦ ଉପକରଣ, ସମ୍ପାଦନା ବିଶେଷଜ୍ଞ ଆଦି କ୍ଷେତ୍ରରେ ପ୍ରକାଶକଙ୍କୁ ସାହାଯ୍ୟ ଓ ସହାୟତା ଯୋଗାଇବ। ପାଠ୍ୟପୁସ୍ତକ ଚିହ୍ନଟ ଓ ଅନୁବାଦ ସହ ଏକକାଳୀନ ଭାବେ ଅଣ-ବୈଷୟିକ ବିଷୟ ଲାଗି ଭାରତୀୟ ଭାଷାରେ ପାଠ୍ୟପୁସ୍ତକ ଲେଖିବାକୁ ଲେଖକଙ୍କୁ ଉତ୍ସାହିତ କରାଯିବ। ଏହି ମିଶନରେ ସାମିଲ ହୋଇଥିବା ପ୍ରକାଶକଙ୍କୁ ପ୍ରଶଂସା କରାଯିବା ସହ ୬ରୁ ୧୨ ମାସ ମଧ୍ୟରେ ଅନେକ ପୁସ୍ତକ ଅନୁବାଦ କରିବା ପାଇଁ ୟୁଜିସି ଚାହଁୁଥିବା ଜଗଦେଶ କୁମାର କହିଛନ୍ତି। ଏଥିପାଇଁ ଏକ ଖସଡ଼ା ପ୍ରସ୍ତୁତ କରି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ଏକ ସର୍ବୋଚ୍ଚ (ଆପେକ୍ସ) କମିଟି ଗଠନ କରାଯାଇଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ନିକଟରେ ୟୁଜିସି ପକ୍ଷରୁ ୪ ବର୍ଷିଆ ୟୁଜି ପାଠ୍ୟକ୍ରମ ଘୋଷଣା କରାଯାଇଥିଲା। ଏଣିକି ୩ ବର୍ଷ ପରିବେର୍ତ୍ତ ୪ ବର୍ଷ ୟୁଜି ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରୀଛାତ୍ର ଅନର୍ସ ଡିଗ୍ରୀ ସାର୍ଟିଫିକେଟ ପାଇପାରିବେ। ସ୍ନାତକ ଡିଗ୍ରୀ ସାର୍ଟିଫିକେଟ୍‌ ପାଇବା ପାଇଁ ପୂର୍ବପରି ତିନିବର୍ଷ ପଢ଼ିବାକୁ ପଡ଼ିବ। ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ରଖାଯାଇଛି। ସେହିଭଳି ଯେଉଁ ଛାତ୍ରୀଛାତ୍ର ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏଶନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହିଁବେ, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ। ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ। ସ୍ନାତକରେ ଏକବର୍ଷ ସମ୍ପୂର୍ଣ୍ଣ ହେବା ପରେ ବର୍ଷିକିଆ ସାର୍ଟିଫିକେଟ୍‌ ମିଳିବ, ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ୍‌ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri