ଅଗଷ୍ଟ ୧୬ରୁ ଖୋଲିବ ସ୍କୁଲ

ଲକ୍ଷ୍ନୌ,୨।୮: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ କମିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଅନେକ ରାଜ୍ୟରେ ଏବେ ସ୍କୁଲ ଓ କଲେଜ ଖୋଲାଯାଉଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ସରକାର ମଧ୍ୟ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ୟୁପିରେ କୋଭିଡ ପ୍ରୋଟୋକଲ୍‌ ସହ ଅଗଷ୍ଟ ୧୬ରୁ ୫୦ ପ୍ରତିଶତ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ସ୍କୁଲ ଖୋଲାଯିବ। ସ୍କୁଲରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ଏଥିସହ ଛାତ୍ରୀଛାତ୍ରମାନେ ସ୍କୁଲକୁ ଆସିବା ପାଇଁ ଅଭିଭାବକଙ୍କଠାରୁ ଏକ ଲିଖିତ ସହମତି ପତ୍ର ଆଣିବା ଜରୁରୀ। ବିନା ସହମତି ପତ୍ରରେ ସ୍କୁଲରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏନେଇ ସୋମବାର ଲୋକଭବନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଶିକ୍ଷା ବିଭାଗର ଅଧିକାରୀମାନେ ଏକ ବୈଠକ କରିଥିଲେ। ଏଥିରେ ସ୍କୁଲ ଖୋଲିବା ଓ କରୋନା ନିୟମ ପାଳନ ବିଷୟରେ ଆଲୋଚନା ହୋଇଥିଲା। ତେବେ ଦ୍ୱିପ୍ରହର ୨ଟା ୩୦ରେ ମଧ୍ୟ ଉକ୍ତ ବିଭାଗ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ ସହ ଏକ ବୈଠକ କରିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଦେଶର ଅନେକ ରାଜ୍ୟରେ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଓ ଅଗଷ୍ଟ ୨ରୁ ସ୍କୁଲ ଖୋଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମରେ ପ୍ରଧାନମନ୍ତ୍ରୀ,ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌-ସବ୍‌କା ବିକାଶ ସମ୍ଭବ…

ଗୁଆହାଟୀ, ୨୮।୪ : ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌,ସବ୍‌କା ବିକାଶ ସମ୍ଭବ ହୋଇପାରିଛି। ଆସାମର ଦିଫୁ ଠାରେ ଗୁରୁବାର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅବସର ନେଲେ ଜଷ୍ଟିସ୍‌ ଖାନ୍‌ଓ୍ବିଲକର

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ବିଦାୟୀ ସମ୍ବର୍ଦ୍ଧନା ବେଳେ ସେ ବାର୍‌ ଆସୋସିଏଶନ୍‌ ନେତାମାନଙ୍କୁ...

ଏମ୍‌କେସିଜିରେ ୩ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ,୪।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲର ସଂଘରୋଧ କକ୍ଷରେ ସୋମବାର ୩ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ବାବ...

ସିଏଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପାଇଁ ସୀମିତ ଆଇନ

ନୂଆଦିଲ୍ଲୀ,୨୭।୪: ନାଗରିକତ୍ୱ (ସଂଶୋଧନ) ଆଇନ (ସିଏଏ) ଏକ ସୀମିତ ତଥା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ଲାଗି ଉଦ୍ଦିଷ୍ଟ ଆଇନ। ଏହା ଏକ ଧାର୍ଯ୍ୟ ସମୟସୀମା ମଧ୍ୟରେ...

ଟ୍ୟାଙ୍କ ବିଧ୍ୱଂସକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପୋଖରାନ,୧୨ ।୧୨: ରାଜସ୍ଥାନର ପୋଖରାନ ଫାୟରିଂ ରେଞ୍ଜରୁ ଶନିବାର ଦେଶରେ ବିକଶିତ ଓ ହେଲିକପ୍ଟରରୁ ଲକ୍ଷ୍ୟ ଭେଦ କରୁଥିବା ଟ୍ୟାଙ୍କ ବିଧ୍ୱଂସକ ମିଜାଇଲର ସଫଳ ପରୀକ୍ଷଣ...

ବାବା ଅମରନାଥଙ୍କ ଆଶିଷ ଭିକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ,୧୮।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ପ୍ରତିରକ୍ଷାମନ୍ତ୍ରୀ ପ୍ରଥମେ ବାବା ଅମରନାଥଙ୍କ ଦର୍ଶନ...

ଟିକା ପାଇଁ ପ୍ରାଇଭେଟ ହସ୍ପିଟାଲ କେତେ ଚାର୍ଜ କରିପାରିବେ

ନୂଆଦିଲ୍ଲୀ,୮।୬: କୋଭିଡ୍‌ ଟିକାକରଣ ପାଇଁ ପ୍ରାଇଭେଟ ହସ୍ପିଟାଲ କେତେ ଚାର୍ଜ କରିପାରିବେ, ତା’ର ମୂଲ୍ୟ ମଙ୍ଗଳବାର ନିର୍ଦ୍ଧାରିତ କରିଛନ୍ତି କେନ୍ଦ୍ର ସରକାର। ଏହା ଅନୁଯାୟୀ, କୋଭିଶିଲ୍ଡ...

‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ପୂର୍ବରୁ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୨୮ ।୨:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲଗାତାର ଭାବେ ଦୋଷ ଲଦି ଆସୁଥିବା ଦେଖାଯାଇଛି...

Advertisement
Archives

Model This Week